ଓଡିଶା

odisha

ETV Bharat / state

‘କବିତା ବଞ୍ଚିବାର ସାମର୍ଥ୍ୟ ଦିଏ’ - Kendriya Sahitya Academy

GramaLoka Program In Koraput: କୋରାପୁଟର ଦଶମନ୍ତପୁର ବ୍ଲକରେ 'ଗ୍ରାମାଲୋକ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବହୁ ବିଶିଷ୍ଟ ସାହିତ୍ୟିକ ଏବଂ କବି ଯୋଗ ଦେଇଥିବା ବେଳେ ଓଡ଼ିଆ ଭାଷାର ଆଦର ବଢ଼ାଇବା ସହ ସାହିତ୍ୟକୁ ନେଇ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ,

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପକ୍ଷରୁ 'ଗ୍ରାମାଲୋକ' ଆୟୋଜିତ
କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପକ୍ଷରୁ 'ଗ୍ରାମାଲୋକ' ଆୟୋଜିତ

By ETV Bharat Odisha Team

Published : Mar 7, 2024, 12:52 PM IST

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପକ୍ଷରୁ 'ଗ୍ରାମାଲୋକ' ଆୟୋଜିତ

କୋରାପୁଟ:ଜିଲ୍ଲାରଦଶମନ୍ତପୁର ବ୍ଲକର କେ.ନୂଆଗୁଡା ଗ୍ରାମରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ 'ଗ୍ରାମାଲୋକ' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବହୁ ବରିଷ୍ଠ ସାହିତ୍ୟିକ, କବି, ଗାଳ୍ପିକ, ଔପନ୍ୟାସିକ, ଲେଖକ ଯୋଗ ଦେଇ କବିତା ଏବଂ ଗଳ୍ପ ପାଠ କରିବା ସହ ସାହିତ୍ୟ ଭାଷାର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ ।

କୋରାପୁଟ ଜିଲ୍ଲାରେ ଆୟୋଜିତ ଏହି ଗ୍ରାମାଲୋକ କାର୍ଯ୍ୟକ୍ରମ ପ୍ରଥମ କରି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାହିତ୍ୟିକ ଗ୍ରାମ୍ୟ ପରିବେଶରେ ସାହିତ୍ୟ ଚର୍ଚ୍ଚା କରି ପ୍ରେରଣା ଯୋଗାଇଛନ୍ତି । ଏହି ଅବସରରେ ଓଡ଼ିଆ ଭାଷା ପରାମର୍ଶଦାତା କମିଟି ସଦସ୍ୟ ଡ. ପ୍ରୀତିଧାରା ସାମଲ, କବି ମାଧୁରୀ ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଡ. ପ୍ରଦୀପ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ସାମିଲ ହୋଇ ସାହିତ୍ୟ ଭାଷାର ଅଗ୍ରଗତି ଉପରେ ମତ ରଖିଥିଲେ ।

ତେବେ ଗ୍ରାମାଞ୍ଚଳରେ ଓଡ଼ିଆ ଭାଷାର ଆଦର ବଢ଼ାଇବା ସହ ସାହିତ୍ୟ ଚର୍ଚ୍ଚାର ବୃଦ୍ଧି କରିବା ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଗ୍ରାମକୁ ବ୍ୟାପିବା ସହ ପ୍ରେରଣା ଯୋଗାଇବ ବୋଲି କବି ପ୍ରିତିଧାରା ସାମଲ ମତ ରଖିଛନ୍ତି । କବିତା ବଞ୍ଚିବାର ସାମର୍ଥ୍ୟ ଦିଏ ଏବଂ ଯୁଦ୍ଧ ମଧ୍ୟରେ ବି ଅନ୍ତର ମଧ୍ୟରେ ଶାନ୍ତିର ସ୍ଥାପନା କବିତା ହିଁ କରିପାରିଥାଏ ବୋଲି ସେ କହିଛନ୍ତି । ଓଡ଼ିଆ କବି ମାନେ ବିଶ୍ୱ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ଓଡ଼ିଆ ଭାଷାକୁ ସାଂସ୍କୃତିକ ଭାଷାର ମାନ୍ୟତା ମିଳିବା କ୍ଷେତ୍ରରେ କବିତାର ଅବଦାନ ଅତୁଳନୀୟ ବୋଲି ସେ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଊର୍ଦ୍ଧ୍ବ କବିତା ରଚନା କରିସାରିଥିବା ଡ: ସାମଲ ଓ ଅନୁରୂପ ଭାବେ ସମ ପରିମାଣର କ୍ଷୁଦ୍ର କବିତା ସୃଷ୍ଟି କରି ଓଡ଼ିଆ କବିତା ପାଠକଙ୍କ ହୃଦୟ ଜିଣି ପାରିଥିବା କବି ରବି ଶତପଥି , ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତି ଗବେଷକ ପ୍ରଦୀପ ମିଶ୍ର, ସୁନାମଧନ୍ୟ କବି ମାଧୁରୀ ପଣ୍ଡା, ଜାତୀୟ ସ୍ତରର ଅନୁବାଦକ ବିଜୟ ପ୍ରଧାନ ଏବଂ କୋରାପୁଟ ଜିଲ୍ଲାର ଅନେକ କବି, ଗାଳ୍ପିକ ତଥା ଲେଖକ ଓଡ଼ିଆ ଭାଷା ଓ କବିତାର ସ୍ଥିତି ଓ ଭବିଷ୍ୟତ ଉଜ୍ଜ୍ୱଳ ଥିବା ନେଇ ଆଶାବାଦୀ ଥିବା ଜଣାଇଛନ୍ତି ।

ସେପଟେ ବିଶିଷ୍ଟ ସାହିତ୍ୟିକ ପ୍ରଦୀପ ମିଶ୍ର କହିଛନ୍ତି, କୋରାପୁଟ ମାଟିରେ ଗୋପୀନାଥ ମହାନ୍ତିଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ଅନେକ ସ୍ରଷ୍ଟାଙ୍କ କରକମଳରେ ସାହିତ୍ୟ ସାଧନା ଜାରି ରହିଛି । ଏପରି ଏକ ନିରନ୍ତର ଧାରାକୁ ଆଗକୁ ବଢ଼ାଇ କୋରାପୁଟ ଜିଲ୍ଲାର ଅନେକ କବିଙ୍କ କବିତାର ଆଦର ରାଜ୍ୟ ଓ ରାଜ୍ୟ ବାହାରେ ଆଦୃତ ହେବା କୋରାପୁଟ ଅଞ୍ଚଳରେ କବିତାକୁ ନେଇ ସାଧନା କରୁଥିବା ଅନେକ ସାହିତ୍ୟ ପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ବୋଲି ସେ ମତ ରଖିଛନ୍ତି । ଅନ୍ୟପଟେ କୋରାପୁଟରେ ବର୍ଷର ବିଭିନ୍ନ ସମୟରେ ଆୟୋଜିତ ହେଉଥିବା ଛୋଟ ବଡ ସାହିତ୍ୟ ସଭା ଏହି ଅଞ୍ଚଳରେ କବିତା ପ୍ରତି ଥିବା ଆଗ୍ରହକୁ ଦର୍ଶାଇଥାଏ ବୋଲି ବିଶିଷ୍ଟ କବି ମାଧୁରୀ ପଣ୍ଡା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଗାଁ ଗାଁରେ ଗୁଞ୍ଜରିତ ହେବ ଭାଗବତ ପାଠ, ଅଣ୍ଟା ଭିଡିଲା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details