ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ-ହଣାକଟା, ଅଶାନ୍ତ ଶରଧାପୁର

ନୟାଗଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ । ଫୁଟିଲା ଗୁଳି । ହଣାକଟାରେ ଦୁଇ ଆହତ ।

ଗୋଷ୍ଠୀ ସଂଘର୍ଷ
ଗୋଷ୍ଠୀ ସଂଘର୍ଷ (ETV Bharat Odisha)

By ETV Bharat Odisha Team

Published : 4 hours ago

ନୟାଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗୁଳିକାଣ୍ଡ ସହ ହଣାକଟା ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଏଥିରେ ସମିତି ସଭ୍ୟ ଓ ସରପଞ୍ଚଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗତକାଲି(ରବିବାର) ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶରଧାପୁରରେ ଏଭଳି ଗୋଷ୍ଠୀ ସଂଘର୍ଷ ଘଟିଥିବା ଅଭିଯୋଗ ହୋଇଛି । ସେପଟେ ଏହାକୁ ନେଇ ଶରଧାପୁରରେ ଉତ୍ତେଜନା ପ୍ରକାଶ ପାଇଛି ।

ପୂର୍ବ ଶତ୍ରୁତାରୁ ହଣାକଟା:

ଗୋଷ୍ଠୀ ସଂଘର୍ଷ (ETV Bharat Odisha)

ସୂଚନା ଅନୁସାରେ, ଶରଧାପୁର ଗାଁର ସରପଞ୍ଚଙ୍କ ସ୍ଵାମୀ ସନ୍ତୋଷ ମୁଦୁଲି ଓ ସମିତି ସଭ୍ୟ ସୁଜିତ ପ୍ରଧାନଙ୍କ ମଧ୍ୟରେ ବିବାଦ ରହିଥିଲା । ଅଭିଯୋଗ ଅନୁଯାୟୀ, ସନ୍ତୋଷଙ୍କ ଘର ବାରିପଟେ ଛିଡା ହୋଇଥିବା ବେଳେ ସୁଜିତ ଓ ତାଙ୍କ ସମର୍ଥକ ମାନେ ହଠାତ୍ ଆସି ସନ୍ତୋଷଙ୍କୁ ଖଣ୍ଡା ଏବଂ ଠେଙ୍ଗାରେ ଆକ୍ରମଣ କରିଥିବା ସନ୍ତୋଷଙ୍କ ସମର୍ଥକ ମାନେ କହିଛନ୍ତି । ଖଣ୍ଡାରେ ଆକ୍ରମଣ ଯୋଗୁଁ ସନ୍ତୋଷଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି । ସେପଟେ ସମିତି ସଭ୍ୟ ସୁଜିତଙ୍କ ସମର୍ଥକ ଅଭିଯୋଗ କରିଛନ୍ତି, ସୁଜିତ୍ ଭୁବନେଶ୍ବରରୁ ଫେରି ଗାଁ ଦାଣ୍ଡରେ ଛିଡା ହୋଇଥିବା ବେଳେ ସନ୍ତୋଷଙ୍କ ସମର୍ଥକ ମାନେ ସୁଜିତଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।

ଆକ୍ରମଣରେ 2 ଗୁରୁତର:

ଏହି ଆକ୍ରମଣରେ ଉଭୟେ ସରପଞ୍ଚଙ୍କ ସ୍ବାମୀ ସନ୍ତୋଷ ମୁଦୁଲି ଓ ସମିତି ସଭ୍ୟ ସୁଜିତ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ତେବେ ରାଜନୈତିକ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଇଟାମାଟି ଥାନା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁତର ଥିବା ସନ୍ତୋଷ ମୁଦୁଲି କହିଛନ୍ତି, ‘ପୁରୁଣା ରାଗ ରଖି ଆକ୍ରମଣ କରିଛନ୍ତି । ସୁଜିତ ପ୍ରଧାନ ଓ 5ରୁ 7 ଜଣ ଏକାଠି ଆକ୍ରମଣ କରିଛନ୍ତି । ପୂର୍ବ ଶତ୍ରୁତାରୁ ରାଗ ରଖି ମେଳ ହୋଇ ବାଡେଇଲେ । ’

ଏହା ମଧ୍ୟ ପଢନ୍ତୁ:

ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ, ୫ ଯାଯାବରଙ୍କ ଗଡ଼ିଲା ମୁଣ୍ଡ

ଜମିଜମା ମାମଲାକୁ ନେଇ ରକ୍ତାକ୍ତ ସଂଘର୍ଷ: ପୋଲିସ ସାମ୍ନାରେ ପାଟିତୁଣ୍ଡ, ଜଣେ ଗୁରୁତର

ଅଳିଆ ପାଇଁ ତୁତୁ ମେଁମେଁ, ୟୁନିଟ-4 ମାର୍କେଟରେ ଉତ୍ତେଜନା

ସେହିପରି ସମିତି ସଭ୍ୟ ସୁଜିତ୍ ପ୍ରଧାନଙ୍କ ସମର୍ଥକ ମନୋଜ କୁମାର କଳସ କହିଛନ୍ତି, ‘ସୁଜିତ କୁମାର ପ୍ରଧାନ ଭୁବନେଶ୍ବରରୁ ଫେରୁଥିଲେ । ସରପଞ୍ଚଙ୍କ ସ୍ବାମୀ ସନ୍ତୋଷ ମୁଦୁଲି ଗାଲିଗୁଲଜ କରିଥିଲେ । ତେଣୁ ସୁଜିତ ପ୍ରଧାନ ପ୍ରତିବାଦ କରିଥିଲେ । ପ୍ରତିବାଦ କରିବାକୁ ତାଙ୍କର 7ରୁ8 ଜଣ ଆକ୍ରମଣ କରିଛନ୍ତି । ଖଣ୍ଡା, ଲାଠି, ବନ୍ଧୁକରେ ଆକ୍ରମଣ କରିଛନ୍ତି । ବ୍ଲାଙ୍କ ଫାୟାରିଂ କରିଛନ୍ତି । ଫଳରେ ସୁଜିତ କୁମାରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।’

ଇଟାମାଟି ଥାନା ଅଧିକାରୀ ଜଗଦୀଶ କର କହିଛନ୍ତି, ‘ଘଟଣାର ତଦନ୍ତ ଚାଲିଛି । ଅଭିଯୋଗ ପରେ ଯାହା ଜଣାପଡିବ । ଏବେ ତଦନ୍ତ ଚାଲିଛି ।’

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details