ଭୁବନେଶ୍ବର:ପୁଣି ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ । ଚୋରା ଚାଲାଣ ବେଳେ ଜବତ କଲା ସିଟି ଜିଏସଟି (CT GST)। ବିଭିନ୍ନ ନାମାଦାମୀ ଗହଣା ଅଳଙ୍କାର ତିଆରି କନସାଇନମେଣ୍ଟକୁ ଜବତ କରିଛି CT GST । ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଲଜିଷ୍ଟିକ କନସାଇନମେଣ୍ଟ ଜରିଆରେ ଚାଲାଣ ବେଳେ ଏୟାରପୋର୍ଟ କାର୍ଗୋରୁ ଜବତ ହେଲା ବେଆଇନ ୪ କେଜିର ଗହଣା ।
ମେଳ ଖାଇଲାନି ସୁନାର ହିସାବ:
ତେବେ ସୁନା ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇ ସିଟି ଜିଏସଟି ଟିମ୍ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର କାର୍ଗୋରେ ଚଢ଼ାଉ କରିଥିଲେ । ସେଠାରେ ସିକ୍ୟୁଏଲ ଲଜିଷ୍ଟିକ ସଂସ୍ଥାର କିଛି କନସାଇନମେଣ୍ଟ ଯାଞ୍ଚ ବେଳେ ୨୦ କେଜି ସୁନା ଠାବ ହୋଇଥିଲା । ହେଲେ ସେଠାରେ ୧୬ କେଜି ସୁନାର ହିସାବ ମିଳିଥିଲା । ହେଲେ ୪ କେଜି ସୁନାର ହିସାବ ମେଳ ଖାଇନଥିଲା । ୫ ଜଣ ସୁନା ଦୋକାନୀଙ୍କ ନାଁରେ ଆସିଥିଲା ସୁନା ଫାର୍ସଲ ପ୍ୟାକେଟ । ଯେଉଁଠି ୨ ଜଣ ସୁନା ଦୋକାନୀ ସେମାନଙ୍କର ବିଲ ଦେଖାଇ ସୁନାର ହିସାବ ନିକାଶ ଦେଖାଇଥିଲେ । ୪ କେଜି ସୁନାର କୌଣସି ବିଲ ବା ହିସାବ ମିଳିନଥିବାରୁ ଏହାକୁ ଜବତ କରିଛି ସିଟି ଜିଏସଟି ।
ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ସୁନା ଚାଲାଣ ପାଇଁ କିଛି ବ୍ୟବସାୟୀ ନୂଆ ବାଟ ଆପଣାଇଛନ୍ତି । ସୁନାକୁ ରିପାୟରି ରିମେକିଂ ଆଳରେ ଏବେ ସୁନା ଚାଲାଣ କରାଯାଉଛି । ଯେଉଁ ସୁନା ଜବତ ହେଉଛି ସେସବୁ ସୁନାକୁ ରିମେକ ଓ ରିପାୟରି ପାଇଁ ପଠାଯାଇଥିବା ଅନେକ ବ୍ୟବସାୟୀ ଦର୍ଶାଉଛନ୍ତି । ଯେଉଁ ଗ୍ରାହାକମାନେ ସୁନା ପୁରୁଣା ହେବା ପରେ ନୂଆ ତିଆରି ପାଇଁ ଚାହୁଁଛନ୍ତି ସେସବୁକୁ ନୂଆ ଡିଜାଇନରେ ତିଆରି ପାଇଁ ଏକ ପୁରୁଣା ବିଲକୁ ଦେଖାଇ ସୁନା ଗୁଡିକ ପୁରୁଣା ଆଉ ଜବଓ୍ବାର୍କ ପାଇଁ ପଠାଯାଉଥିବା ଦର୍ଶାଉଛନ୍ତି । ନୂଆ କିଛି କିଣାଯାଇ ନାହିଁ କି ନୂଆ ଗହଣାର ଜିଏସଟି ଓ ବିଲ ଦେଖାଇବା ଜରୁରୀ ନୁହେଁ ବୋଲି ଆଳ ଦେଖାଉଛନ୍ତି । ଏପରିକି ପୁରୁଣା ସୁନା ରିପାୟରିଂ ପାଇଁ ପଠାଯିବା ସମୟରେ ମଧ୍ୟ ସୁନାର ଓଜନ ଓ ମାନୁଆଲ ଯାହାର ଡେଲିଭେରି ବିଲ ରହିବା ଦରକାର । କିନ୍ତୁ ସେସବୁ କପି କେହି ଦେଖାଇପାରୁନାହାନ୍ତି । ଯାହାକୁ ନେଇ ଛାନଭିନ ଚାଲିଛି ।
ଏନେଇ ଟ୍ୟାକ୍ସ କନ୍ସଲଟାଣ୍ଟ ପ୍ରଶାନ୍ତ ଶତପଥୀ କହିଛନ୍ତି, "ସୁନା ଯେଉଁ ଲଜିଷ୍ଟିକରେ ଆସୁଛି, ଯେଉଁ କମ୍ପାନୀ ଆଣୁଛନ୍ତି ଜିଏସଟିର ଯେଉଁ ପ୍ରୋଭିଜନ ଅଛି ତାକୁ ପୂର୍ଣ୍ଣ କରି ଯଦି ସୁନା ଆଣୁଛନ୍ତି ତାହାଲେ କିଛି ଅସୁବିଧା ନାହିଁ । ଯେଉଁମାନେ ସୁନା ବ୍ୟବସାୟ କରୁଛନ୍ତି, ସେମାନେ ତାଙ୍କ ପ୍ରୋସିଜର ପାର୍ଟ ଠିକ ରଖୁଛନ୍ତି କି ନାହିଁ । ସରକାରଙ୍କ ତହବିଲକୁ ସଠିକ ରାଜସ୍ବ ଯାଉଛି ନା ନାହିଁ । ଟ୍ୟାକ୍ସ ସରକାର ପାଉଛନ୍ତି କି ନାହିଁ, ଏହାର ଯାଞ୍ଚ କରାଯିିବା ଦରକାର ।"
ଏହା ମଧ୍ୟ ପଢ଼ନ୍ତୁ...ETV Bharat Follow UP; ଏୟାରପୋର୍ଟରୁ ପୁଳା ପୁଳା ଗହଣା ଠାବ, ସୁନା ଓ ରୁପା ସହ ହୀରା ଜବତ, ରାଜଧାନୀର ବଡ ବଡ ନାମୀ ଦାମୀ ଦୋକାନକୁ ଯାଇଥାନ୍ତା ସୁନା - diamond ornaments seized |
ସ୍କାନରରେ ଲଜିଷ୍ଟିକ ସଂସ୍ଥା: