ଭୁବନେଶ୍ବର: ମହଙ୍ଗା ପଡ଼ିଲା ସରକାରୀ ନିର୍ଦ୍ଦେଶକୁ ପାଳନ ନ କରିବା। ଉଚଶିକ୍ଷା ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ। ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ। ଏପଟେ ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ସତ୍ବେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ ଅପଡେଟ କରିନାହାନ୍ତି। ୨୦୨୪- ୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁ କଲେଜ ଅଧ୍ୟକ୍ଷ ମାନି ନାହାଁନ୍ତି। ଯେଉଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖାଯାଇଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ନିର୍ଦ୍ଦେଶ ଜାରି କରାଯାଇଛି।
- କେଉଁ ଜିଲ୍ଲାରେ କେତେ କଲେଜ ରହିଛି
ବିଶେଷ ଭାବରେ ୨୦ ଜିଲ୍ଲା ରୁ ୬୩ ଟି କଲଜର ଅଧକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଶେଠୀ ମଧ୍ୟରୁ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଅନୁଗୁଳ ୧ କଲେଜ ରହିଥିବା ବେଳେ ବାଲେଶ୍ଵର ରେ ୪ ଟି କଲେଜ, ବରଗଡ ଜିଲ୍ଲାରେ ୨ ଟି କଲେଜ ଭଦ୍ରକ ଜିଲ୍ଲାରେ ୧ ଟି କଲେଜ , କଟକ ଜିଲ୍ଲାରେ ୪ ଟି କଲେଜ, ଦେଓଗଡ ଢେଙ୍କାନାଳ ଜିଲ୍ଲାରେ ୧ ଟିଏ ଲେଖାଏଁ କଲେଜ ରହିଛି। ସେହି ପରି ଭାବରେ ଗଜପତି ୨ ଗଞ୍ଜାମ ଜିଲ୍ଲାରେ ୭ ଟି କଲେଜ ରହିଛି। ଜଗତସିଙ୍ଗପୁର ଜିଲ୍ଲାରେ ୫ ଟି କାଲାଜର ଅଧକ୍ଷଙ୍କ ଦରମା ବନ୍ଦ କରାଯାଇଛି। ସେହି ପରି ଭାବରେ କଳାହାଣ୍ଡି ୩ କେନ୍ଦ୍ରପଡା ୨ ଟି କଲେଜ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ୮ ଟି କଲେଜ ରହିଥିବା ବେଳେ ମୟୂରଭଞ୍ଜ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ଲେଖାଏଁ କଲେଜ ରହିଛି। ସେହି ପରି ଭାବରେ ନୟାଗଡ ଜିଲ୍ଲାରେ ୨ ଟି, ପୁରୀ ଜିଲ୍ଲାରେ ୩ ଟି କଲେଜ ରହିଛି। ସମ୍ଭାଳପୁର ଓ ସୋନପୁର ଜିଲ୍ଲାରେ ଗୋଟିଏ ଲେଖାଏଁ କଲେଜ ରହିଥିବା ବେଳେ ସୁନ୍ଦରଗଡରେ ଦୁଇଟି ମାତ୍ର କାଲାଜର ଅଧକ୍ଷଙ୍କ ଦରମା ବନ୍ଦ କରାଯାଇଛି।
ଏହା ମଧ୍ୟ ପଢନ୍ତୁ ଅଯୋଧ୍ୟାକୁ ବସ୍ ସେବା ସ୍ଥଗିତ କଲା OSRTC, ବୁକିଂ କରିଥିଲେ କଣ କରିବେ ?