ଓଡିଶା

odisha

ETV Bharat / state

ବାଜିଲା ଖବର ବେଆଇନ ବାଲିଘାଟକୁ ନେଇ ତେଜିଲା ବିରୋଧ, ଛତ୍ରଭଙ୍ଗ ଦେଲେ ହାଇୱା ଡ୍ରାଇଭର - ନିଆଳିରେ ବାଲି ଚାଲାଣ

Illegal Sand Extraction: ଖବର ପ୍ରସାରଣ ପରେ ଜାଗ୍ରତ ହେଲେ ଲୋକେ । ବେଆଇନ ବାଲିଘାଟକୁ ବିରୋଧ ପରେ ଭୟରେ ଡ୍ରାଇଭର ଫେରାର । ଅଧିକ ପଢନ୍ତୁ

Illegal Sand Extraction
Illegal Sand Extraction

By ETV Bharat Odisha Team

Published : Feb 24, 2024, 1:34 PM IST

Illegal Sand Extraction

ନିଆଳି: ଖବର ପ୍ରସାରଣ ପରେ ଜାଗ୍ରତ ହେଲେ ଲୋକେ । ବେଆଇନ ବାଲିଘାଟକୁ ବିରୋଧ କଲେ । ଫଳରେ ବାଲିଘାଟକୁ ବାଲି ପାଇଁ ଆସିଥିବା ହାଇଓ୍ବା ଡ୍ରାଇଭର ଭୟରେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ବାଣରେ ବେଆଇନ ବାଲିଘାଟକୁ ପରିଚାଳନା କରୁଥିବା କର୍ମଚାରୀ ଘାଇଲା ହୋଇଛନ୍ତି । ପୂର୍ବରୁ ‘ଇଟିଭି ଭାରତ’ରେ ବେଆଇନ ବାଲିଘାଟ ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ଲୋକମାନେ ସଚେତନ ହେବା ସହ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ବେଆଇନ ବାଲିଘାଟକୁ ବିରୋଧ କରିଥିବା ଦେଖିବାକୁ ମିଳିଛି ।


ହାଇକୋର୍ଟଙ୍କ ନିୟମକୁ ବେଖାତିର କରି ରାତିର ଅନ୍ଧାରର ସୁଯୋଗ ନେଇ ଦେବୀ ନଦୀ ଗର୍ଭରୁ କୋଟି କୋଟି ଟଙ୍କାର ବାଲି ଚାଲାଣ ହେଉଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା ଦେବୀ ନଦୀର ପୂର୍ବ ପାର୍ଶ୍ବ ଅଲିପଡାଠାରୁ ବଡ ଖରମଙ୍ଗା ପର୍ଯ୍ୟନ୍ତ ବାଲି ମାଫିଆ କବଜା କରିଛନ୍ତି । ଫଳରେ ରାଜସ୍ବ ବାବଦକୁ କୋଟି କୋଟି ଟଙ୍କା ମାଫିଆ ଏବଂ ନେତାଙ୍କ ପକେଟକୁ ଯାଇଛି ବୋଲି ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ଏହି ବାଲିଘାଟରୁ ବେଆଇନ ଭାବରେ ରାତି ଅଧରେ ଅବାଧରେ ମେସିନ ସାହାର୍ଯ୍ୟରେ ବାଲି ଲୁଟ୍ ହେଉଥିବା ଅଭିଯୋଗ ହେଉଛି । ସେହିପରି ହାଇଓ୍ବାରେ ଆବଶ୍ୟକତା ଓଜନ ଠାରୁ ଅଧିକ ପରିମାଣରେ ବାଲି ବୋଝେଇ ହୋଇ ରାସ୍ତାରେ ଯାଉଥିଲେ ସୁଦ୍ଧା ପରିବହନ ବିଭାଗର ଦୃଷ୍ଟି ନଥିବା ଅଭିଯୋଗ ହୋଇଛି । କଣ୍ଟାପଡ଼ା ତହସିଲ ଅଧିକାରୀ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ...ବାଲିଘାଟକୁ ନେଇ ଟଣାଓଟରା, ଦୁଇ ଗୋଷ୍ଠୀ ମୁହାଁମୁହିଁ


ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କ ଅବହେଳା ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏସବୁ ସତ୍ତ୍ଵେ ବାଲିଘାଟ ଗୁଡିକ ତଦାରଖ ଦାୟିତ୍ଵ କଟକ ଜିଲ୍ଲା ମାଇନ୍ସ ବିଭାଗ ଅଧୀନରେ ଥିବାବେଳେ ମାଇନ୍ସ ବିଭାଗ ଏହି ବେଆଇନ ବାଲିଘାଟ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ବାଲି ମାଫିଆମାନଙ୍କ ଦ୍ବାରା କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଥିବା ନେଇ ଅଭିଯୋଗ ହୋଇଛି । ମାଇନ୍ସ ବିଭାଗ ଅଧିକାରୀଙ୍କୁ ସ୍ଥାନୀୟ ଲୋକମାନେ ଫୋନ ମାଧ୍ୟମରେ ଯୋଗାଯୋଗ କଲେ ମଧ୍ୟ ସେ ଗୁରୁତ୍ବ ଦେଉନଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ସ୍ଥାନୀୟ ଦେବୀ ନଦୀର ଅଲିପଡା ବେଆଇନ ବାଲିଘାଟକୁ ଲୋକମାନେ ବିରୋଧ କରିବା ସହିତ ଆବଶ୍ୟକୀୟ କାଗଜ ପତ୍ର ମାଗିଥିଲେ ଲୋକେ । ମେସିନ ସାହାଯ୍ୟରେ ବାଲି ଉତ୍ତୋଳନକୁ ବିରୋଧ କରିଥିଲେ । ବିରୋଧ ଦେଖି ବାଲିଘାଟକୁ ବାଲି ପାଇଁ ଆସିଥିବା ହାଇଓ୍ବା ଡ୍ରାଇଭର ମାନେ ଚମ୍ପଟ ମାରିଥିଲେ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details