ଓଡିଶା

odisha

ETV Bharat / state

ବଲାଙ୍ଗୀର ଗସ୍ତରେ ରାଜ୍ୟପାଳ, ସୁସ୍ଥ ଏବଂ ସମୃଦ୍ଧି ପାଇଁ ଦେଲେ ଗୁରୁମନ୍ତ୍ର - balangir news

Governor Raghubar Das Balangir visit: ପାଟଣାଗଡ ଏବଂ ଖପ୍ରାଖୋଲ ବ୍ଲକରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କଲେ ମହାମହିମ । ଛାତ୍ରଛାତ୍ରୀ ଓ ମହିଳାଙ୍କ ସହ କଲେ ସିଧାସଳଖ ଆଲୋଚନା । ଅଧିକ ପଢନ୍ତୁ

ବଲାଙ୍ଗୀର ଗସ୍ତରେ ରାଜ୍ୟପାଳ , ସୁସ୍ଥ ଏବଂ ସମୃଦ୍ଧି ପାଇଁ ଦେଲେ ଗୁରୁମନ୍ତ୍ର
ବଲାଙ୍ଗୀର ଗସ୍ତରେ ରାଜ୍ୟପାଳ , ସୁସ୍ଥ ଏବଂ ସମୃଦ୍ଧି ପାଇଁ ଦେଲେ ଗୁରୁମନ୍ତ୍ର

By ETV Bharat Odisha Team

Published : Jan 28, 2024, 9:27 PM IST

Updated : Jan 28, 2024, 9:36 PM IST

ବଲାଙ୍ଗୀର ଗସ୍ତରେ ରାଜ୍ୟପାଳ, ସୁସ୍ଥ ଏବଂ ସମୃଦ୍ଧି ପାଇଁ ଦେଲେ ଗୁରୁମନ୍ତ୍ର

ବଲାଙ୍ଗୀର:ଜିଲ୍ଲାଗସ୍ତରେ ରାଜ୍ୟପାଳ ରଘୁବର ଦାସ । ବଲାଙ୍ଗୀର ଗସ୍ତରେ ଆସି ମହିଳା, ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟପାଳ । ସମୃଦ୍ଧ ଓଡିଶା ଗଠନ ପାଇଁ ମହିଳା ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ୱାନ । ବିଭିନ୍ନ ବ୍ଲକରେ ଚାଲିଥିବା ପ୍ରକଳ୍ପ ଓ ଯୋଜନାର କଲେ ସମୀକ୍ଷା । ଏହାସହ ବାବା ହରିଶଙ୍କରଙ୍କ ପୀଠର କଲେ ସମୀକ୍ଷା । ନୂଆପଡ଼ା ଜିଲ୍ଲା ଗସ୍ତ ସାରି ବଲାଙ୍ଗୀରରେ ପହଞ୍ଚିଲେ ରାଜ୍ୟପାଳ ରଘୁବର ଦାସ ।

ତେବେ ରାଜ୍ୟପାଳ ଆଜି ବଲାଙ୍ଗୀରର ପାଟଣାଗଡ ବ୍ଲକର ବିଭିନ୍ନ ଅଞ୍ଚଳଗସ୍ତ କରିଥିଲେ । ପାଟଣାଗଡ଼ ଉପଖଣ୍ଡ ଝାଲିଆ ଲିଟିରେ ଅଙ୍ଗନବାଡ଼ି କେନ୍ଦ୍ରରେ ପୋଷଣ ଓ ବିଭିନ୍ନ ଯୋଜନା ବିଷୟରେ ହିତାଧିକାରୀଙ୍କ ସହିତ ବିଶେଷ ଆଲୋଚନା କରିଥିଲେ । ଏହା ସହିତ ହିତାଧିକାରୀମାନଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ଥ ସୁବିଧା ସୁଯୋଗ ଠିକ ସମୟରେ ପାଉଛନ୍ତି କି ନାହିଁ । ତାହା ମଧ୍ୟ ସେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ।

ସେହିପରି ସେ ଖପ୍ରାଖୋଲ ବ୍ଲକର ଫଲ୍କିମୁଣ୍ଡା ଆଦିବାସୀ ଆବାସିକ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହିତ କଥା ହୋଇଥିଲେ । ସମାନ ଭାବରେ ସେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଖାନାର ସମୀକ୍ଷା କରିଥିଲେ । ପରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ହରିଶଙ୍କରଙ୍କ ଦର୍ଶନ କରିବା ସହିତ ମନ୍ଦିରର ଉନ୍ନତିମୂଳକ କାମର ସମୀକ୍ଷା କରିଥିଲେ । ପରେ ସେଠାରେ ବିଭିନ୍ନ ଦାୟିତ୍ଵରେ ଥିବା ମିଶନ ଶକ୍ତି ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ନୂଆପଡା ଗସ୍ତରେ ରାଜ୍ୟପାଳ, ମାଓ ଅଞ୍ଚଳ ବୁଲିବା ସହ ଆଦିମ ଜନଜାତିଙ୍କ ସହ କଥାହେଲେ

ଏହା ମଧ୍ୟ ପଢନ୍ତୁ .... ବୌଦ୍ଧ ଗସ୍ତରେ ରାଜ୍ୟପାଳ, ଶୁଣିଲେ ସାଧାରଣ ଲୋକଙ୍କ ସମସ୍ୟା

ତେବେ ରାଜ୍ୟପାଳ ରଘୁବର ଦାସ ମହିଳାମାନଙ୍କୁ ଦେଶ ଓ ରାଜ୍ୟ ଗଠନରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ । ମହିଳା ମାନେ ଏସଏଚଜି ଗ୍ରୁପ ତିଆରି କରି ବିଭିନ୍ନ ଉନ୍ନତିମୂଳକ କାମ କରି ନିଜେ ରୋଜଗାର କ୍ଷମ ହୋଇ ସଫଳ ହୋଇଥିବାର କହିଛନ୍ତି । ଏହି ସଫଳତାକୁ ସେ ତାଙ୍କ ଠାରେ ସୀମିତ ନା ରଖି ଅନ୍ୟ ମହିଳାମାନଙ୍କୁ ସହୋଯୋଗ ଓ ଶିକ୍ଷା ଦେଲେ ସମସ୍ତଙ୍କର ବିକାଶ ହେବ ବୋଲି ସେ କହିଥିଲେ । ସମସ୍ତଙ୍କୁ ପୋଷଣ ଖାଦ୍ୟ ପେୟ ଧ୍ୟାନ ଦେବାକୁ କହିଥିଲେ । ଯାହାଦ୍ବାରା ଆଗକୁ ଏକ ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ଗଠନ ହୋଇପାରିବ ।

ଇଟିଭି ଭାରତ , ବଲାଙ୍ଗୀର

Last Updated : Jan 28, 2024, 9:36 PM IST

ABOUT THE AUTHOR

...view details