ଓଡିଶା

odisha

ETV Bharat / state

କନ୍ଧମାଳ ଲୋକସଭା ଆସନ ବିଜେପି ପ୍ରାର୍ଥୀଙ୍କ ବୌଦ୍ଧ ଗସ୍ତ, ବର୍ତ୍ତମାନର ସାଂସଦଙ୍କୁ କଲେ ଟାର୍ଗେଟ - Sukant Panigrahi

Kandhamal Lok Sabha Constituency BJP Candidate Sukant Panigrah: କନ୍ଧମାଳ ସାଂସଦ ପ୍ରାର୍ଥୀ ବିଜେପି ସୁକାନ୍ତ ପାଣିଗ୍ରାହୀ ବୌଦ୍ଧ ଗସ୍ତ କରି ବର୍ତ୍ତମାନର ସାଂସଦଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

ସୁକାନ୍ତ ପାଣିଗ୍ରାହୀ
ସୁକାନ୍ତ ପାଣିଗ୍ରାହୀ

By ETV Bharat Odisha Team

Published : Apr 8, 2024, 5:04 PM IST

ସୁକାନ୍ତ ପାଣିଗ୍ରାହୀ

ବୌଦ୍ଧ:ନିର୍ବାଚନ ଘଡ଼ି ପାଖେଇ ଆସୁଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇଲେଣି ନେତା । ଭୋଟଙ୍କୁ ଆକୃଷ୍ଟ କରିବା ପାଇଁ ଡୋର ଟୁ ଡୋର ପ୍ରାଚାର ଆରମ୍ଭ ହେଲାଣି । ସେପଟେ କନ୍ଧମାଳ ସାଂସଦ ପ୍ରାର୍ଥୀ ଭାବରେ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି । ଆଜି (ସୋମବାର) ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛି ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ବର୍ତ୍ତମାନର ସାଂସଦଙ୍କ ଉପରେ ବର୍ଷିଛନ୍ତି ସୁକାନ୍ତ ।

କନ୍ଧମାଳ ଲୋକସଭା କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ସୁକାନ୍ତ ପାଣିଗ୍ରାହୀ । ସାଂସଦ ପ୍ରାର୍ଥୀ ଭାବରେ ତାଙ୍କ ନାମ ଘୋଷଣା ପରେ ଆଜି ବୈଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ । ଏକ ସାମ୍ୱାଦିକ ସମ୍ମିଳନୀରେ ସୁକାନ୍ତ ଯୋଗଦେଇ ଉଭୟ ବିଜେଡି ବିଧାୟକ ତଥା ସାଂସଦଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ବର୍ତ୍ତମାନ କନ୍ଧମାଳ ଲୋକସଭା କ୍ଷେତ୍ର ସାଂସଦ ଅନ୍ୟ ଅଞ୍ଚଳର । ତେଣୁ ଚଳିତ ସାଂସଦ ନିର୍ବାଚନରେ ମାଟିର ପ୍ରାର୍ଥୀ ସହିତ ଅନ୍ୟ ଅଞ୍ଚଳର ପ୍ରାର୍ଥୀ ମଧ୍ୟରେ ହେବ ବୋଲି କହିଛନ୍ତି ସୁକାନ୍ତ । ଏହାସହ ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଉଭୟ ନିର୍ବାଚିତ ବିଧାୟକ ଓ ସାଂସଦ ଫେଲ ମାରିଥିବା ବିଜେପି ସାଂସଦ ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ନାଁରେ ଅଞ୍ଚଳର ଗରିବ ନିରୀହ ଲୋକଙ୍କୁ ଠକୁଥିବା ସୁକାନ୍ତ ଅଭିଯୋଗ କରିବା ସହିତ କନ୍ଧମାଳ ସାଂସଦଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିରୁ ଆସି ଜୟଦେବ ଟିକଟ ନେଇଗଲେ ଅରବିନ୍ଦ ଢାଲି: ଆଶାୟୀ ନିରାଶ, ବିଜେପିରେ ଫାଟ ଜଳ ଜଳ - Jayadev Assembly Constituency

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧ ଓ କଣ୍ଟାମାଳ ପାଇଁ ୩ ଦଳଙ୍କ ପ୍ରାର୍ଥୀତ୍ବ ସ୍ପଷ୍ଟ, କଡା ଟକ୍କର ହେବା ସମ୍ଭାବନା - ODISHA ASSEMBLY ELECTION 2024

ବୌଦ୍ଧ ଜିଲ୍ଲାର ଉଭୟ ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନ, ଆବାସ, ରାସନ୍, ସାମାଜିକ ସୁରକ୍ଷା ଭଳି ଯୋଜନାରେ ବ୍ୟାପକ ଅନିୟମିତତା ତଥା ଅବ୍ୟବସ୍ଥାକୁ ନେଇ ବିଜେପି ଲୋକଙ୍କ ପାଖରେ ପହଞ୍ଚିବ । ଏହାସହ ମୋଦି ଗ୍ୟାରେଣ୍ଟିକୁ ନେଇ ବିଜେପି ଭୋଟ ଭିକ୍ଷା କରିବ । ସେପଟେ ଚଳିତ ନିର୍ବାଚନରେ ବିଜେପିର ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଭୟ ବିଜେପି ସାଂସଦ ପ୍ରାର୍ଥୀ ଏବଂ ବୌଦ୍ଧ ବିଧାୟକ ପ୍ରାର୍ଥୀ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details