ଓଡିଶା

odisha

ETV Bharat / state

ଆସିକା ସଂସଦୀୟ କ୍ଷେତ୍ର ସମେତ 8 ନିର୍ବାଚନମଣ୍ଡଳୀରେ ମତଦାନ, ପୋଲିସ ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା - ELECTION PREPARATION IN Ganjam - ELECTION PREPARATION IN GANJAM

ELECTION PREPARATION: ଆଜି ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ର ସମେତ 8 ନିର୍ବାଚନମଣ୍ଡଳୀରେ ମତଦାନ । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ELECTION PREPARATION
ELECTION PREPARATION (ETV Bharat Odisha)

By ETV Bharat Odisha Team

Published : May 20, 2024, 6:55 AM IST

ELECTION PREPARATION (ETV Bharat Odisha)

ଗଞ୍ଜାମ: ଆଜି ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ରର ସାତୋଟି ବିଧାନସଭା ନିର୍ବାଚନମଣ୍ଡଳୀ ସମେତ କନ୍ଧମାଳ ସଂସଦୀୟ କ୍ଷେତ୍ରର ଭଞ୍ଜନଗର ନିର୍ବାଚନମଣ୍ଡଳୀକୁ ମିଶାଇ ମୋଟ ଆଠ ଗୋଟି ନିର୍ବାଚନମଣ୍ଡଳୀରେ ଆଜି ମନ ପସନ୍ଦର ପ୍ରାର୍ଥୀ ବାଛିବେ ଜନତା । ତେବେ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜ୍ୟର ୨୦-ଆସିକା ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ଏବଂ କନ୍ଧମାଳ ଲୋକସଭା ଅନ୍ତର୍ଗତ ଭଞ୍ଜନଗର ବିଧାନସଭା ପାଇଁ ନିର୍ବାଚନ ହେଉଥିବା ବେଳେ ଏହାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ମୋଟ 8ଟି ବିଧାନସଭାର ୧୯୩୭ ଗୋଟି ବୁଥରେ ମତଦାନ ହେବାକୁ ରହିଥିବା ବେଳେ ଏହାକୁ ନେଇ ସ୍ୱତନ୍ତ୍ର ରୋଡ ମ୍ୟାପ୍ କରାଯାଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଥିବା କୁହାଯାଇଛି । ଏପରିକି ପୋଲିସର ଗୁଇନ୍ଦା ତଥ୍ୟ ଏବଂ ଘଟିଥିବା ବିଭିନ୍ନ ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଇତିମଧ୍ୟରେ ଫ୍ଲାଗ୍ ମାର୍ଚ୍ଚ କରିଥିବା ବେଳେ ପ୍ରତେକ ୧୦ ରୁ ୧୨ ଟି ବୁଥ୍ ମଧ୍ୟରେ ଗୋଟିଏ ମୋବାଇଲ ଟିମ୍ ନିୟୋଜିତ କରାଯାଇଛି । ସେହି ମୋବାଇଲ୍ ଟମ୍ କ୍ରାମଗାତ ଭାବରେ ପେଟ୍ରୋଲିଙ୍ଗ୍ କରିବା ସହିତ ପ୍ରତେକ ବିଧାନସଭା କ୍ଷେତ୍ରରେ ଜଣେ ଲେଖାଏଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରେଙ୍କର ଅଧିକାରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହ ପ୍ରତେକ ବିଧାନସଭା ପାଇଁ ଦୁଇ ଜଣ ଲେଖାଏଁ ଡି.ଏସ୍.ପି ମୃର୍ତ୍ତୟନ କରାଯାଇଛି ।

