ବ୍ରହ୍ମପୁର: ସରିଯାଉଛି ପୁରୁଣା ବର୍ଷ-୨୦୨୪ । ନୂଆବର୍ଷକୁ ସ୍ୱାଗତ କରିବାକୁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ହେଲେ ଗଞ୍ଜାମ ଜିଲ୍ଲାରେ କିଭଳି ରହିଥିଲା ୨୦୨୪ । କଣ ଥିଲା ପ୍ରମୁଖ ଘଟଣାବଳୀ । ରାଜନୀତି ଘଟଣାଠୁ ଆରମ୍ଭ କରି ସମାଜିକ ଘଟଣାକୁ ନେଇ କିପରି ରହିଥିଲା ଗଞ୍ଜାମ ଜିଲ୍ଲାରେ ୨୦୨୪ ବର୍ଷର ପ୍ରମୁଖ ଘଟଣାଠୁ ଆରମ୍ଭ କରି ସମସ୍ତ ପ୍ରମୁଖ ବିଷୟ ।
୨୦୨୪ ବର୍ଷର ପ୍ରମୁଖ ଘଟଣାବଳୀ ମଧ୍ୟରେ ଗଞ୍ଜାମ ଜିଲାରେ ରାଜନୈତିକ ଘଟଣାବଳୀକୁ ଅନୁଧ୍ୟାନ କଲେ ଗତ ସାଧାରଣ ନିର୍ବାଚନରେ ଏହି ଜିଲ୍ଲାରେ ଏକ ବିରାଟ ପରିବର୍ତ୍ତନ ହୋଇଥିଲା । ଏଥର ଲେଖା ଛିଡେଇଦେବା ଆହ୍ୱାନର ବାର୍ତ୍ତା ଜିଲ୍ଲାର ୧୩ ଗୋଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୧୧ ଗୋଟି ବିଧାନସଭା ଆସନକୁ ବିଜେପି ଅକ୍ତିଆର କରି ଦେଇଥିବା ବେଳେ ଜିଲ୍ଲାର ଦୁଇଟି ଲୋକସଭା ଆସନକୁ ମଧ୍ୟ ବିଜେପି ପୋଛି ନେଇ ବିଜେଡିର ଲେଖା ଛିଡେଇ ଦେଇଥିଲା ।
ଯାହାକୁ ନେଇ ବିଜେଡି ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଦାୟ ନେଉଥିବା ୨୦୨୪ ବର୍ଷ ଗଞ୍ଜାମ ଜିଲ୍ଲା ବିଜେଡି ପାଇଁ ବିପର୍ଯ୍ୟୟ ଆଣି ଦେଇଛି । ସେହିପରି ବିଜେପି ନେତା ତଥା ବର୍ତ୍ତମାନର ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିଜର ପତିକ୍ରିୟାରେ ୨୦୨୪ ବର୍ଷ ଜିଲ୍ଲାରେ ଦଳୟ ସଙ୍ଗଠନ ବୃଦ୍ଧି କ୍ଷେତ୍ରରେ ଅନେକ ସଫଳତା ଆଣିଦେଇଥିବା କହିଛନ୍ତି ।
ବର୍ଷ-୨୦୨୪: ନିର୍ବାଚନୀ ରାଜନୀତିରୁ ଅଘଟଣ, ଚର୍ଚ୍ଚାରେ ଥିଲା ଗଞ୍ଜାମ (ETV Bharat Odisha) ଗଞ୍ଜାମରୁ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର– ୨୦୨୪ ବର୍ଷ ଉଭୟ ଦେଶ ତଥ ରାଜ୍ୟ ପାଇଁ ରହିଥିଲା ନିର୍ବାଚନର ବର୍ଷ । ଏଣୁ ଏହାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲା ଗଞ୍ଜାମ । ଏପରିକି ବିଜେପି ଦଳର ନିର୍ବାଚନୀ ପ୍ରଚାର ବେଶ ଆରମ୍ଭ ହୋଇଥିଲା ଗଞ୍ଜାମ ଜିଲ୍ଲାରୁ । ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ସହର ଉପକଣ୍ଠ କନିଷିଠୁ ଆରମ୍ଭ କରି ଦେଇଥିଲେ ନିଜର ପ୍ରଚାର ।
କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କଠୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ବେଶ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଥିଲା । ତାହାରି ମଧ୍ୟରେ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ସରକାରରେ ରହି ଆସୁଥିବା ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସେତେଟା ସାଧାରଣ ଜନତାଙ୍କୁ ଛୁଇଁ ପାରିନଥିଲା । ଫଳରେ ଜିଲ୍ଲାରେ ବିଜେଡି ଦଳ ବିରାଟ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ।
