ଓଡିଶା

odisha

ETV Bharat / state

ଜିରାଙ୍ଗ ବୌଦ୍ଧ ମନ୍ଦିର, ପର୍ଯ୍ୟଟକଙ୍କ ମନ ମୋହୁଛି ଶାନ୍ତ ପରିବେଶ - JIRANGA BUDDHIST MONASTERY

ଗଜପତି ଜିରାଙ୍ଗରେ ଏସିଆର ଦ୍ୱିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର । ଗୁରୁ ପଦ୍ମସମ୍ଭବ ବିଦ୍ୟାଳୟରେ ବୈଦ୍ଧ ଧର୍ମର ଶିକ୍ଷାଦାନ ।

JIRANGA BUDDHIST MONASTERY
JIRANGA BUDDHIST MONASTERY (ETV BHARAT ODISHA)

By ETV Bharat Odisha Team

Published : 6 hours ago

ଗଜପତି : ଶୀତ ଦିନ ଆସିଲେ ପର୍ଯ୍ୟଟନୀସ୍ଥଳୀ ଯିବାକୁ କିଏ ବା ପସନ୍ଦ ନ କରିବେ । ଏଥିପାଇଁ ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଲୋକଙ୍କ ସୁଅ ଛୁଟେ । ବିଶେଷ କରି ସୁଉଚ୍ଛ ପାହାଡରୁ ବହି ଆସୁଥିବା ଝରଣାର କୁଳୁ କୁଳୁ ନାଦ ଓ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଆମେ ଆଜି ଆପଣଙ୍କୁ ଏପରି ଏକ ପର୍ଯ୍ୟଟନୀସ୍ଥଳ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ନିଶ୍ଚିନ୍ତ ଥରେ ବୁଲି ଯିବାକୁ ମନ ବଳାଇବେ ।

ଗଜପତି ଜିଲ୍ଲାର ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର । ଯାହା ଦକ୍ଷିଣ ଏସିଆର ଦ୍ୱିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର ଭାବେ ସୁପରିଚିତ । ତିବ୍ଦତୀୟ କଳାକୃତି ସହ ସଂସ୍କୃତି ପୂର୍ଣ୍ଣ ଏହି ମନ୍ଦିର କାରୁକାର୍ଯ୍ୟ ବର୍ଷ ତମାମ କେବଳ ରାଜ୍ୟ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ବେଶ୍ ଆକର୍ଷିତ କରିଥାଏ । ଏଥିସହ ଏଠାକାର ଗୁରୁ ପଦ୍ମ ସମ୍ଭବ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ରହିଥାଏ ସ୍ୱତନ୍ତ୍ରତା ।

JIRANGA BUDDHIST MONASTERY (ETV BHARAT ODISHA)

ଆସନ୍ତୁ ବୁଲିଯିବା ଜିରାଙ୍ଗ ବୌଦ୍ଧ ମନ୍ଦିର:

ଗୋଟିଏ ପଟେ ପ୍ରାକୃତିକ ଶୋଭାରାଜି ସହିତ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ । ଅନ୍ୟପଟେ ପାହାଡ଼ ଘେରା ଜଙ୍ଗଲ ମଧ୍ୟରେ ବୌଦ୍ଧ ମନ୍ଦିର । ଏଠାରେ ତିବ୍ଦତୀୟ କଳାକୃତି ସହିତ ସଂସ୍କୃତିପୂର୍ଣ୍ଣ ଏହି ମନ୍ଦିରର କାରୁକାର୍ଯ୍ୟ ଯେତିକି ମନମୁଗ୍ଧକର ତାଠାରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଏଠାକାର ଶାନ୍ତ ପରିବେଶ । ତେଣୁ ବର୍ଷ ତମାମ ପର୍ଯ୍ୟଟକ ଟାଣି ହୋଇ ଆସିଥାନ୍ତି ରାଜ୍ୟର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ।

ଏହା ମଧ୍ୟ ପଢନ୍ତୁ-ପର୍ଯ୍ୟଟକଙ୍କ ଫେବରିଟ୍ ହୀରାକୁଦ, ପିକନିକ ସାଙ୍ଗକୁ ଜଳଭଣ୍ଡାରରେ ଜଳ କ୍ରୀଡ଼ା - SAMBALPUR HIRAKUD DAM

ଏହା ମଧ୍ୟ ପଢନ୍ତୁ-ଲୋୟର ଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରରେ ଜମୁଛି ଭିଡ, 23 ବର୍ଷ ପରେ ପାଇଲା ପୂର୍ଣ୍ଣାଙ୍ଗ ରୂପ - ନୂଆପଡା ପର୍ଯ୍ୟଟନୀ ସ୍ଥଳୀ

Jiranga Buddhist monastery (ETV BHARAT ODISHA)

ପଦ୍ମସମ୍ଭବ ବିଦ୍ୟାଳୟରେ ବୌଦ୍ଧ ଧର୍ମର ଶିକ୍ଷାଦାନ:

ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ନିକଟ ଜିରାଙ୍ଗର ଏହି ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ପୂଜା ପାଇ ଆସୁଛନ୍ତି ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି । ଏହାର ଉଚ୍ଚତା ୨୩ ଫୁଟ ରହିଥିବା ଜଣାପଡ଼େ । ଏପରିକି ମନ୍ଦିର ପରିସରରେ ବୌଦ୍ଧ ଧର୍ମର ଶିକ୍ଷାଦାନ ପାଇଁ ରହିଛି ଗୁରୁ ପଦ୍ମସମ୍ଭବ ବିଦ୍ୟାଳୟ । ଯେଉଁଥିରେ ବୌଦ୍ଧ ଧର୍ମାବଲମ୍ୱୀମାନେ ସେମାନଙ୍କ ନିୟମିତ ଶିକ୍ଷା ଗ୍ରହଣ କରୁଛନ୍ତି । ବୌଦ୍ଧ ଧର୍ମର ଦ୍ୱିତୀୟ ଗୁରୁ କୁହାଯାଉଥିବା ପଦ୍ମସମ୍ଭବଙ୍କର ନାମରେ ଏହି ବିଦ୍ୟାଳୟକୁ ନାମିତ କରାଯାଇଛି । ଏପରିକି ବିଦ୍ୟାଳୟରେ ବର୍ତ୍ତମାନ ଓଡିଶା ଭାଷାରେ ମଧ୍ୟ ଶିକ୍ଷାଦାନ ପ୍ରଦାନ କରାଯାଉଥିବା କହିଛନ୍ତି ବୌଦ୍ଧ ଧର୍ମାବଲମ୍ୱୀ । ସେପଟେ ମୁଖ୍ୟ ମନ୍ଦିରର ଅନିତି ଦୂରରେ ରହିଛି ଅନ୍ୟ ଏକ ବୌଦ୍ଧ ଧର୍ମାବଲମ୍ୱୀ ସ୍ଥଳ ।

Jiranga Buddhist monastery (ETV BHARAT ODISHA)

୫ ମହଲା ବିଶିଷ୍ଟ ବୌଦ୍ଧ ମନ୍ଦିର:

ପ୍ରାୟ ୧୦ ଏକର ଜମିରେ ନିର୍ମିତ ହୋଇଛି ଜିରାଙ୍ଗ ବୌଦ୍ଧ ମନ୍ଦିର । ୫ ମହଲା ବିଶିଷ୍ଟ ବୌଦ୍ଧ ମନ୍ଦିର ସମୁଖରେ ରହିଛି ପଦ୍ମସମ୍ଭବ ମାନସରୋବର । ଯେଉଁଥିରେ ଗୁରୁ ପଦ୍ମସମ୍ଭବଙ୍କର ପ୍ରତିମୂର୍ତ୍ତି ରଖାଯାଇଛି । ଯାହାର ଚତୁଃପାର୍ଶ୍ୱକୁ ମନୋରମ ଦୃଶ୍ୟ ଏଠାକୁ ଆସୁଥିବା ଦର୍ଶକଙ୍କ ବେଶ ଆକର୍ଷିତ କରିଥାଏ । ଯେଉଁଥିପାଇଁ ପ୍ରତ୍ୟେକ ଦିନ ଏଠାକାର ପରିବେଶକୁ ଉପଭୋଗ କରିବାକୁ ବିଭିନ୍ନ ସ୍ଥାନରୁ ଛୁଟି ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । ସେପଟେ ଅଧ୍ୟୟନରତ ବୌଦ୍ଧ ଭିକ୍ଷୁ ମାନେ ଏଠାକୁ ଧ୍ୟାନଯୋଗ ଶିକ୍ଷା ପାଇଁ ଆସିଥାନ୍ତି ।

Jiranga Buddhist monastery (ETV BHARAT ODISHA)

ମନ୍ଦିରକୁ ଉଦଘାଟନ କରିଥିଲେ ଦଲାଇ ଲାମା:

ଗତ ୨୦୦୩ ମସିହାରେ ଏହି ବୁଦ୍ଧ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୧୦ ମସିହାରେ ଏହାକୁ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଉଦ୍‌ଘାଟନ କରିଥିଲେ। ମୁଖ୍ୟତଃ ନାଳନ୍ଦା ଭଳି ଅତନପୁରି ନିର୍ମାଣ ଶୈଳୀରେ ଜିରାଙ୍ଗର ଏହି ବୌଦ୍ଧ ମନ୍ଦିରକୁ ତିବ୍ବତୀୟ ଆର୍କିଟେକ୍ଟମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ନକ୍ସାରେ ନିର୍ମାଣ କରାଯାଇଥିବା ଜଣାଯାଏ । ଦକ୍ଷିଣ ଓଡ଼ିଶାର ଏଭଳି ଏକ ସ୍ଥାନ ଓଡ଼ିଶାର ଅନ୍ୟତମ ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ସ୍ଥାନ ପାଇଛି ।

Jiranga Buddhist monastery (ETV BHARAT ODISHA)

କିପରି ଯିବେ ଜିରାଙ୍ଗ ?

ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ନିକଟବର୍ତ୍ତୀ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିରକୁ ଯିବା ପାଇଁ ଉଭୟ ପାରଳାଖେମୁଣ୍ଡି ଏବଂ ବ୍ରହ୍ମପୁର ଦେଇ ଯାଇ ପାରିବେ । ବ୍ରହ୍ମପୁରଠାରୁ ଦିଗପହଣ୍ଡି ରାସ୍ତାରେ ତତ୍ପପାଣି ଦେଇ ପ୍ରାୟ ୧୦୦ କିମି ଦୂରରେ ଅବସ୍ଥିତ ଏହି ମନ୍ଦିର । ସେହିପରି ପାରଳାଖେମୁଣ୍ଡିରୁ ଜିରାଙ୍ଗ ପାଇଁ ଦୂରତ୍ୱ ରହିଛି ୩୫ କିଲୋମିଟର ।

Jiranga Buddhist monastery (ETV BHARAT ODISHA)

କଣ ରହିଛି ପର୍ଯ୍ୟଟକଙ୍କ ପାଇଁ ସୁବିଧା ?

ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅନେକ ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କ ପାଇଁ ବୁଦ୍ଧ ମନ୍ଦିର ପରିସରରେ ଏକ ଗେଷ୍ଟ ହାଉସ ରହିଛି । ରହଣୀ ସହିତ ଫୁଡ୍‌ କୋର୍ଟର ମଧ୍ୟ ବ୍ୟବସ୍ଥା ରହିଛି । ଏଠାକାର ପରିବେଶ ଦେଖିବା ପରେ ପର୍ଯ୍ୟଟକ ମାନେ ନିକଟରେ ରହିଥିବା ତତ୍ପପାଣିର ଉଷ୍ଣପ୍ରସବଣ, ମୃଗ ବିହାର ସହିତ ଖସଡା ଜଳପ୍ରପାତ ମଧ୍ୟ ଗୋଟିଏ ଦିନରେ ପରିକ୍ରମା କରି ଯାଇପାରିବେ ।

Jiranga Buddhist monastery (ETV BHARAT ODISHA)

ଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳରୁ ଜିରାଙ୍ଗକୁ ପ୍ରଥମଥର ପାଇଁ ବୁଲିବାକୁ ସପରିବାର ସହ ଆସିଥିବା ଜେ. ପଦ୍ମିନୀ ପାତ୍ର କହିଛନ୍ତି, ଏଠାକାର ପରିବେଶ ବେଶ ଭଲ । ଏଠାର ବୌଦ୍ଧ ମନ୍ଦିରର କଳାକୃତି ବେଶ ଆକର୍ଷଣୀୟ । ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

Padmasambhava Mahavihara (ETV BHARAT ODISHA)

ଜଣେ କୁନି ପର୍ଯ୍ୟଟକ କହିଛନ୍ତି, ''ଏଠାକାର ଶାନ୍ତିର ପରିବେଶ ତାଙ୍କୁ ବେଶ ଭଲ ଲାଗିଲା । ଏଠାକାର କାରୁକାର୍ଯ୍ୟ ବେଶ ଭଲ । ''

Jiranga Buddhist monastery (ETV BHARAT ODISHA)

ଗୁରୁ ପଦ୍ମସମ୍ଭବ ବିଦ୍ୟାଳୟରେ ଶିକ୍ଷାପ୍ରଦାନ କରୁଥିବା ଗୁରୁ ନରାଜସ୍ପେମ୍ କୁଞ୍ଚୁଙ୍କ କହିବା କଥା, ''ଏହାର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ସମସ୍ତେ ଏଠାକୁ ବୁଲିବାକୁ ଆସନ୍ତୁ ଓ ପ୍ରକୃତିର ମଜା ନିଅନ୍ତୁ । ଏଠାରେ ନିୟମିତ ଭାବରେ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ପ୍ରାଥମିକ ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧୬୦ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ଏଠାରେ ଓଡିଆ ଶିକ୍ଷା ପ୍ରଦାନ ମଧ୍ୟ କରାଯାଉଛି । ଏଠାରେ ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀମାନେ ନିୟମିତ ଭାବେ ଭୋର ସକାଲ ୫.୩୦ରୁ ଉଠି ସକାଳ ୬ ଟା ସମୟରେ ପ୍ରାତଃ ପ୍ରାର୍ଥନାରେ ଏକତ୍ରିତ ହେବାଠାରୁ ଆରମ୍ଭ କରି ଦିନ ତମାମ ଜାରି ରହିଥାଏ ସେମାନଙ୍କ ବୌଦ୍ଧ ଧର୍ମର ଶିକ୍ଷାଦାନ ବ୍ୟବସ୍ଥା । ''

Jiranga Buddhist monastery (ETV BHARAT ODISHA)

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details