ଭୁବନେଶ୍ବର:ଝାରପଡା ଜେଲ ଭିତରେ ଅପରାଧୀଙ୍କ ଆତଙ୍କରାଜ । ଦୀର୍ଘ ସମୟ ଧରି ବାଜିଲା ଏମରଜେନ୍ସି ସାଇରନ । ଜେଲରଙ୍କୁ ମାଡ ମାରିବା ସହ ବ୍ଲେଡରେ ଆକ୍ରମଣ କରି ହାତ କାଟି ଦେଲେ ଅପରାଧୀ । ହାଇସେନସଟିଭ ସେଲ୍ ଭିତରେ ଜେଲରକୁ ପିଟିଲେ । ସାଇରନ ବେଲ ଶୁଣି ଦୁଇ ଓ୍ବାର୍ଡର ଆସିବା ପରେ ତାଙ୍କୁ ମାଡ ମାଡି ଲହୁ ଲୁହାଣ କରିଛନ୍ତି ୫ଜଣ କୁଖ୍ୟାତ ଅପରାଧି । ଏନେଇ ଖବର ପାଇ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।
ହାଇସିକ୍ୟୁରିଟି ସେଲ ଭିତରେ ରଖିବାରୁ ତାତି ଗଲେ କଏଦୀ:
ଏନେଇ ସୂଚନା ଦେଇ ଜେଲ ସୁପରିଟେଣ୍ଡ ଏମ ଆର ପ୍ରତିହାରି କହିଛନ୍ତି, ''ଗତ ୨୨ତାରିଖରେ ଜେଲ ଭିତରର ଏକ ଭିଡିଓ ଭାଇରାଲ ହୋଇଥିଲା । ଜଣେ ଅନ୍ତେବାସୀ ଛୁରୀ ଧରି ସେହି ଭିଡ଼ିଓରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ପରେ ପୋଲିସ ରେଡ କରି ଜେଲରୁ ଛୁରୀ ଓ ମୋବାଇଲ ଜବତ କରିଥିଲୁ । ଯେଉଁ ମାନେ ଏଥିରେ ଜଡିତ ଥିଲେ ସେମାନଙ୍କୁ ଏକ ହାଇସିକ୍ୟୁରିଟି ସେଲ ଭିତରେ ରଖାଯାଇଥିଲା । ସେଠାରେ କୌଣସି ସୁବିଧା ମିଳୁନଥିବାରୁ ସେମାନେ ରହିବାକୁ ମନା କରୁଥିଲେ, ଏହାକୁ ନେଇ ଷ୍ଟାପ ମାନଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲେ । ଗତକାଲି ଡ୍ୟୁଟିରେ ଥିବା ଷ୍ଟାପଙ୍କୁ ଆକ୍ରମଣ କରିଥିଲେ କଏଦୀ । ପରେ ଜେଲର ପ୍ରସନ୍ନ ସାହୁ ପହଞ୍ଚିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଆଲାରାମ ବାଜିବାରୁ ସମସ୍ତ ଷ୍ଟାପ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଅଜୟ ନାୟକ ନନ୍ଦୁ, ନାରଣ ମହାନ୍ତି, ସନ୍ତୋଷ ତାଓ୍ବା, ଲିଙ୍ଗରାଜ ବାରିକ, ସଞ୍ଜୟ ମଲ୍ଲିକ ମିଶିକି ଓ୍ବାର୍ଡର ଓ ଜେଲରଙ୍କୁ ମାରପିଟ୍ କରିଥିଲେ।
ଜେଲରଙ୍କୁ ବ୍ଲେଡରେ ଆକ୍ରମଣ:
ଜେଲର ପ୍ରସନ୍ନ ସାହୁ କହିଛନ୍ତି, '' କଏଦୀ ମାନେ ଧକ୍କା ମାରିବାରୁ ମୋ ମୁଣ୍ଡ ପଛପଟୁ ମାଡ ହୋଇଥିଲା । ଏକ ବ୍ଲେଡ ଧରି ମୋତେ ରାମ୍ପି ଦେଇଥିଲେ । ଷ୍ଟାପଙ୍କୁ ସେମାନେ ଗାଳିଗୁଲଜ କରନ୍ତି । ପ୍ରତିଦିନ ଏମିତି କରିବାରୁ କାଲି ସକାଳେ ସମୟରେ ଜେଲ ଭିତରେ ହାଇସିକ୍ୟୁରିଟି ସେଲରେ ରହୁଥିବା କଏଦୀଙ୍କ ପାଖକୁ ଯାଇଥିଲି । ସେହି ସମୟରେ ସେମାନେ ମୋତେ ଆକ୍ରମଣ କରିଥିଲେ । ''