ଜିଲ୍ଲାରେ ୩୮ ସେକ୍ଟର ଅଧିକାରୀ ଭାବରେ ଇନସପେକ୍ଟରଙ୍କୁ ନିୟୋଜିତ କରାଯାଇଛି । ଯେଉଁ ଥାନା ଅଞ୍ଚଳରେ ୬୦ ରୁ ଉର୍ଦ୍ଧ୍ୱ ମତଦାନ କେନ୍ଦ୍ର ରହିଛି ସେଠାକୁ ବିଭକ୍ତିକରଣ କରି ଅତିରିକ୍ତ ଆଇ.ଆଇ.ସି ମାନଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା । ନିର୍ବାଚନର ମତଦାନ ସମୟରେ ୧୬୫ ଗୋଟି ମୋବାଇଲ ପାର୍ଟି ସଂପୂର୍ଣ୍ଣ ଭାବରେ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ର ଉପରେ ନଜର ରଖିବା ସହିତ କୌଣସି ସ୍ଥାନରେ ଘଟଣା ଘଟିଲେ ମାତ୍ର ୧୫ ରୁ ୨୦ ମିନିଟ୍ ମଧ୍ୟରେ ସେଠାରେ ମୋବାଇଲ୍ ଟିମ୍ ପହଞ୍ଚିବାକୁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ଯାହାକି ମୋଟ ୨୮୬ ଜଣ ଇନସିପେକ୍ଟର ଏବଂ ସବ୍-ଇନସିପେକ୍ଟର ନିୟୋଜିତ କରାଯାଇଛି । ସେହିପରି ବୁଥ ସ୍ତରରେ ୧୮୭୨ ଜଣ ହାବିଲଦାର , କନେଷ୍ଟବଳ, ଗୃହରକ୍ଷୀ, ଗ୍ରାମରକ୍ଷୀଙ୍କୁ ନିୟୋଜିତ କରାଯାଇଛି । କୌଣସି ସ୍ଥାନରେ ବିଶୃଙ୍ଖଳା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପାଖାପାଖି ୬୦ ପ୍ରତିଶତ ବୁଥରେ ୱାବକାଷ୍ଟିଙ୍ଗ୍ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:ଗୋଟି ଚାଳନାରେ ସିଦ୍ଧହସ୍ତ ପରିବାରରୁ ଲୋକସଭା ପ୍ରାର୍ଥୀ, କାହା ମୁଣ୍ଡରେ ‘ଆସିକା ଆଶୀର୍ବାଦ’ - ASKA LOK SABHA CONSTITUENCY


ଗଞ୍ଜାମ ଜିଲ୍ଲାରେ ୧୦ ଗୋଟି କଣ୍ଟ୍ରୋଲ ରୁମ୍: ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ସଂପୃକ୍ତ ନିର୍ବାଚନ ଅଞ୍ଚଳ ସମ୍ପର୍କିତ କୌଣସି ତଥ୍ୟ ଜାଣିବାକୁ କିମ୍ବା ଜଣାଇବାକୁ ଚାହୁଁଥିଲେ ଜନସାଧାରଣ ନିର୍ବାଚନ ଅଞ୍ଚଳ କଣ୍ଟ୍ରୋଲରୁମ୍ ଦାୟୀତ୍ବରେ ନିଯୁକ୍ତ ଥିବା ଅଧିକାରୀଙ୍କ ଫୋନ୍ ନମ୍ବର ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି । ଆସ୍କା ଲୋକସଭା ନିମନ୍ତେ ଅଭିଷେକ ସାହୁ, ଡେପୁଟି କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ୱରେ ରହିଥିବା ବେଳେ ତାଙ୍କ ଯୋଗାଯୋଗ ନମ୍ବର ୭୮୯୪୪୯୫୨୮୩ ରହିଛି । ସେହିପରି ରାଜେଶ କୁମାର ଇକ୍କା, ଡେପୁଟି କଲେକ୍ଟର ଜିଲ୍ଲା କଣ୍ଟ୍ରୋଲରୁମ୍ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୭୭୫୦୮୯୭୬୭୦ ରହିଛି ।

  • ଜିଲ୍ଲାର ଭଞ୍ଜନଗର ବିଧାନସଭା କଣ୍ଟ୍ରୋଲ ରୁମ୍ ନିମନ୍ତେ ରାମ ଚନ୍ଦ୍ର ମହାପାତ୍ର , ଆସିଷ୍ଟାଣ୍ଟ କଲେକ୍ଟର ଦାୟୀତ୍ବରେ ଥିବା ବେଳେ ଯୋଗାଯୋଗ ନମ୍ବର ୭୯୭୮୫୭୨୧୬୦ ରହିଛି ।
  • ପୋଲସରା ବିଧାନସଭା କଣ୍ଟ୍ରୋଲ ରୁମ୍ ନିମନ୍ତେ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୯୪୩୮୨୩୭୧୨୩ ରହିଛି ।
  • କବିସୂର୍ଯ୍ୟନଗର ବିଧାନସଭା ନିମନ୍ତେ ଦିପକ କୁମାର ଜେନା, ଆସିଷ୍ଟାଣ୍ଟ କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୮୮୨୮୩୪୮୦୨୯ ରହିଛି ।
  • ଖଲ୍ଲିକୋଟ ବିଧାନସଭା ନିମନ୍ତେ ମିସ୍ ପୁଷ୍ପାଞ୍ଜଳୀ କୃଷିକା, ଆସିଷ୍ଟାଣ୍ଟ କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୭୩୨୮୦୪୮୯୦୦ ରହିଛି ।
  • ଆସ୍କା ବିଧାନ ସଭା ନିମନ୍ତେ ଅମିତ୍ ରଞ୍ଜନ ହୋତା, ଡେପୁଟି କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୬୩୭୦୭୪୪୬୨୧ ରହିଛି ।
  • ସୋରଡା ବିଧାନ ସଭା ନିମନ୍ତେ ଫକୀର ଜୀବନଜ୍ୟୋତି ନାୟକ, ଆସିଷ୍ଟାଣ୍ଟ କଲେକ୍ଟର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୭୦୦୮୫୮୮୮୪୯ ରହିଛି ।
  • ସାନଖେମୁଣ୍ଡି ବିଧାନସଭା ନିମନ୍ତେ କ୍ଷୀରୋଦ ବିହାରୀ ଭରତ ନାଗ, ତହସିଲଦାର, ବ୍ରହ୍ମପୁର କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୮୭୬୩୪୨୧୪୧୦ ରହିଛି ।
  • ହିଞ୍ଜିଳି ବିଧାନସଭା ନିମନ୍ତେ ଆର୍ଯ୍ୟ କୁମାର ସର୍ବଦମନ, ଡେପୁଟି କଲେକ୍ଟର, କଣ୍ଟ୍ରୋଲ ରୁମ୍ ଦାୟୀତ୍ବରେ ରହିଥିବା ବେଳେ ତାଙ୍କର ଯୋଗାଯୋଗ ନମ୍ବର ୭୩୨୫୯୧୬୯୦୦ ।

