ଓଡିଶା

odisha

ETV Bharat / state

ଚଳଚ୍ଚିତ୍ର ଜରିଆରେ ଉତ୍ତମ ରେଗୀ ସେବାର ଟିପ୍ସ, 'କାସଭ' ଏବଂ 'ନିଆଲ' ପ୍ରଦର୍ଶିତ - NATIONAL AWARD FILM SCREENED

ରୋଗୀଙ୍କୁ ଉତ୍ତମ ସେବା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରୟାସ । ପ୍ରଦର୍ଶିତ ହେଲା ୨ ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ 'କାସଭ' ଏବଂ 'ନିଆଲ' ।

National Award Winning Films Kasab And Nyal
National Award Winning Films Kasab And Nyal (ETV Bharat Odisha)

By ETV Bharat Odisha Team

Published : Nov 8, 2024, 10:16 AM IST

ଭୁବନେଶ୍ବର: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ କୁସଂସ୍କାରକୁ ସମାଜରୁ ଦୂର କରିବାପାଇଁ ଜଣେ ରୋଗୀକୁ ସ୍ନେହ, ଶ୍ରଦ୍ଧା, ଯତ୍ନ ଓ ସହଯୋଗର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଛାତ୍ର-ଛାତ୍ରୀମାନଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦୁଇଟି ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର 'କାସଭ' ଓ 'ନିଆଲ' ପ୍ରଦର୍ଶିତ ହୋଇଛି ।

ଚଳଚ୍ଚିତ୍ର ଯୋଗାଯୋଗର ଶ୍ରେଷ୍ଠ ମାଧ୍ୟମ:

ଏହି ଅବସରରେ ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ତଥା ଅଭିନେତା ପଦ୍ମଶ୍ରୀ ଡ. ମୋହନ ଆଗସେକହିଛନ୍ତି, "ମଣିଷ ଶରୀରକୁ ବାଦ୍ୟଯନ୍ତ୍ର ଏବଂ ମନକୁ ବାଦ୍ୟଯନ୍ତ୍ରରୁ ନିସୃତ ସଙ୍ଗୀତ ଭାବରେ ଅନେକ ସମୟରେ ଅବିହିତ କରିଆସିଛି । ବାସ୍ତବରେ ମନୁଷ୍ୟ ଶରୀର ଏକ ଚିତ୍ରକରର କ୍ୟାନଭାସ ଭଳି । କାରଣ ଏହା ମାଧ୍ୟମରେ ଅନ୍ତରର ଭାବନା ପ୍ରକାଶିତ ହୋଇଥାଏ । ଚଳଚ୍ଚିତ୍ର ହେଉଛି ଯୋଗାଯୋଗର ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ । କାରଣ ଶବ୍ଦ ଅଥବା ପୁସ୍ତକ ମାଧ୍ୟମରେ ଯେଉଁ ଜଟିଳ ଭାବନାକୁ ପ୍ରକାଶ କରାଯାଇପାରେ ନାହିଁ, ସେହି ସମାନ ଭାବନାକୁ ଚଳଚ୍ଚିତ୍ର ମାଧ୍ୟମରେ ବେଶ ସହଜରେ ପ୍ରକାଶ କରାଯାଇପାରେ ।"

National Award Winning Films Kasab And Nyal (ETV Bharat Odisha)

ମାନସିକ ଅବସାଦ ବଡ଼ ସମସ୍ୟା:

ଅଭିନେତା ପଦ୍ମଶ୍ରୀ ଡ. ମୋହନ ଆଗସେ ଏହା ମଧ୍ୟ କହିଛନ୍ତି, "'କାସଭ' (କଇଁଛ) ପ୍ରକୃତିର ଏକ ଅଭିନ୍ନ ଅଙ୍ଗ, ତେଣୁ ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ପାଇଁ ସେମାନଙ୍କର ସଂରକ୍ଷଣ ଆବଶ୍ୟକ । ଅଣ୍ଡା ଦେବା ପାଇଁ ସମୁଦ୍ର କୂଳକୁ ଆସୁଥିବା ଏହି କଇଁଛ ସୁରକ୍ଷା ଓ ମାନସିକ ରୋଗରେ ପ୍ରପୀଡ଼ିତ ରୋଗୀମାନଙ୍କୁ ଆତ୍ମିକ ସହଯୋଗ ଏହି ଚଳଚ୍ଚିତ୍ରର ପ୍ରମୁଖ ବିଷୟବସ୍ତୁ । ଆଧୁନିକ ସମାଜରେ ମାନସିକ ଅବସାଦ ଏକ ବଡ଼ ସମସ୍ୟା ରୂପେ ଦେଖା ଦେଇଛି । ପ୍ରଗତିଶୀଳ ଦୁନିଆ ସହ ତାଳଦେଇ ଚାଲିବାରେ ଅସମର୍ଥତା ଏବଂ ପରିବାର ଓ ସାମାଜିକ ବନ୍ଧନରେ ଅବକ୍ଷୟ ଯୋଗୁଁ ଲୋକମାନଙ୍କ ମଧ୍ୟରେ ନିଃସଙ୍ଗତା କ୍ରମଶଃ ବୃଦ୍ଧି ପାଉଛି । ପ୍ରକୃତିକୁ ନିଖୁଣ ଭାବରେ ଅନୁଧ୍ୟାନ କଲେ ନିଃସଙ୍ଗତା ବା ଅବସାଦରୁ ମୁକ୍ତି ମିଳିପାରିବ, ଯାହାକୁ କଇଁଛର ଜୀବନ ଚକ୍ର ମାଧ୍ୟମରେ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇଛି ।"

National Award Winning Films Kasab And Nyal (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ; ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ହରିଦ୍ରା ଓ ଶ୍ରେଷ୍ଠ ଚଳଚିତ୍ର ଦମନ ଓ ପ୍ରତୀକ୍ଷା

ଏହା ମଧ୍ୟ ପଢ଼ନ୍ତୁ...'ଦମନ'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଭାବ ବିହ୍ୱଳ ହେଲେ ବାବୁସାନ, କହିଲେ ମୁଁ ନୁହେଁ... - Interview With Babushaan

National Award Winning Films Kasab And Nyal (ETV Bharat Odisha)

ଅଜ୍ଞାନ ପାଇଁ ଘଟିଥାଏ ଅନେକ ସମସ୍ୟା:

ଅନ୍ୟ ଏକ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର "ନିଆଲ" । ଏଥିରେ ଲିଉକୋଡର୍ମା ନାମକ ଅଣ-ସଂକ୍ରାମକ ଚର୍ମ ରୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ରୋଗରେ ପୀଡ଼ିତ ଲୋକମାନେ ସମାଜର ଅଜ୍ଞାନ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହି ରୋଗ ବିଷୟରେ ସମାଜରେ ଥିବା ଭୁଲ ଧାରଣାକୁ ଏହି ଚଳଚ୍ଚିତ୍ରରେ ଦେଖାଯାଇଛି । 'କାସଭ' ଭଳି ଏହି ଚଳଚ୍ଚିତ୍ରରେ ମଧ୍ୟ ସମ୍ପୃକ୍ତ ରୋଗୀମାନଙ୍କୁ ଏକ ଶାନ୍ତିପୂର୍ଣ୍ଣ ଓ ସୁଖଦ ଜୀବନ ଦେବା ପାଇଁ ପରିବାର ଏବଂ ସମାଜର ଅକୁଣ୍ଠ ସ୍ନେହ, ଯତ୍ନ ଏବଂ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି ବୋଲି କହିଛନ୍ତି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ତଥା ଅଭିନେତା ପଦ୍ମଶ୍ରୀ ଡ. ମୋହନ ଆଗସେ ।

National Award Winning Films Kasab And Nyal (ETV Bharat Odisha)
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details