ଓଡିଶା

odisha

ETV Bharat / state

ପିଲା ଦିନର ବାଲି ଖେଳ, ଆଜି ଦେଲା ପରିଚୟ; ଚର୍ଚ୍ଚାରେ ଓଡ଼ିଆ ବାଲୁକା ଶିଳ୍ପୀ ନାରାୟଣ - ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ନାରାୟଣ

Sand Arts Artist Narayan : ପିଲାଟି ଦିନର ସେହି ବାଲି ଖେଳ ଭବିଷ୍ୟତରେ ପରିଚୟ ଦେବ ବୋଲି କିଏବା ଯାଣିଥିଲା । ତାଙ୍କ ସ୍ପର୍ଶ ବାଲୁକା କଳାରେ ଯେମିତି ଜୀବନ ଭରି ଦେଉଛି । ଦେଖନ୍ତୁ ଏହି ରିପୋର୍ଟ

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ନାରାୟଣ
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ନାରାୟଣ

By ETV Bharat Odisha Team

Published : Feb 6, 2024, 10:17 PM IST

ପିଲା ଦିନର ବାଲି ଖେଳ

ବ୍ରହ୍ମପୁର: ପିଲାଟି ଦିନର ସେହି ବାଲି ଖେଳ ଭବିଷ୍ୟତରେ ପରିଚୟ ଦେବ ବୋଲି କିଏବା ଜାଣିଥିଲା । ତାଙ୍କ ସ୍ପର୍ଶ ବାଲୁକା କଳାରେ ଯେମିତି ଜୀବନ ଭରି ଦେଉଛି । ଆଉ ସେହି ବାଲୁକା କଳା ତାଙ୍କୁ ଦେଇଛି ଏକ ନୂତନ ପରିଚୟ । ବାଲୁକା କଳା ପ୍ରଦର୍ଶନ କରି ଦେଶ ଓ ବିଦେଶରେ ବହୁ କୃତିତ୍ୱ ଅର୍ଜନ କରିଛନ୍ତି ଗଞ୍ଜାମ ଜିଲ୍ଲାର ନାରାୟଣ । ବ୍ରହ୍ମପୁର ସହର ଉପକଣ୍ଠ ବୋରିଗାଁର ନାରାୟଣ ଇତି ମଧ୍ୟରେ ଆମ ରାଜ୍ୟ ସମେତ ଦେଶ ତଥା ବିଦେଶରେ ଏହି ବାଲୁକା କଳା ପାଇଁ ନେକ ପ୍ରସଂଶା ସାଉଁଟିଛନ୍ତି ।

ସ୍ବପ୍ନ ସତ କରିବାର ନିଶା:-ପିଲାଟି ଦିନରୁ ତାଙ୍କର କଳା ପ୍ରତିଥିବା ଅହେତୁକ ଆଗ୍ରହ ଏବଂ ତାଙ୍କ କଠିନ ପରିଶ୍ରମ ତାଙ୍କୁ ଏଠାରେ ପହଞ୍ଚାଇ ପାରିଛି । ଗାଁ ମାଟିରେ ଅନ୍ୟ ସାଙ୍ଗସାଥିଙ୍କ ସହିତ ବାଲିରେ ଖେଳି ଖେଳୁ ସେ ଆକର୍ଷିତ ହୋଇଥିଲେ ବାଲୁକାକଳା ପ୍ରତି । ଯାହାକୁ ନେଇ ସେ ଲକ୍ଷ୍ୟ ରଖିଥିଲେ ଦିନେ ଏହି କଳାକୁ ନେଇ ଆଗକୁ ବଢିବେ । ପିଲା ଦିନର ସ୍ୱପ୍ନକୁ ସାକାର କରିବା ପାଇଁ ଚାଲିଯାଇଥିଲେ ମୁମ୍ୱାଇ ସହରକୁ । ସେଠାକାର ଜନଗହଳି ପୂର୍ଣ୍ଣ ରାସ୍ତାରେ ବାଲୁକା କଳା ପ୍ରଦର୍ଶନ କରୁ କରୁ ପହଞ୍ଚି ଯାଇଥିଲେ ଆନ୍ତର୍ଜାତୀୟ ସ୍ତରକୁ । ଇତି ମଧ୍ୟରେ ଦେଶର ହାତଗଣତି ପ୍ରସିଦ୍ଧ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଭାବରେ ଅନେକ ସୁନାମ ଅର୍ଜନ କରିପାରିଛନ୍ତି । ପ୍ରଥମଥର ପାଇଁ କଲିକତାର ମା’ କାଳୀଙ୍କ ପ୍ରତିକୃତିକୁ ବାଲୁକା କଳାରେ ପ୍ରଦର୍ଶନ କରିବାକୁ ସୁଯୋଗ ପାଇଥିବା ନାରାୟଣ ।

ଏହା ମଧ୍ୟ ପଢ଼ନ୍ତୁ....ବାଲୁକା କଳାରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି

କଳା ଦେଲା ପରିଚୟ:-ପରବର୍ତ୍ତୀ ସମୟରେ ଦେଶର ଜି-୨୦ ସମ୍ମିଳନୀରେ ବାଲୁକା କଳା ମାଧ୍ୟମରେ ଦେଶର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିଥିଲେ । ପରେ ସାଉଦିରେ ୧୦୦ ପୁଟ ଲମ୍ୱ ଏବଂ ୧୫ ପୁଟ ଉଚ୍ଚତା ବିଶିଷ୍ଟ ମକ୍କା , ମଦିନା, ସିଟି ଟାୱାର ପ୍ରଦର୍ଶିତ କରିଥିଲେ । ନିକଟରେ ହୋଇଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ୨୫ ଫୁଟ ଲମ୍ୱ ଏବଂ ୮ ପୁଟ ଉଚ୍ଚତାର ଭବ୍ୟ ରାମ ମନ୍ଦିର ପ୍ରସ୍ତୁତ କରି ଅନେକ ପ୍ରଶଂସା ସାଉଣ୍ଟିଥିଲେ । କେବଳ ସେତିକି ନୁହେଁ, ସିରିଡି ଠାରେ ବାଲୁକା କଳାର ଏକ ମ୍ୟୁଜିୟମ୍ ପ୍ରସ୍ତୁତ କରି ସାଇବାବାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଦେଖାଇଛନ୍ତି । ସୁଯୋଗ ମିଳିଲେ ବାଲୁକା କଳାରେ ବିଜୁ ବାବୁଙ୍କ କାହାଣୀକୁ ନେଇ ଏକ ମ୍ୟୁଜିୟମ୍ ପ୍ରସ୍ତୁତ କରିବାର ଇଚ୍ଛା ରଖିଛନ୍ତି ନାରାୟଣ । ଗଞ୍ଜାମର ଏକ ଛୋଟ ଗାଁରୁ ଆସି ବାଲୁକା କଳା ମାଧ୍ୟମରେ ନିଖୁଣ ଓ ଜୀବନ୍ତ ପ୍ରତିକୃତି ପ୍ରସ୍ତୁତ କରି ଦେଶ ଓ ବିଦେଶରେ ଅନେକ ସୁନାମ ଅର୍ଜନ କରିପାରିଛନ୍ତି । ତେବେ ଯଦି ସରକାରୀ ସହାୟତା ମିଳେ ତାଙ୍କୁ ଆଗକୁ ବଢିବା ପାଇଁ ସହାୟକ ହୋଇପାରିବ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details