ବର୍ଷ-୨୦୨୪: ନିର୍ବାଚନୀ ରାଜନୀତିରୁ ଅଘଟଣ, ଚର୍ଚ୍ଚାରେ ଥିଲା ଗଞ୍ଜାମ (ETV Bharat Odisha) - ନୂତନ ସରକାରର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଜିଲ୍ଲାର ଦୁଇ ବିଧାୟକ
ନୂତନ ସରକାରର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ଦୁଇ ମନ୍ତ୍ରୀ
ରାଜ୍ୟର ନୂତନ ଭାଜପା ସରକାରର ମନ୍ତ୍ରିମଣ୍ଡଳ ଗଠନ ପରେ ସ୍ଥାନ ପାଇଥିଲେ ଦୁଇ ବିଧାୟକ । ଗୋପାଳପୁର ବିଧାନସଭା ନିର୍ବାଚନଣ ମଣ୍ଡଳୀରେ ବିଜୟୀ ହୋଇଥିବା ବିଧାୟକ ବିଭୂତି ଭୂଷଣ ଜେନା କ୍ୟାବିନେଟ୍ ମନ୍ତ୍ରୀ ଭାବରେ ରାଜ୍ୟର ଖଣି ସମେତ ସଡକ ଓ ପରିବହନ ବିଭାଗର ଦାୟିତ୍ୱ ମିଳିଥିବା ବେଳେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଚଳିତଥର ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶିସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।
ବର୍ଷ-୨୦୨୪: ନିର୍ବାଚନୀ ରାଜନୀତିରୁ ଅଘଟଣ, ଚର୍ଚ୍ଚାରେ ଥିଲା ଗଞ୍ଜାମ (ETV Bharat Odisha) - ପ୍ରଦୀପଙ୍କ ଏଥର ଲେଖା ଛିଡେଇ ଦେବା ଆହ୍ୱାନ ରହିଥିଲା ଚର୍ଚ୍ଚାରେ –
ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଜେଡି ଦଳର ଟାଣୁଆ ନେତା ତଥା ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଆନୁଗତ ଭାବରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସୁଥିବା ଗୋପାଳପୁରର ପୂର୍ବତନ ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ବିଜେପି ଦଳରେ ଯୋଗଦାନ ଏବଂ ଏଥର ଲେଖା ଛିଡେଇଦେବା ଆହ୍ୱାନ ସାରା ଜିଲ୍ଲାରେ ଗୁଞ୍ଜରଣ ହେବା ଏବଂ ସାରା ରାଜ୍ୟରେ ବିଜେଡିର ଲେଖା ଛିଡେଇ ଦେଇ ରାଜ୍ୟରେ ସରକାର ପରିବର୍ତ୍ତନ କରିବାରେ ସଫଳ ହୋଇଥିଲା ।
- ହଟ୍ଟଚମଟ କରିଥିଲା ବିଷାକ୍ତ ମଦମୃତ୍ୟୁ -
ରାଜ୍ୟରେ ନୂତନ ସରକାର ଆସିବାର କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ଦେଖିବାକୁ ମିଳିଥିଲା ବିଷାକ୍ତ ମଦମୃତ୍ୟୁ । ୨୦୨୪ ମସିହାର ଅଗଷ୍ଟ ୧୯ ତାରିଖ ରାତ୍ର ସମୟରେ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର କରବାଲୁଆ ଓ ଜେନାପୁର ଗ୍ରାମରେ ପ୍ରାୟ ୨୩ ଜଣ ବ୍ୟକ୍ତିବିଶେଷ ହଠାତ୍ ବିଷାକ୍ତ ଦେଶୀ ମଦ ପିଇ ଗୁରୁତ୍ତର ଅସୁସ୍ଥ ହୋଇପଡ଼ିଥିଲେ। ଯେଉଁଥିରୁ ୨୦ ତାରିଖ ସକାଳ ସୁଦ୍ଧା ଜଣକ ପରେ ଜଣେ ଅସୁସ୍ଥ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ଏହି ଖବର ସାରା ରାଜ୍ୟକୁ ବ୍ୟାପି ଯାଇଥିବା ବେଳେ ଏହାକୁ ନେଇ ଦେଖିବାକୁ ମିଳିଥିଲା ରାଜନୈତିକ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ।
