ଓଡିଶା

odisha

ETV Bharat / state

ଖଣ୍ଡଗିରି ମେଳା: ସାଧୁ ସନ୍ଥଙ୍କ ପାଇଁ 1000 ଟେଣ୍ଟ ବ୍ୟବସ୍ଥା, ଯାତ୍ରାରେ ଅଶ୍ଳୀଳତାକୁ ନା - KHANDAGIRI MELA

ଫେବୃଆରୀ ୪ ତାରିଖରୁ ଖଣ୍ଡଗିରି ମେଳା । ମେଳାରୁ ବଞ୍ଜାରା ହଟାଇବା ପାଇଁ ପ୍ରସ୍ତୁତ ହେବ ସମନ୍ୱୟ ସ୍କ୍ବାର୍ଡ । ସ୍ବଚ୍ଛତା, ସୁରକ୍ଷା,ଟ୍ରାଫିକ ସୁପରିଚାଳନା ଏବଂ ସାଧୁଙ୍କୁ ମୌଳିକ ସୁବିଧା ଯୋଗାଇଦେବ ବିଏମସି ।

KHANDAGIRI MELA PREPARATION MEETING
KHANDAGIRI MELA PREPARATION MEETING (ETYV Bharat Odisha)

By ETV Bharat Odisha Team

Published : Jan 19, 2025, 7:27 AM IST

ଭୁବନେଶ୍ବର:ଖଣ୍ଡଗିରି ମାଘ ମେଳା ପାଇଁ ବସିଲା ବୈଠକ । ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବ ଐତିହାସିକ ଖଣ୍ଡଗିରି ମାଘ ସପ୍ତମୀ ମେଳା । ଏହି ମେଳାକୁ ସୁଚାରୁରୂପେ ପରିଚାଳନା ପାଇଁ ଗତକାଲି (ଶନିବାର) ବିଏମସିର ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ଏଥିରେ ବିଏମସି ମେୟର, କମିଶନରଙ୍କ ସମେତ କମିଶନରେଟ ପୋଲିସ , ଅଗ୍ନିଶମ ବିଭାଗ, ବିଦ୍ୟୁତ ଓ ପାଣି ବିଭାଗର ଅଧିକାରୀ, ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ, ସ୍ଥାନୀୟ ୬ କର୍ପୋରେଟର, ଯାତ୍ରା କମିଟି ସଦସ୍ୟ ଓ ବୁଦ୍ଧିଜୀବୀମାନେ ଉପସ୍ଥିତି ରହିଥିଲେ ।

KHANDAGIRI MELA PREPARATION MEETING (ETYV Bharat Odisha)

ବୈଠକରେ କ'ଣ ହେଲା ଆଲୋଚନା ?

ବୈଠକରେ ସ୍ୱଚ୍ଛତା, ସୁରକ୍ଷା, ଟ୍ରାଫିକ ସୁପରିଚାଳନା, ସାଧୁମାନକୁ ମୌଳିକ ସୁବିଧା ଯୋଗାଇଦେବା ବିଷୟରେ ଆଲୋଚନା ସହ ସମସ୍ତ ସୁବିଧା କିଭଳି ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା । ଏହାସହ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବ ନାହିଁ ବୋଲି ବିଏମସିକୁ ପ୍ରତିଶ୍ରୁତି ଦେଲେ ଯାତ୍ରା କମିଟି । ଏଥର ୧୦୦୦ ସାଧୁ ସନ୍ଥଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ ବ୍ୟବସ୍ଥା କରିବ ବିଏମସି । ସୁରକ୍ଷା ଦୃଷ୍ଟିରୁ ସିସିଟିଭିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେପଟେ ବଞ୍ଜାରାମାନଙ୍କୁ ମେଳାରୁ ହଟାଇବା ପାଇଁ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରିବାକୁ ପ୍ରସ୍ତାବ ଦେଲା ବିଏମସି ।

KHANDAGIRI MELA PREPARATION MEETING (ETYV Bharat Odisha)


ଏପରି କହିଲେ ଭୁବନେଶ୍ବର ମେୟର:

ଏନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସକହିଛନ୍ତି," ଆସନ୍ତା ଫେବୃଆରୀ ୪ ତାରିଖରୁ ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ଐତିହାସିକ ଖଣ୍ଡଗିରି ମାଘ ମେଳା ଆରମ୍ଭ ହେବ । ଯାହା ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱରର ଏହି ମେଳାକୁ ସଠିକ୍ ଢଙ୍ଗରେ ସୁପରିଚଳିତ କରିବା ପାଇଁ ବସିଥିଲା ପ୍ରସ୍ତୁତି ବୈଠକ । ଏହି ମେଳାକୁ ରାଜ୍ୟ ଓ ରାଜ୍ୟ ବାହାରରୁ ଅନେକ ସାଧୁସନ୍ଥଙ୍କ ସମାଗମ ହୋଇଥାଏ । ସାଧୁସନ୍ଥଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ସହ ଚଳିତ ଥର ନୂଆ କରି ୧୦୦୦ ସାଧୁଙ୍କ ଟେଣ୍ଟ ବ୍ୟବସ୍ଥା କରିବ ବିଏମସି । ସାଧୁସନ୍ଥଙ୍କ ରହିବା ସ୍ଥାନ ସହ ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା ସଠିକ ପରିଚାଳନା କରିବା ପାଇଁ ମାଷ୍ଟରପ୍ଲାନ କରିଛି ବିଏମସି । ଖଣ୍ଡଗିରି ଉପରେ ସ୍ଥାୟୀ ପିଇବା ପାଣି ବ୍ୟବସ୍ଥା ମଧ୍ୟ କରାଯିବ । ସାଧୁ ସନ୍ଥମାନଙ୍କ ଆସିବାଠୁ ନେଇ ହୋମଯଜ୍ଞ ଏବଂ ରହିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କିଭଳି ଭଲ ଭାବେ ହୋଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକରୁ ଅଧିକ ଶୌଚାଳୟ ସହ ଲାଇଟ୍ ବ୍ୟବସ୍ଥାକୁ ସଠିକ କରାଯିବ ।"

