ଭୁବନେଶ୍ବର: ଦୁର୍ବଳ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ସକ୍ରିୟ ଥିବା ସଦୃଶ ଲଘୁଚାପ । ଫଳରେ ଧୀରେ ଧୀରେ ବଦଳୁଛି ପାଗ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କାଁଭାଁ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
କାଲିଠୁ ଶୁଖିଲା ପାଗ:
ଓ୍ବେଲମାର୍କ ଲୋପ୍ରେସର(ସଦୃଶ ଲଘୁଚାପ) ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିଲା । ଧୀରେ ଧୀରେ ପାଗ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କାଁଭାଁ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ଆଜିଠୁ ବଢିବ ଶୀତ, ଘନ କୁହୁଡି ଆଲର୍ଟ:
ସେପଟେ ଆଜିଠାରୁ ଶୀତ ବୃଦ୍ଧି ପାଇବା ସହ ଘନ କୁହୁଡିର ସର୍ତକତା ଦେଇଛି ବିଭାଗ । ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର କନ୍ଧମାଳ, କଳାହାଣ୍ଡି ଓ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବା ସହ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର ଓ ସମ୍ବଲପୁରରେ ଘନ କୁହୁଡ଼ି ନେଇ ସତର୍କ କରାଇବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏହାସହ ସର୍ବନିମ୍ନ ତାପମତ୍ରାରେ ୫ ଦିନ ଯାଏଁ କୌଣସି ପରିବର୍ତ୍ତନ ନାହିଁ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।