ଓଡିଶା

odisha

ETV Bharat / state

କାର୍ଯ୍ୟକ୍ଷମ ଇଣ୍ଟ୍ରା ସର୍କଲ ରୋମିଂ ନେଟୱାର୍କ; ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା

ବାତ୍ୟା ପାଇଁ ପ୍ରସ୍ତୁତ ଟେଲିକମ ବିଭାଗ । ବ୍ୟାଘାତ ହେବନି ମୋବାଇଲ ସେବା । ସୂଚନା ଦେଇଛନ୍ତି ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ।

Intra Circle Roaming Network
Intra Circle Roaming Network (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର:ବାତ୍ୟା 'ଦାନା' ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଟେଲିକମ ବିଭାଗ । ବାତ୍ୟା ସମୟରେ ବ୍ୟାଘାତ ହେବନାହିଁ ଟେଲିକମ ସେବା । ବିଏସଏନଲ, ଜିଓ, ଏୟାରଟେଲ ଓ ଭୋଡାଫୋନର ସହଯୋଗରେ ଆଜି ସକାଳ ୮ରୁ ଇଣ୍ଟ୍ରା ସର୍କଲ ରୋମିଂ କାର୍ଯ୍ୟକାରୀ କରାଯାଇଛି । ବାତ୍ୟା ସମୟରେ ଯେକୌଣସି ଜାଗାରେ ନେଟୱାର୍କ ଡ୍ରପ ହେଲେ ଅନ୍ୟ ନେଟୱର୍କରେ ସଂଯୋଗ ହେବ । ଏ ନେଇ ସୂଚନା ଦେଇଛନ୍ତି ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ।

Intra Circle Roaming Network (ETV Bharat Odisha)

ରେଡ୍‌ ଜୋନ ଜିଲ୍ଲାରେ ଟେଲିକମ ପ୍ରଦାନକାରୀ ସହଯୋଗରେ ବଡ଼ ପଦକ୍ଷେପ:

ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଛନ୍ତି, "ଦାନା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୭ଟି ଜିଲ୍ଲାକୁ ରେଡ୍‌ ଜୋନରେ ରଖାଯାଇଛି । ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, ଯାଜପୁର ଓ କଟକ । ଏହି ରେଡ୍‌ ଜୋନ ଜିଲ୍ଲାରେ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ମାର୍ଗଦର୍ଶନ ଏବଂ ବିଭିନ୍ନ ଟେଲିକମ ପ୍ରଦାନକାରୀ ସହଯୋଗରେ ବଡ଼ ପଦକ୍ଷେପ ନିଆଯାଇଛି । ବିଏସଏନଲ, ଜିଓ, ଏୟାରଟେଲ ଓ ଭୋଡାଫୋନର ସମୁଚିତ ସହଯୋଗରେ ଆଜି ପୂର୍ବାହ୍ନ ୮ରୁ ଇଣ୍ଟ୍ରା ସର୍କଲ ରୋମିଂ କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ଗୋଟିଏ ଟେଲିକମ କମ୍ପାନୀର ଗ୍ରାହକ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କକୁ ବ୍ୟବହାର କରିପାରୁଛନ୍ତି । ଗୋଟିଏ ଟେଲିକମ କମ୍ପାନୀର ନେଟୱାର୍କ ଡାଉନ ହୋଇଗଲେ ଅନ୍ୟ ଟେଲିକମ କମ୍ପାନୀର ନେଟୱାର୍କକୁ ଜନସାଧାରଣ ବ୍ୟବହାର କରିପାରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ମୁକାବିଲାରେ ରାଜନୈତିକ ଟ୍ରେଣ୍ଡ, ପ୍ରମୁଖ ଦଳ ଜାରି କଲେ ହେଲ୍ପଲାଇନ ନମ୍ବର

ଏହା ମଧ୍ୟ ପଢ଼ନ୍ତୁ...ଉଗ୍ରରୂପ ଧାରଣ କରିବ ବାତ୍ୟା 'ଦାନା'; ସମୁଦ୍ର ଅଶାନ୍ତ, ବଢୁଛି ବର୍ଷା-ପବନ

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା ‘ଦାନା’ ସମୀକ୍ଷା, ୩ ଲକ୍ଷ ଲୋକ ସ୍ଥାନାନ୍ତରିତ

ରେଡ ଜୋନ ଜିଲ୍ଲାରେ ଡିଜି ସେଟ ପ୍ରସ୍ତୁତ:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ରେଡ ଜୋନର ୭ଟି ଜିଲ୍ଲାର ଜନସାଧାରଣ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇପାରୁଛନ୍ତି । ସବୁ ଟାୱାରରେ ମୁଖ୍ୟତଃ ରେଡ ଜୋନରେ ଥିବା ଜିଲ୍ଲା ଗୁଡିକରେ ଡିଜି ସେଟ ପ୍ରସ୍ତୁତ ରଖାଯାଇଛି । ଟେଲିକମ ପ୍ରଦାନକାରୀ ସଂସ୍ଥା ମଧ୍ୟ ସେଲ ଅନ ହୁଇଲର ବ୍ୟବସ୍ଥା କରିଛନ୍ତି । କୌଣସି ସ୍ଥାନରେ ଟାୱାର ଖରାପ ହେଲେ ଟେଲିକମ କମ୍ପାନୀ ଗୁଡିକର ବୈଷୟିକ ଦଳ ତାହାର ତୁରନ୍ତ ମରାମତି କରିବା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।" ଭାରତ ସରକାରଙ୍କ ଦୂରସଂଚାର ବିଭାଗର ବରିଷ୍ଠ ଅଧିକାରୀ ଓ ଟେଲିକମ କମ୍ପାନୀ ଗୁଡିକର କର୍ମକର୍ତ୍ତାଙ୍କ ସହ ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଷଦ ଆଲୋଚନା ପରେ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details