ପୁରୀ:ଭକ୍ତଙ୍କୁ ମିଳିଲା ଆଶ୍ବସ୍ତି । ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ହେବ ଖେଚୁଡି ଓ କାନିକା । ଅକ୍ଷତ ଚାଉଳର ମାନ ପରୀକ୍ଷା ପରେ ପ୍ରସାଦ ପ୍ରସ୍ତୁତ ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ତେବେ ଏନେଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି କହିଛନ୍ତି, ମହାପ୍ରଭୁଙ୍କ ଉଦ୍ଦେଶ୍ୟ ଭକ୍ତ ଚାଉଳ ଦାନ କରିଥିବାରୁ ଏହାକୁ ମହାପ୍ରଭୁଙ୍କ ଭୋଗରେ ଲଗାଯିବା । ଏନେଇ ଏକ ସ୍ଵତନ୍ତ୍ର କମିଟି ଗଠନ ହୋଇଛି । ସୁଆର ମହାସୁଆର ନିଯୋଗର କିଛି ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏହି କମିଟିରେ ରହିଛନ୍ତି । ସେମାନେ ମହାପ୍ରଭୁଙ୍କ ଭୋଗରେ କିଭଳି ସଂଗୃହିତ ଚାଉଳ ଲାଗି ପାରିବ ସେନେଇ ଅନୁଧ୍ୟାନ କରିବେ । ଏଥିସହ ସଂଗୃହୀତ ଅରୁଆ ଚାଉଳର ମାନ ଠିକ୍ ଅଛି କି ନାହିଁ ତାହା କମିଟି ଯାଞ୍ଚ କରିବ। ପରେ ଶ୍ରୀମନ୍ଦିରକୁ ନିଆଯାଇ ମହାପ୍ରଭୁଙ୍କ ପାଇଁ ଭୋଗ ପ୍ରସ୍ତୁତି ହେବ । ଆସନ୍ତା ରବିବାର ଠାରୁ ଏହି ଭୋଗ ପ୍ରସ୍ତୁତି କରାଯାଇ ମହାପ୍ରଭୁଙ୍କୁ ଭୋଗ ପରେ ଏହି ଭୋଗକୁ ଭକ୍ତଙ୍କ ମହଲରେ ମାଗଣାରେ ବଣ୍ଟାଯିବ ।
ଏହା ମଧ୍ୟ ପଢନ୍ତୁ- ବ୍ୟର୍ଥ ଯିବନି ଶ୍ରଦ୍ଧାଳୁଙ୍କ ଦାନ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା