ଓଡିଶା

odisha

By ETV Bharat Odisha Team

Published : Mar 17, 2024, 7:47 PM IST

ETV Bharat / state

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜଗତସିଂହପୁରରେ ପ୍ରସ୍ତୁତି: 131ଟି ସଖୀ ବୁଥ, 60% ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା

2024 Election Preparation: ଜଗତସିଂହପୁର ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି । ମେ 7 ରୁ 14 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ, ମେ 15 ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ମେ 17 ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । 131ଟି ସଖୀ ବୁଥ, 8ଟି ଯୁବ ବୁଥ, ଦୁଇଟି ଭିନ୍ନକ୍ଷମ ବୁଥ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ

2024 Election Preparation
2024 Election Preparation

2024 Election Preparation

ଜଗତସିଂହପୁର:ଜିଲ୍ଲାରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରସ୍ତୁତି । ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମେ 7 ତାରିଖରେ ନୋଟିଫିକେସନ, ମେ 7 ରୁ 14 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ, ମେ 15 ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମେ 17ରେ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଜୁନ 1 ତାରିଖରେ ଭୋଟ ଗ୍ରହଣ ଓ ଜୁନ 4 ତାରିଖରେ ଭୋଟ ଗଣତି କରାଯିବ ।

ଗତ ଶନିବାର ଦିନ ECI ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ଆଜି(ରବିବାର) ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଛି । ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟୱାରୀ କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ଜୁନ 1 ତାରିଖରେ ନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ଜଗତସିଂହପୁର ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାରେ 7ମ ପର୍ଯ୍ୟାୟରେ ଜୁନ 1 ତାରିଖରେ ଭୋଟ ଗ୍ରହଣ କରାଯିବ । ସେହି ଅନୁସାରେ ମେ 7 ତାରିଖରେ ନୋଟିଫିକେସନ, ମେ 7 ରୁ 14 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ, ମେ 15 ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମେ 17 ଅଟେ । ସେହିପରି ଜୁନ 1 ତାରିଖରେ ଭୋଟ ଗ୍ରହଣ ଓ ଜୁନ 4 ତାରିଖରେ ଭୋଟ ଗଣତି କରାଯିବ ।"

ଏହାମଧ୍ୟ ପଢନ୍ତୁ.. ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ପ୍ରସ୍ତୁତି, ହଟାଯାଉଛି ସରକାରୀ ବିଜ୍ଞାପନ

2024 ସାଧାରଣ ନିର୍ବାଚନରେ ଜିଲ୍ଲାରେ ମୋଟ 9 ଲକ୍ଷ 48 ହଜାର 657 ଜଣ ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ 4 ଲକ୍ଷ 91 ହଜାର 757 ଜଣ ପୁରୁଷ ଭୋଟର ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟ 4 ଲକ୍ଷ 56 ହଜାର 802 ରହିଛି । 98 ଜଣ ତୃତୀୟ ଲିଙ୍ଗ ଭୋଟର ଅନ୍ତର୍ଭୁକ୍ତ ଅଛନ୍ତି । ଜିଲ୍ଲାରେ ଆସନ୍ତା ନିର୍ବାଚନରେ 131ଟି ମହିଳା ମାନଙ୍କ ପାଇଁ ସଖୀ ବୁଥ, 8ଟି ଯୁବ ବୁଥ, ଦୁଇଟି ଭିନ୍ନକ୍ଷମ ବୁଥ ପ୍ରସ୍ତୁତ କରାଯାଇଛି । 60 ପ୍ରତିଶତ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ମୋଟ 1047 ବୁଥ ମଧ୍ୟରୁ 979ଟି ଗ୍ରାମାଞ୍ଚଳ ଓ 68ଟି ବୁଥ ସହରାଞ୍ଚଳରେ କରାଯିବ ।

ସେହିପରି ବିଭିନ୍ନ ରାଜନୈତିକ ଦଳ ପ୍ରଚାର, ଶୋଭାଯାତ୍ରା, ସଭା ହେବାକୁ ଥିବା ସ୍ଥାନ ପାଇଁ ଆପ ମାଧ୍ୟମରେ ଆବେଦନ କରିବେ । ମନ୍ଦିର, ମସଜିଦ, ଚର୍ଚ୍ଚ କିମ୍ବା କୌଣସି ଧାର୍ମିକ ପୀଠ ମାନଙ୍କରେ ସଭା ପାଇଁ ପ୍ରତିବନ୍ଧକ ଲଗାଯାଇଛି । ସରକାରୀ କୋଠା, ସରକାରୀ ଜାଗା, ବିଦ୍ୟୁତ ଖୁଣ୍ଟ, ଆଦିରେ ବ୍ୟାନର ମାରିବାକୁ ବାରଣ କରାଯାଇଛି । ଜନ ପ୍ରତିନିଧି ନିୟମ 1951 ଅନୁସାରେ ଭୋଟର ମାନଙ୍କୁ ପ୍ରଲୋଭିତ କରିବା, ଜାତି, ଧର୍ମ, ସମ୍ପ୍ରଦାୟକୁ ନେଇ କଟୁ ମନ୍ତବ୍ୟ ଦେବା ଭଳି ଘଟଣା ନଜରକୁ ଆସିଲେ ହେଲ୍ପ ଲାଇନ ନମ୍ବର 1950 କୁ ଜଣାଇବା ପାଇଁ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details