ରାଜନୀତିରୁ ଅଘଟଣ, ଚର୍ଚ୍ଚାରେ ଥିଲା ଗଞ୍ଜାମ (ETV Bharat Odisha) - ସୁଜ୍ଞନ କୁମାରୀ ଦେଓଙ୍କ ପରଲୋକ :-
ଓଡିଶା ରାଜନୀତିରେ ଅପ୍ରତିଦ୍ୱନ୍ଦୀ ଚେହେରା ଭାବରେ ସୁପରିଚିତ ରହିଥିବା ଖଲ୍ଲିକୋଟ ରାଣୀ ସାହେବା ତଥା ଓଡିଶା ବିଧାନସଭାକୁ ୧୦ ଥର ନିର୍ବାଚିତ ହୋଇଥିବା ବିଜେଡି ଦଳର ବରିଷ୍ଠ ନେତ୍ରୀ ସୁଜ୍ଞନ କୁମାରୀ ଦେଓଙ୍କ ୮୭ ବର୍ଷରେ ଚେନ୍ନାଇର ଏକ ଘରୋଇ ଚିକିତ୍ସାଳୟରେ ବିୟୋଗ ଘଟିଥିଲା । ଦୀର୍ଘ ଛଅ ଦଶନ୍ଧି ଧରି ଜିଲ୍ଲା ତଥା ରାଜ୍ୟର ରାଜନୈତିକ କ୍ଷେତ୍ରରେ ତାଙ୍କର ବେଶ ପତିଆରା ରହିଥିଲା ।
- ମାଣ୍ଡିପଙ୍କା ଆମ୍ୱଟାକୁଆ ଟ୍ରାଜେଡି:-
କନ୍ଧମାଳର ଆମ୍ୱଟାକୁଆ ଘଟଣାରେ ଅସୁସ୍ଥକୁ ଦେଖିବାକୁ ବିରୋଧିଙ୍କ ଏମ୍.କେ.ସି.ଜି ରେ ଭିଡ – ରାଜ୍ୟରେ ନୂତନ ମୋହନ ସରକାରଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧମାଳର ଆମ୍ୱଟାକୁଆ ଜାଉ ଖାଇ ଅସୁସ୍ଥ ହୋଇଥିବା ମହିଳା ମାନେ ଚିକିତ୍ସା ପାଇଁ ଏମ୍.କେ.ସି.ଜି ମେଡିକାଲ ରେ ଭର୍ତ୍ତୀ କରାଯାଇଥିଲା । ଯାହାକି ଉକ୍ତ ଅସୁସ୍ଥଙ୍କୁ ଦେଖିବା ପାଇଁ ଏମ୍.କେ.ସି.ଜି ମେଡିକାଲରେ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କର ଭିଡ ଜମିଥିଲା । ଏହି ଘଟଣା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନାର ହେବାକୁ ପଡ଼ିଥିଲା । ଏପରକି ଉକ୍ତ ଗ୍ରାମରେ ଅକ୍ଟୋବର ମାସରୁ ଚାଉଳ ଦିଆଯାଇ ନଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ, ଦକ୍ଷିଣାଞ୍ଚଳ ଆର୍ଡିସି ରୂପା ରୋଶନ ସାହୁ ମାଣ୍ଡିପଙ୍କା ଗ୍ରାମକୁ ଯାଇ ତଦନ୍ତ କରିବା ସହ ମୃତକ ଓ ଅସୁସ୍ଥଙ୍କ ପରିବାର ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ ।
ରାଜନୀତିରୁ ଅଘଟଣ, ଚର୍ଚ୍ଚାରେ ଥିଲା ଗଞ୍ଜାମ (ETV Bharat Odisha) - ଚର୍ଚ୍ଚାରେ ରହିଥିଲା ଏମ୍.କେ.ସି.ଜି ମେଡିକାଲ
ଗତ ୨୦୨୪ ବର୍ଷ ଚର୍ଚ୍ଚାରେ ରହିଥିଲା ଏମ୍.କେ.ସି.ଜି ମେଡିକାଲ । ବର୍ଷ ତମାମ ମେଡିକାଲ କଲେଜରେ ଗୋଟିଏ ପରେ ଗୋଟିଏ ଏଭଳି ରାଗିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦକ୍ଷିଣ-ଓଡିଶାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପାଞ୍ଚ ଜଣ ବରିଷ୍ଠ ଡାକ୍ତରୀ ବିଦ୍ୟାର୍ଥୀଙ୍କୁ ଛଅ ମାସ ପାଇଁ କ୍ୟାମ୍ପସ୍ ବାରଣ କରାଯିବା ଚର୍ଚ୍ଚାର ବିଷୟ ରହିଥିଲା । ଏପରିକି ଏମ୍.କେ.ସି.ଜି ମେଡିକାଲ କଲେଜକୁ ମିଶାଇ ଜିଲ୍ଲାର ତିନୋଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଏକାଧିକ ରାଗିଂ ଘଟଣା ସାମ୍ନାକୁ ଆସିଥିଲା । ଏମ୍.କେ.ସି.ଜି ନୁହେଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଅକ୍ଟୋବର ୨୧ ରେ ଛାତ୍ରାବାସରେ ରାଗିଂ ଘଟଣା ଏବଂ ବିଦ୍ୟାର୍ଥୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଭଳି ଘଟଣା ଦେଖିବାକୁ ମିଳିଥିଲା । ଯାହାକି ପୁରୁଣା ବର୍ଷରେ ପ୍ରମୁଖ ଶିକ୍ଷାନୁଷ୍ଠାନରେ ପିଛା ଛାଡିନଥିଲା ରାଗିଂ ଭଳି ଅଭିଯୋଗ ମାନ ଆସିଥିଲା ।
