ଭୁବନେଶ୍ବର: ଦକ୍ଷିଣ-ଓଡ଼ିଶା ବିକାଶ ପରିଷଦ (SODC) ଟାସ୍କଫୋର୍ସରେ ସାମିଲ ହେଲେ ଆଉ ଦୁଇ ଜଣ ଜନପ୍ରତିନିଧି । କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋଙ୍କୁ ପରିଷଦରେ ସାମିଲ କରାଯାଇଛି । ଦୁଇ ସଦସ୍ୟଙ୍କୁ ସାମିଲ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସରେ ଅନ୍ୟ ୯ ସଦସ୍ୟ ସହ ୩ ଜଣ ‘ଏକ୍ସ-ଅଫିସିଓ’ ସଦସ୍ୟ ଅଛନ୍ତି ।
- 11 ରେ ପହଞ୍ଚିଲା ସଦସ୍ୟ ସଂଖ୍ୟା
ଦକ୍ଷିଣ-ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ଗତବର୍ଷ ଡିସେମ୍ବର ମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସମ୍ପର୍କରେ ଘୋଷଣା କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଟାସ୍କଫୋର୍ସର ଅଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି । ଅଧ୍ୟକ୍ଷଙ୍କ ସହ ଟାସ୍କଫୋର୍ସରେ ୩ ଜଣ ଏକ୍ସ-ଅଫିସିଓ ଓ ୯ ଜଣ ସଦସ୍ୟ ଥିଲେ । ଏବେ ନୂଆ ସଦସ୍ୟ ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଏବଂ ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗୋ ସାମିଲ ହୋଇଛନ୍ତି । ଏହି ଦୁଇ ନୂଆ ସଦସ୍ୟଙ୍କ ସହିତ ଏହି ଟାସ୍କଫୋର୍ସରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୧୧ ହୋଇଛି ।
ଏହା ମଧ୍ୟ ପଢନ୍ତୁ-ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ଉପରେ ସଚେତନତା କାର୍ଯ୍ୟକ୍ରମ - New Criminal Law Awareness - NEW CRIMINAL LAW AWARENESS
- ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରିଷଦ ଅଧ୍ୟକ୍ଷ
‘ଦକ୍ଷିଣ-ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିକାଶ ପରିଷଦ ଗଠନ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ଏବଂ ଢାଞ୍ଚା, କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ଟାସ୍କଫୋର୍ସରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ରହିଛନ୍ତି ସଦସ୍ୟ ।
- ଏକ୍ସ-ଅଫିସିଓ ସଦସ୍ୟ ରହିଛନ୍ତି 3 ବରିଷ୍ଠ ଅଧିକାରୀ
ଏହା ସହିତ ୩ ଜଣ ଏକ୍ସ ଅଫିସିଓ ମେମ୍ବର ମଧ୍ୟ ରହିଛନ୍ତି । ସେମାନେ ହେଲେ ଦକ୍ଷିଣାଞ୍ଚଳ RDC, କେନ୍ଦ୍ରାଞ୍ଚଳ RDC ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଆବାହକ ସଦସ୍ୟ ଅଛନ୍ତି । କୋରାପୁଟ,ନବରଙ୍ଗପୁର , ମାଲକାନଗିରି ,ରାୟଗଡା,କନ୍ଧମାଳ,ଗଜପତି ଓ ଗଞ୍ଜାମକୁ ନେଇ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର