କଟକ: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । କଟକ ଜିଲ୍ଲା ଲାଲବାଗ ସିଦ୍ଧେଶ୍ୱର ସାହି ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ମଧ୍ୟ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣାପଡିଛି । ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସ୍ତ୍ରୀର ଜୀବନ ନେଲା ସ୍ୱାମୀ
କଟକ ଜିଲ୍ଲା ଲାଲବାଗ ସିଦ୍ଧେଶ୍ୱର ସାହି ଅଞ୍ଚଳରେ ଆଜି (ବୁଧବାର) ନିର୍ମମ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀର ଜୀବନ ନେବା ପରେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ତାଙ୍କୁ ଏସସିବି ମେଡିକାଲ କାଜୁଏଲଟିରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ଜାରି ରହିଛି ।
ପାରିବାରିକ କଳହରୁ ହତ୍ୟାକାଣ୍ଡ !
ମୃତ ମହିଳା ବିଷ୍ଣୁପ୍ରିୟା ମଲ୍ଲିକ ହୋଇଥିବା ବେଳେ ସେ ସାଇବର ଥାନାରେ ପୋଲିସ ସିଗ୍ନାଲରେ କନଷ୍ଟେବଳ ଭାବେ କାମ କରୁଥିଲେ । ତାଙ୍କ ସ୍ୱାମୀ ନିଶ୍ଚିତକୋଇଲି ଅଞ୍ଚଳର ବିଶ୍ୱଜିତ ମଲ୍ଲିକ । ସେ ବ୍ୟବସାୟ କରନ୍ତି । ଉଭୟ 2019ରେ ପ୍ରେମ ବିବାହ କରିଥିଲେ । ତାଙ୍କର ୫ ବର୍ଷର ଗୋଟିଏ ଝିଅ ରହିଛି । ଉଭୟଙ୍କ ମଧ୍ୟରେ ପାରିପାରିକ କଳହ ଲାଗି ରହୁଥିବା ବେଳେ ଆଜି ମଧ୍ୟ କଳହ ପରେ ଏଭଳି ଘଟଣା ଘଟିଥିବା ସୂଚନା ରହିଛି ।
ACPଙ୍କ ପ୍ରତିକ୍ରିୟା:
ସ୍ଥାନୀୟ ପୋଲିସ ଏସସିପି ପ୍ରଦୀପ କୁମାର ରାଉତ କହିଛନ୍ତି, "ଆଜି ପ୍ରାୟ ଦିନ ୨ଟା ପାଖାପାଖି ଏନେଇ ଖବର ଆସିଥିଲା । ସିଦ୍ଧେଶ୍ୱର ସାହିରେ ସ୍ୱାମୀ ସ୍ତ୍ରୀ ଭଡା ଘରେ ରହୁଥିଲେ । ସେମାନଙ୍କ ମଧ୍ୟରେ ଝଗଡା ଲାଗିବାରୁ ତାଙ୍କ ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରି ମୁର୍ମୂଷ ଅବସ୍ଥାରେ ପକାଇଛନ୍ତି । ସେ ମଧ୍ୟ ଘର ଭିତରେ ବସିଛନ୍ତି । ଖବର ପାଇଁ ତୁରନ୍ତ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଯାଞ୍ଚ କଲା ପରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । କବାଟ ଭାଙ୍ଗି ଘର ଭିତରୁ ସ୍ୱାମୀକୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରିଛୁ । ସେଠାରେ ଚିକିତ୍ସା ଚାଲିଛି ।"
ଏସିପି ପ୍ରଦୀପ କୁମାର ରାଉତ ଆଉମଧ୍ୟ କହିଛନ୍ତି," ସାଇଣ୍ଟିଫିକ ଟିମକୁ ଡକାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେମାନେ 2019ମସିହାରେ ପ୍ରେମ ବିବାହ କରିଥିଲେ । ମହିଳା ବିଷ୍ଣୁପ୍ରିୟା ମଲ୍ଲିକ ସାଇବର ଥାନାରେ କାମ କରନ୍ତି । ସ୍ୱାମୀ ବିଶ୍ୱଜିତ ମଲ୍ଲିକଙ୍କ ଘର ନିଶ୍ଚିତକୋଇଲି ଅଞ୍ଚଳରେ । ସେ ବ୍ୟବସାୟୀ । ତାଙ୍କ ଭିତରେ ଝଗଡା ପୂର୍ବରୁ ହେଉଥିଲା ଆଜି ମଧ୍ୟ ହୋଇଥିବା ଖବର ରହିଛି । ତାଙ୍କର ଗୋଟିଏ ୫ ବର୍ଷର ଝିଅ ରହିଛି ।ମୃତଦେହ ବ୍ୟବଚ୍ଛେଦ ହେବା ପରେ ଏହି ଘଟଣାରେ ଅନେକ ତଥ୍ୟ ସାମ୍ନାକୁ ଆସିପାରିବ ।"