- ଡାକ୍ତରଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ:-
ଏମକେସିଜିର ପିଜି ଡାକ୍ତରଙ୍କୁ ମାଡ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତିନି ସିନିୟର୍ ରେସିଡେଣ୍ଟ ଚାକିରୀରୁ ବହିଷ୍କୃତ ହୋଇଥିଲେ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପିଜି ଡାକ୍ତରଙ୍କୁ କିଛି ବରିଷ୍ଠ ଡ଼ାକ୍ତର ମାଡ ମାରିବା ଏଵଂ ଶିଶୁ ବିଭାଗ ମୁଖ୍ୟଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି । ଆକ୍ରମଣରେ ସଂପୃକ୍ତ ରହିଥିବା ନେଇ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ତିନି ଜଣ ସିନିୟର୍ ରେସିଡେଣ୍ଟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ଜଣେ ପିଜି ଡାକ୍ତରଙ୍କୁ ୬ ମାସ ପାଇଁ ହଷ୍ଟେଲ ମନା ହୋଇଛି ।
ବର୍ଷ-୨୦୨୪: ନିର୍ବାଚନୀ ରାଜନୀତିରୁ ଅଘଟଣ, ଚର୍ଚ୍ଚାରେ ଥିଲା ଗଞ୍ଜାମ (ETV Bharat Odisha) - ଶୁଭାରମ୍ଭ ହୋଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ
ଦୀର୍ଘ ବର୍ଷର ଦାବୀ ପରେ ବ୍ରହ୍ମପୁର ସହରରୁ ପୋଡଶୀ ରାଜ୍ୟ ସହିତ ସିଧାସଳଖ ସଂଯୋଗ ପାଇଁ ଆରମ୍ଭ ହୋଇଥିଲା ଟ୍ରେନ ଚଳାଚଳ । ଯାହାକି ସେପ୍ଟେମ୍ୱର -୧୫ ତାରିଖରେ ବ୍ରହ୍ମପୁର ରେଳଷ୍ଟେସନରୁ ସିଧାସଳଖ ଗଡିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଯାହାକୁ ବ୍ରହ୍ମପୁର ରେଳଷ୍ଟେସନରୁ ଶୁଭାରମ୍ଭ କରିଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
- ଫସଲ କ୍ଷୟକ୍ଷତି ଓ ଚାଷୀ ଆତ୍ମହତ୍ୟା ଘଟଣା ଚର୍ଚ୍ଚାକୁ ଆସିଥିଲା
ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ବରଙ୍ଗ ଗ୍ରାମର ଜଣେ ୬୪ ଚାଷୀ ବନମାଳୀ ପେଣ୍ଠେଇ ଆତ୍ମହତ୍ୟା କରିଥିବା ଭଳି ଅଭିଯୋଗ ଆସିଥିଲା । ଚାଷୀ ଜଣଙ୍କ ଅଦିନିଆ ଲଗାଣ ବର୍ଷାରେ ନିଜର ଧାନ ଫସଲ କ୍ଷୟକ୍ଷତି ନେଇ ମାନସିକ ଅଶାନ୍ତି କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ଏହାକୁ ନେଇ ପୁଣି ଥରେ ଗଞ୍ଜାମ ଜିଲ୍ଲା ଚର୍ଚ୍ଚାରେ ରହିଥିବା ବେଳେ ଶେଷରେ ଗଞ୍ଜାମ ଜିଲ୍ଲାକୁ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତର ଗୋଟିଏ ଦିନ ପରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ବ୍ରହ୍ମପୁର