KHANDAGIRI MELA PREPARATION MEETING (ETYV Bharat Odisha)

ସ୍ୱଚ୍ଛତାକୁ ଅଧିକ ଗୁରୁତ୍ବ:

ଖଣ୍ଡଗିରି ପାଦଦେଶକୁ ଆଲୋକୀକରଣ, ରାସ୍ତା ମରାମତି ସହ ସ୍ୱଚ୍ଛତାକୁ ବିଶେଷ ପ୍ରାଧାନ୍ୟ ଦେଇଛି ବିଏମସି । ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଭାଗ ସହ ଆଲୋଚନା କରିଛି ବିଏମସି । ସମ୍ପୂର୍ଣ୍ଣ ମେଳା ଉପରେ ନଜର ରଖିବା ପାଇଁ ପୂର୍ବ ଥର ୪୭ଟି ସିସିଟିଭି ଲଗାଯାଇଥିଲା ହେଲେ ଚଳିତ ଥର ଅଧିକ ସିସିଟିଭି ଲଗାଯିବ ବୋଲି ସୂଚନା ଦେଇଛି ବିଏମସି । ଏହାସହ ଟ୍ରାଫିକ ବ୍ୟବସ୍ଥାକୁ ଠିକ କରିବା ପାଇଁ ପୋଲିସ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ଏବଂ ସାଧା ପୋଷାକରେ ମଧ୍ୟ ପୋଲିସ ନଜର ରଖିବେ ।

ହଟିବେ ବଞ୍ଜାରା , ଟ୍ରାଫିକ ପରିଚାଳନାରେ ନିୟୋଜିତ ହେବେ ଅବସରପ୍ରାପ୍ତ ସେନା କର୍ମଚାରୀ:

ମାଘ ମେଳାରେ ଚୋରି, ତସ୍କରୀ ଭଳି ଅପରାଧୀକ କାର୍ଯ୍ୟ ରୋକିବା ପାଇଁ ବଞ୍ଜାରାମାନଙ୍କୁ ହଟାଯିବ । ପୋଲିସ ଫୋର୍ସ ସହ ବିଏମସି ତରଫରୁ ୧୫୦ ଅବସରପ୍ରାପ୍ତ ସେନା କର୍ମଚାରୀ ଟ୍ରାଫିକ ପରିଚାଳନାରେ ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।

ଏହା ମଧ୍ୟ ପଢନ୍ତୁ... ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ମନା, ସେଣ୍ଟ୍ରାଲ କମିଟି ରଖିବ ନଜର - KHANDAGIRI YATRA

ଏହା ମଧ୍ୟ ପଢନ୍ତୁ...ଏଥର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ - ITEM DANCE BANN

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ବାୟୋଟେକ୍ ପାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି - SINGAPORE PRESIDENT



ଯାତ୍ରାରେ ଅଶ୍ଳୀଳତାକୁ ନା' :

ସେପଟେ ଖଣ୍ଡଗିରି ମାଘ ମେଳାରେ ଯାତ୍ରାପ୍ରେମୀଙ୍କ ଭିଡ଼ ଲାଗେ । ପୂର୍ବରୁ ଯାତ୍ରା କମିଟି ୩ ଜଣ କଳାକାରଙ୍କୁ ଖଣ୍ଡଗିରି ବ୍ୟାନ କରିଥିବାବେଳେ ଏନେଇ ବିଏମସି ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଏଥର ମୋଟ ୭ଟି ଯାତ୍ରା ପେଣ୍ଡାଲ ରହୁଛି । ଯେଉଁଠି କୌଣସି ଯାତ୍ରା କଳାକାର ଅଶ୍ଳୀଳ ନୃତ୍ୟ କରିବେ ନାହିଁ ବୋଲି ଏକ ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ୍ରାଲ ଯାତ୍ରା କମିଟି ସମ୍ପାଦକ ପ୍ରମୋଦ କୁମାର ଜେନା । ଏବାବଦରେ ମଧ୍ୟ ପୋଲିସକୁ ଅଣ୍ଡରଟେକିଂ ଦେଇଛନ୍ତି ଯାତ୍ରା କମିଟି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details