ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ । ବର୍ତ୍ତମାନ ଅବପାତଟି ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଓ ତତ୍ସଲଗ୍ନ ପୂର୍ବ କେନ୍ଦ୍ରୀୟ ଭାରତ ମହାସାଗରରେ ରହିଛି । ଏହା ଘଣ୍ଟାପ୍ରତି ୩୦ କି.ମି ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ । ପରେ 2 ଦିନ ମଧ୍ୟରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଶ୍ରୀଲଙ୍କା- ତାମିଲନାଡୁ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର ସିଧାସଳଖ କୌଣସି ପ୍ରଭାବ ପଡିବାକୁ ନଥିବା ବେଳେ ୨୭ ତାରିଖରୁ ୪ ଦିନ ରାଜ୍ୟରେ ବର୍ଷା ହେବ ।
୪ ଦିନ ଲାଗି ରହିବ ବର୍ଷା:
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ୨୮ ତାରିଖ ୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ । ଜିଲ୍ଲାଗୁଡ଼ିକ ହେଉଛି ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ଵର ଓ ଜଗତସିଂପୁର । ୨୯ ତାରିଖରେ ଗଞ୍ଜାମ ଓ ଗଜପତିରେ ବର୍ଷା ରହିବ । ସେହିପରି ୩୦ ତାରିଖରେ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡାରେ ବର୍ଷା ସମ୍ଭାବନା ରହିଛି । ଏହାସହ ଡିସେମ୍ବର ପହିଲାରୁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...କାଲି ଅବପାତର ରୂପ ନେବ ଲଘୁଚାପ, ୨୭ରୁ ୩ ଦିନ ଓଡ଼ିଶାରେ ବର୍ଷା ଏହା ମଧ୍ୟ ପଢ଼ନ୍ତୁ...ଆସୁଛି ବାତ୍ୟା ! ୩ ଦିନ ଓଡ଼ିଶାରେ ଲାଗି ରହିବ ବର୍ଷା |
ଏହି ଜିଲ୍ଲାରେ ରହିବ କୁହୁଡ଼ି: