ଓଡିଶା

odisha

ETV Bharat / state

7 ଓ 8ରେ ରାଜ୍ୟରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା, ଜାରି ହେଲା ଆଲର୍ଟ - Thunderstorm alert - THUNDERSTORM ALERT

Thunderstorm alert in Odisha: ରାଜ୍ୟରେ ହ୍ରାସ ପାଇଲା ଗ୍ରୀଷ୍ମପ୍ରବାହ । ୭ ଓ ୮ରେ ଦକ୍ଷିଣ ଓ ଉତ୍ତର-ଓଡ଼ିଶାରେ ପ୍ରବଳ ବର୍ଷା ସହ ଝଡତୋଫାନ ଆଶଙ୍କା । ଜାରି ହେଲା ଆଲର୍ଟ । ଅଧିକ ପଢନ୍ତୁ

୭ ଓ ୮ରେ ଦକ୍ଷିଣ ଓ ଉତ୍ତର-ଓଡ଼ିଶାରେ ଭାରି ବର୍ଷା ସହ ଝଡତୋଫାନ, ଜାରି ହେଲା ଆଲର୍ଟ
୭ ଓ ୮ରେ ଦକ୍ଷିଣ ଓ ଉତ୍ତର-ଓଡ଼ିଶାରେ ଭାରି ବର୍ଷା ସହ ଝଡତୋଫାନ, ଜାରି ହେଲା ଆଲର୍ଟ (ଫଟୋ- ଇଟିଭି ଭାରତ, ଓଡିଶା)

By ETV Bharat Odisha Team

Published : May 5, 2024, 1:00 PM IST

୭ ଓ ୮ ରେ ଦକ୍ଷିଣ ଓ ଉତ୍ତର-ଓଡ଼ିଶାରେ ଭାରି ବର୍ଷା ସହ ଝଡତୋଫାନ, ଜାରି ହେଲା ଆଲର୍ଟ (ଭିଡିଓ- ଇଟିଭି ଭାରତ ଓଡିଶା)

ଭୁବନେଶ୍ବର: ରାଜ୍ୟରେ ଏବେ କ୍ରମଶଃ ତାପମାତ୍ରା କମିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ଆଂଶିକ ଭାବେ ଗ୍ରୀଷ୍ମପ୍ରବାହ ସ୍ଥିତି ଜାରି ରହିଥିବା ବେଳେ ୬ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଏହାର ସମ୍ଭାବନା ପ୍ରାୟତଃ ଅନୁଭବ ହେବନାହିଁ । ମାତ୍ର ଆଗାମୀ ୫ଦିନ ଯାଏ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ହେବାର ଆଶଙ୍କା ରହିଛି । ଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ହ୍ରାସ ପାଇବ । ଏହାକୁ ନଜରରେ ରଖି ପାଣିପାଗ ବିଭାଗ ଗ୍ରୀଷ୍ମପ୍ରବାହର ସତର୍କତା ହଟାଇଛି । ମାତ୍ର ୭ ଏବଂ ୮ ତାରିଖରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସହ ଝଡତୋଫାନ ହେବା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ୫ ଦିନ ଧରି ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବାର ଆଶଙ୍କା ଥିବାବେଳେ ୭ ଏବଂ ୮ ତାରିଖ ବେଳକୁ ବର୍ଷାର ମାତ୍ରା ବଢିବ । ଏହି ଦୁଇ ଦିନ ବିଜୁଳି ଘଡଘଡି ସହ ଝଡତୋଫାନର ଆଶଙ୍କା ରହଛି । କାରଣ ସମୁଦ୍ର ମଧ୍ୟରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଦକ୍ଷିଣ ଦିଗରୁ ଶକ୍ତିଶାଳୀ ହୋଇ ପ୍ରବାହିତ ହେବାର ସମ୍ଭାବନା ରହୁଥିବାରୁ ଏହି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ କାଳବୈଶାଖୀର ପ୍ରକ୍ରିୟା ଆହୁରି ପ୍ରଶମିତ ହେବାର ସମ୍ଭାବନା ରହୁଛି । ଏହାକୁ ନେଇ ୭ ଓ ୮ ତାରିଖରେ ଦକ୍ଷିଣ ଓ ଉତ୍ତର-ଓଡ଼ିଶାରେ ମାତ୍ରାଧିକ ବର୍ଷାର ସମ୍ଭାବନା ରହିଛି । ୬ ରୁ ୮ ତାରିଖ ଯାଏ ସମୁଦ୍ର ମଧ୍ୟରେ ଉତ୍ତର-ଉପକୂଳ ଓଡ଼ିଶାରେ ପବନର ବେଗ ୪୦ ରୁ ୫୦ କି.ମି ହେବା ନେଇ ଆକଳନ କରାଯାଉଛି । ଏହାସହ ଆଜି ଓ ଆସନ୍ତାକାଲି ସମୁଦ୍ର ଢେଉର ଉଚ୍ଚତା ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି । ଫଳରେ ୬ରୁ ୮ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi visit

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୨୫ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ୪୪ ଡିଗ୍ରୀ ସହ ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ତାଲିକାରେ ରହିଥିଲା । ଗତ କିଛି ଦିନ ଧରି ଗ୍ରୀଷ୍ମପ୍ରବାହ କଲବଲ କରିବା ପରେ ଏବେ ପାଗରେ ପରିବର୍ତ୍ତନ ଆସିବାକୁ ଯାଉଛି । ହେଲେ ଝଡତୋଫାନ ପାଇଁ ଦକ୍ଷିଣ ଓ ଉତ୍ତର ଓଡିଶା ପାଇଁ ଆଲର୍ଟ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details