ଓଡିଶା

odisha

ETV Bharat / state

Justice Arijit Pasayat SIT Report; ସାବାଡ ହେବେ ଲାଞ୍ଚୁଆ ଅଧିକାରୀ, ‘ଭିଜିଲାନ୍ସ ମାମଲାରେ ଇଡି, ଆୟକର କରିବେ ତଦନ୍ତ’, କଳାଧନ ସମ୍ପର୍କରେ କହିଲେ... - SIT Meeting on Black Money - SIT MEETING ON BLACK MONEY

SIT Meeting on Black Money chaired by the panels vice-chairman Justice (Retired) Arijit Pasayat; ଲାଞ୍ଚୁଆ ଅଧିକାରୀଙ୍କୁ ସାବଡ଼ କରିବାକୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ SIT ଉପାଧ୍ୟକ୍ଷ । ଆସନ୍ତା 15 ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଦାଖଲ କରିବେ ରିପୋର୍ଟ । ଅଧିକ ପଢନ୍ତୁ

SIT Meeting on Black Money
SIT Meeting on Black Money (ETV Bharat Odisha)

By ETV Bharat Odisha Team

Published : Aug 28, 2024, 8:06 PM IST

କଟକ: କଟକରେ ଶେଷ ହେଲା କଳାଧନ ସମ୍ପର୍କିତ ଏସଆଇଟିର ନବମ ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଳାଧନ ସମ୍ପର୍କରେ ଆଲୋଚନା ହୋଇ ଥିବାବେଳେ ଅନଲାଇନ ଜୁଆ ଓ ଟ୍ରେଡିଂରେ ହେଉଥିବା କାରବାରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏବଂ ଏହି ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି SIT । ଏହା ବାଦ ଆଉ ଯେଉଁ କ୍ଷେତ୍ରରେ କଳାଧନ କାରବାର ହେଉଛି ତା ଉପରେ ଆଲୋଚନା ହୋଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନିକଟକୁ ରେଡ କରିବାକୁ ଯିବା ସମୟରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମକୁ ନେଇ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ।

SIT Meeting on Black Money (ETV Bharat Odisha)

ଏହା ବ୍ୟତୀତ ଏହି ବୈଠକରେ ଭିଜିଲାନ୍ସ ଜାଲରେ ପଡି ଥିବା 20 ଜଣ ଅଧିକାରୀଙ୍କ ତଥ୍ୟ ଦାଖଲ କରି ଥିଲା ଭିଜିଲାନ୍ସ । ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଓ ରୁପା ଧରା ପଡିବା ପ୍ରସଙ୍ଗରେ ମଧ୍ୟ SITଙ୍କୁ ଅବଗତ କରିଛି GST ବିଭାଗ । ଇଡି ନିର୍ଦ୍ଦେଶକ, ସିବିଡିଟି ଅଧ୍ୟକ୍ଷ, ଆୟକର ବିଭାଗ ଅଧିକାରୀ, ଏନସିବି ଅଧିକାରୀ, ଭିଜିଲାନ୍ସ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଆଇଜି ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଅଧିକାରୀ ଏହି ବୈଠକରେ ଥିଲେ ସାମିଲ ହୋଇ ଥିଲେ । "ତେବେ ଆସନ୍ତା ୧୫ ଦିନ ମଧ୍ୟରେ SIT ନିଜର ପରବର୍ତ୍ତୀ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବ," ବୋଲି କହିଛନ୍ତି ଜଷ୍ଟିସ ପଶାୟତ ।


ଏହା ବି ପଢନ୍ତୁ- କଳାଧନ ସମ୍ପର୍କିତ ରିପୋର୍ଟଙ୍କୁ ନେଇ ଜଷ୍ଟିସ ଅରିଜିତ ପଶାୟତ ଦେଲେ ବଡ଼ ବୟାନ - Justice Arijit Pasayat SIT Report


ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ନବମ ବୈଠକ । "କଳାଧନ ସମ୍ପର୍କରେ ଗୁରୁତ୍ୱର ସହ ଆଲୋଚନା କରାଯାଇଛି । ଦେଶରେ ବର୍ତ୍ତମାନ ଅନଲାଇନ ଜୁଆ, ଟ୍ରେଡିଂ, କ୍ରିପ୍ଟୋ କରେନ୍ସି, ଅନଲାଇନ ଗେମରେ ଅଧିକ କଳାଧନ କାରବାର ହେଉଛି । ତା ଉପରେ ଫୋକସ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବାଦ ଆଉ ଯେଉଁ କ୍ଷେତ୍ରରେ କଳାଧନ କାରବାର ହେଉଛି ତା ଉପରେ ଆଲୋଚନା ହୋଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନିକଟକୁ ରେଡ କରିବାକୁ ଯିବା ସମୟରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମକୁ ନେଇ ଯିବା ପାଇଁ," କହଛନ୍ତି ଏସଆଇଟି ଉପାଧ୍ୟକ୍ଷ ।

ଏହା ବ୍ୟତୀତ କିଛି ଦିନ ଧରି ଓଡ଼ିଶାରେ ଭିଜିଲାନ୍ସ ଦ୍ବାରା ଧରା ପଡ଼ି ଗିରଫ ହୋଇଥିବା କୁବେର ବାବୁଙ୍କ ସମ୍ପର୍କରେ ଇଡି ସହ ଆଲୋଚନା କରାଯାଇଛି। ତେବେ ଏହି ବୈଠକରେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ, ସିବିଡିଟି ଅଧ୍ୟକ୍ଷ ରବି ଅଗ୍ରୱାଲ, ଆୟକର ବିଭାଗ ଅଧିକାରୀ, ଏନସିବି ଅଧିକାରୀ, ସିଟିଜିଏସଟି, ଏକ୍ସିସାଇସ ଓ କଷ୍ଟମ ଅଧିକାରୀ, ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମଦ, ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଅଧିକାରୀ ଏହି ବୈଠକରେ ଥିଲେ ସାମିଲ। ଆସନ୍ତା ୧୫ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଏ ନେଇ ରିପୋର୍ଟ ଦାଖଲ କରାଯିବ ।



ଗତ ବୈଠକରେ କଣ ହୋଇଥିଲା !
ନିର୍ବାଚନ ସମୟରେ ଅସାଧୁ ଉପାୟରେ ଭୋଟର ଙ୍କୁ ପ୍ରଭାବିତ କରିବା ପ୍ରସଙ୍ଗ କୁ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ନିଶା କାରବାର ଏବଂ ନିୟନ୍ତ୍ରଣ ଉପରେ ଵିଶେଷ ଆଲୋଚନା କରାଯାଇଥିଲା । ୨ହଜାର ରୁ ୩ ହଜାର ଟଙ୍କାର ନିଶା କାରବାର ହେଉଥିବା ବରିଷ୍ଠ ଅଧିକାରୀ କମିଟି କୁ ଅବଗତ କରିଥିଲେ।ତେବେ ନିଶା କାରବାର ନିୟନ୍ତ୍ରଣ ଵଡ ଆହ୍ବାନ ବୋଲି SIT ଉପାଧ୍ୟକ୍ଷ ଜଷ୍ଟିସ ଅର୍ଜିତ ପଶାୟତ କହିଥିଲେ । କେବଳ ସେତିକି ନୁହେଁ ବରଂ ନିର୍ବାଚନ ସମୟରେ ଉପହାର ବାଣ୍ଟିବା ଏକ ବଡ଼ ସମସ୍ୟା ବୋଲି ଜଷ୍ଟିସ ପଶୟତ କହିଥିଲେ । ତେବେ ନିର୍ଵାଚନ ବେଳେ ନିଶା ଓ ଉପହାର ଦେଵା ଉପରେ କଡା ନଜର ରଖିବାକୁ ସେ ପରାମର୍ଶ ଦେଇଥିଲେ । ନିର୍ବାଚନ ଆସିଲେ ନେତା ମାନେ ଆଉ ଟଙ୍କା ବାଣ୍ଟୁ ନାହାନ୍ତି । ବିଭିନ୍ନ ଉପହାର ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି । ଏହାକୁ ଗୁରୁତ୍ୱର ନେବା ସହ ଏଥିପ୍ରତି ସଜାଗ ରହିବାକୁ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଗିଫ୍ଟ କୁପନ ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିଵାର ଆଶଙ୍କା ରହିଥିବାରୁ ନିର୍ବାଚନ ସମୟରେ, ଯେଉଁ ସାମଗ୍ରୀ ର ଅଧିକ ଚାହିଦା ରହିବ ତାହା ଉପରେ ନଜର ରଖିବାକୁ ଜଷ୍ଟିସ ପଶାୟତ ପରାମର୍ଶ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ,କିଛି କ୍ଷେତ୍ରରେ ଆଇନର ପରିଵର୍ତ୍ତନ ଆବଶ୍ୟକ ପଡୁଛି ବୋଲି ଜଷ୍ଟିସ ପଶାୟତ କହିଥିଲେ । ସେହିପରି ଭିଜିଲାନ୍ସ କରିଥିବା ମାମଲାର ବିବରଣୀ ଇନକମଟ୍ୟାକ୍ସ ଏବଂ ଇଡିକୁ ଦେବାକୁ ପରାମର୍ଶ ଦିଆଯାଇଥିବା ଜଷ୍ଟିସ ପଶାୟତ କହିଛନ୍ତି।ତେବେ ଆସନ୍ତା ଜୁନ ମାସ ଶେଷ ବେଳକୁ ନବମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଷ୍ଟିସ ପଶାୟତ କହିଛନ୍ତି ।


ଏହି ଏସଆଇଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ତେଲେଙ୍ଗାବଜାର ସ୍ଥିତ ବାସଭବନରେ ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । କଟକସ୍ଥିତ ଜଷ୍ଟିସ ପଶାୟତଙ୍କ ବାସଭବନରେ ପୂର୍ବରୁ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ସେଥିରେ ବିଭିନ୍ନ ବିଭାଗର ପଦାଧିକାରୀ ଓ ଓଡ଼ିଶାରେ ଅବସ୍ଥାପିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗ ଦେଉଥିଲେ । ବିଶେଷ ଭାବେ ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଓ ଓଡ଼ିଶାର କଳାଧନ ସମ୍ପର୍କିତ ଆଲୋଚନା ଏହି ବୈଠକରେ ହୋଇଥିଲା । ଏସଆଇଟିର ଏହି ବୈଠକରେ ପୋଲିସ ଡିଜିଙ୍କ ସହିତ ସିବିଡିଟି ଅଧ୍ୟକ୍ଷ, ଇଡି, ସିବିଆଇ, ନାରକୋଟିକସ କଣ୍ଟ୍ରୋଲ ବ୍ୟୁରୋ, କଷ୍ଟମ, ଏକସାଇଜ୍, ଆୟକର ବିଭାଗର ଉଚ୍ଚ ଅଧିକାରୀ ଯୋଗ ଦେଇଥିଲେ । ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଞ୍ଚ ଏଡିଜି, ଖଣି ସଚିବ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ।

ABOUT THE AUTHOR

...view details