ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡିରେ ଏକ ଲଜ୍ରେ ଗତବର୍ଷ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତକୁ କେରଳରୁ ଗିରଫ କରିଛି ପୋଲିସ । ବ୍ରହ୍ମପୁର ପୋଲିସର ଏକ ଟିମ୍ କେରଳ ଥ୍ରୀସୁର ପୋଲିସ ସହଯୋଗରେ ଅନ୍ୟ ଏକ ମାମଲାରେ ଜେଲରେ ଥିବା ଏହି ଅଭିଯୁକ୍ତକୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ବ୍ରହ୍ମପୁର ଆଣିଛି । ଅଭିଯୁକ୍ତକୁ ଉକ୍ତ ହୋଟେଲକୁ ନେଇ ହତ୍ୟାକାଣ୍ଡର ସିନ ରି-କ୍ରିଏସନ ପ୍ରକ୍ରିୟା ମଧ୍ୟ ପୋଲିସ ଶେଷ କରିଛି ।
- କଣ ଥିଲା ପୂରା ଘଟଣା
ବ୍ରହ୍ମପୁର ଏସପି ଶ୍ରବଣା ବିବେକ କହିଛନ୍ତି,‘‘ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ରୋଡ ସ୍ଥିତ ଏକ ଲଜ୍ର ଏକ ରୁମରେ ଗତବର୍ଷ (୨୦୨୩) ନଭେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପ୍ରାଥମିକ ତଦନ୍ତ କରିଥିଲା । ସେଥିରେ ମହିଳା ଜଣକ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାର ବାସିନ୍ଦା ଓ ତାଙ୍କ ନାମ କେ.କ୍ରିଷ୍ଣା ବେଣୀ (ବୟସ ୩୫) ବୋଲି ଜଣା ପଡିଥିଲା । ମହିଳାଙ୍କ ସହ ତାଙ୍କ ସ୍ବାମୀ ଭାବେ ପରିଚୟ ଦେଇ ଲଜରେ ଥିବା ସମୀଦମନ.ଏଏସ ନାମକ ଜଣେ ଯୁବକ ଫେରାର ଥିବା ଜଣାପଡିଥିଲା । ପରେ ମହିଳାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହେବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ଅଭିଯୁକ୍ତକୁ ଚିହ୍ନଟ ପରେ ଗିରଫ କରିବା ପାଇଁ ପୋଲିସ ପ୍ରକ୍ରିୟା ଜାରି ରହିଥିଲା ।’’
- କେରଳର ଏକ ଜେଲରେ ଥିଲା ଅଭିଯୁକ୍ତ:-
ମହିଳାଙ୍କୁ ହତ୍ୟା କରିବା ପରେ ଗଞ୍ଜେଇ ଚାଲାଣ ମାମଲାରେ ଏହି ଅଭିଯୁକ୍ତ ଜଣକ ଗିରଫ ହୋଇ କେରଳର ଏକ ଜେଲରେ ଥିଲା । ଏହି ସୂଚନା ମିଳିବା ପରେ ବ୍ରହ୍ମପୁର ପୋଲିସ ଅନ୍ତଃରାଜ୍ୟ ଆକ୍ସନ ଆରମ୍ଭ କରିଥିଲା । ବ୍ରହ୍ମପୁର ପୋଲିସ ସ୍ଥାନୀୟ ପୋଲିସ ସହଯୋଗରେ ତାକୁ ଜେଲରୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି କ୍ରମେ ତାକୁ ବ୍ରହ୍ମପୁର ଅଣାଯାଇ ଗତକାଲି ହତ୍ୟାକାଣ୍ଡ ଘଟିଥିବା ଲଜ ରୁମରେ ସିନ ରି-କ୍ରିଏସନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ମାଆ-ଝିଅ ମୃତ୍ୟୁର ଖୁଲାସା, ଶ୍ବାସରୁଦ୍ଧ ପରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ ଏହା ମଧ୍ୟ ପଢନ୍ତୁ :- ଶୋଇଥିବା ବେଳେ ଲାଗିଗଲା ନିଆଁ, ମାଆ-ଝିଅ ଜୀବନ୍ତ ଦଗ୍ଧ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ |
- ମହିଳାଙ୍କ ସହ ଲିଭ-ଇନ୍ ରେ ରହୁଥିଲା ଅଭିଯୁକ୍ତ