    ଜିଲ୍ଲାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବ୍ୟବହୃତ ହେବ ୧୧୪୩ ବୁଥ୍ର ଓ୍ବେବକାଷ୍ଟିଂ:ଅବାଧ, ମୁକ୍ତ ଓ ନିରପେକ୍ଷ ମତଦାନ ଯେପରି ହେବ ସେଥି ସକାଶେ ସଦାସର୍ବଦା ପ୍ରୟାସ ଜାରି ରଖାଯାଇଥିବା କୁହାଯାଇଛି । ୧୯-ଆସ୍କା ଲୋକସଭା ସହିତ ସମସ୍ତ ୭ ଗୋଟି ବିଧାନସଭାର ସମେତ ଭଂଞ୍ଜନଗର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତ ହୋଇଥିବା ବୁଥ୍ ଗୁଡିକରୁ ୧୧୪୩ ଗୋଟି ବୁଥ୍ ରେ ଓ୍ବେବକାଷ୍ଟ ହେବ । ଏହି ଓ୍ବେବକାଷ୍ଟ ଜରିଆରେ ବୁଥ୍ ମଧ୍ୟରେ ଚାଲୁଥିବା ମତଦାନ ପ୍ରକ୍ରିୟାକୁ ଜିଲ୍ଲାସ୍ତରରେ ଏବଂ ରାଜ୍ୟ ସ୍ତରରେ ଅଧିକାରୀଗଣ ନଜର ରଖିବେ । ପୂର୍ବରୁ ହୋଇଥିବା ନିର୍ବାଚନର ଆଧାରକୁ ନେଇ ମତଦାନ ସଠିକ ରଖିବା ଉଦ୍ଦେଶ୍ୟରେ ଏହି ଓ୍ବେବକାଷ୍ଟ କରାଯାଇଅଛି । ବୁଥ୍ ଗୁଡିକରେ ଭୋଟଦାତା ଗଣ ବିନା ଦ୍ବିଧାରେ ନିଜ ମତଦାନ ସାବ୍ୟସ୍ତ କରିବେ । ୧୨୮-ଆସ୍କା ବିଧାନସଭା ନିମନ୍ତେ ୧୨୬ ଗୋଟି ବୁଥ୍, ୧୩୧-ହିଞ୍ଜିଳି ବିଧାନସଭା ନିମନ୍ତେ ୧୩୮ ଗୋଟି ବୁଥ୍, ୧୨୬-ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ସକାଶେ ୧୪୫ ଗୋଟି ବୁଥ୍, ୧୩୦-ସାନଖେମୁଣ୍ଡି ବିଧାନସଭା ନିମନ୍ତେ ୧୨୯ ଗୋଟି ବୁଥ୍, ୧୨୩-ଭଞ୍ଜନଗର ବିଧାନସଭା ସକାଶେ ୧୫୪ ଗୋଟି ବୁଥ୍, ୧୨୫- କବିସୂର୍ଯ୍ୟନଗର ବିଧାନସଭା ସକାଶେ ୧୪୭ ଗୋଟି ବୁଥ୍, ୧୨୪-ପୋଲସରା ବିଧାନସଭା ସକାଶେ ୧୫୭ ଗୋଟି ବୁଥ୍ ଏବଂ ୧୨୯-ସୋରଡା ନିମନ୍ତେ ୧୪୭ ଗୋଟି ବୁଥ୍ ରେ ସିଧାସଳଖ ଓ୍ବେବକାଷ୍ଟ ହେବ ।

ABOUT THE AUTHOR

...view details