ଓଡିଶା

odisha

ETV Bharat / state

ପୋଲିସ କବଜାରେ ଟୁର୍‌ ଠକ, ଚାରିଧାମ ଯାତ୍ରା ଆଳରେ ୱେବ-ସାଇଟ୍‌ ଖୋଲି ବୟସ୍କଙ୍କୁ ଠକୁଥିଲା

ଠକ ଟୁର ଅପରେଟର ଜାଲରେ ବୟସ୍କ ତୀର୍ଥଯାତ୍ରୀ । ମୋବାଇଲରେ ଓ୍ବେବ-ସାଇଟ ଖୋଲି ଚାରଧାମ ଯାତ୍ରା ଆଳରେ ଠକିଛି ପ୍ରାୟ ଅଢେଇ ଲକ୍ଷ ।

By ETV Bharat Odisha Team

Published : 5 hours ago

ଚାରିଧାମ ଯାତ୍ରା ଆଳରେ ବୟସ୍କ ତୀର୍ଥଯାତ୍ରୀଙ୍କୁ ଠକୁଥିଲା, ବାନ୍ଧିଲା ପୋଲିସ
ଚାରିଧାମ ଯାତ୍ରା ଆଳରେ ବୟସ୍କ ତୀର୍ଥଯାତ୍ରୀଙ୍କୁ ଠକୁଥିଲା, ବାନ୍ଧିଲା ପୋଲିସ (ETV Bharat Odisha)

ଭୁବନେଶ୍ବର:ପରିଣତ ବୟସରେ ଚାରି ଧାମ ତୀର୍ଥଯାତ୍ରାରେ ଯିବା ପାଇଁ ଅନେକ ବୃଦ୍ଧ ବୃଦ୍ଧାଙ୍କର ସ୍ବପ୍ନ ଥାଏ । ଏନେଇ ଏକାଧିକ ଟୁର-ଟ୍ରାଭେଲ ଏଜେନ୍ସି ନିଜ ବ୍ୟବସାୟ ଜାରି ରଖିଛନ୍ତି । ମାତ୍ର ଏହି ଆଳରେ ବୟସ୍କଙ୍କୁ ଠକୁଥିବା ଜଣେ ଠକକୁ ଅପରେଟରକୁ ଗିରଫ କରିଛି କମିଶନରେଟ ପୋଲିସ । ତୀର୍ଥଯାତ୍ରା ଆଳରେ ସେ ଏକାଧିକ ବୟସ୍କଙ୍କୁ ଠକିଥିବା ପୋଲିସ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛି ।

  • ଖୋଲିଥିଲା ମିଛ ଓ୍ବେବ-ସାଇଟ୍‌

ଏନେଇ ‘ସାଇ ପାରାଡାଇଜି ଓ୍ବାର୍ଲଡ ଟୁର ଆଣ୍ଡ ଟ୍ରାଭେଲସ’ ନାମକ ଏକ ସଂସ୍ଥାର ମାଲିକ ସଂହାରି ବେହେରାକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଲିଙ୍ଗରାଜ ଥାନାରେ ଅଭିଯୁକ୍ତ ବିରୋଧରେ ୧୭୯/୨୪ ରେ ଏକ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତ ଠାରୁ ଦୁଇଟି ମୋବାଇଲ ଜବତ କରାଯାଇଛି । ଯେଉଁଥିରେ ସେ ନିଜର ଓ୍ବେବସାଇଟ ଖୋଲି ମିଛ ବୁକିଂ କରୁଥିଲା । ତାର ଘର ବୈଦେଶ୍ବର ଥାନା ଅଞ୍ଚଳରେ ସେ ଭୁବନେଶ୍ୱର ପାଣ୍ଡବ ନଗରରେ ରହି ଏଭଳି ଠକେଇ କରୁଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି ।

ପୋଲିସ କବଜାରେ ଟୁର ଠକ, ଚାରିଧାମ ଯାତ୍ରା ଆଳରେ ଓ୍ବେବସାଇଟ ଖୋଲି ବୟସ୍କଙ୍କୁ ଠକୁଥିଲା (ETV Bharat Odisha)
  • ବୃଦ୍ଧଙ୍କଠାରୁ ଚମ୍ପଟ ମାରିଥିଲା 30 ହଜାର

ଏନେଇ ଜୋନ ୩ ଏସିପି କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି, ‘‘ସାଇ ପାରାଡାଇଜ ଓ୍ବାର୍ଲଡ ଟୁର ଆଣ୍ଡ ଟ୍ରାଭେଲସ’ ସଂସ୍ଥା ନାମରେ ଏକ ଓ୍ବେବ-ସାଇଟ ଖୋଲି ଏଭଳି ସଂହାରି ବେହେରା ଚାରି ଧାମ ବୁଲାଇ ନେବାର ଟିକେଟ ବୁକି କରୁଥିବା ଅଫର୍ ଦେଉଥିଲା । ଯାହାକୁ ନେଇ ଗତ ମାର୍ଚ୍ଚ ମାସରେ ରଞ୍ଜିତ ମହାନ୍ତି ନାମକ ୬୭ ବର୍ଷୀୟ ବୃଦ୍ଧ ଚାରି ଧାମ ଯାତ୍ରା ପାଇଁ ୩୦ହଜାର ଟଙ୍କା ଆଡଭାନସ୍‌ ଦେଇ ବୁକିଂ କରିଥିଲେ । ଏନେଇ ସଂସାରି ମୋବାଇଲକୁ ଫୋନ ପେ‘ ଜରିଆରେ ୩୦ହଜାର ପେମେଣ୍ଟ ପଠାଇଥିଲେ । ତେବେ ଟଙ୍କା ପାଇବା ପରେ ଆଉ ଧରା ଛୁଆଁ ଦେଇନଥିଲା ଠକ ଅପରେଟର । ଏନେଇ ସେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧ । ପରେ ପୋଲିସ ତଦନ୍ତ ବେଳେ ଜଣାପଡିଥିଲା ଯେ ସେ ଅଭିଯୁକ୍ତଜଣକ ଭୁବନେଶ୍ୱର ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ବଡଗଡ ଥାନା ଅଞ୍ଚଳରେ ଏଇଭଳି‌ ଟୁର-ଟ୍ରାଭେଲସ ନାଁରେ ପ୍ରାୟ ୨.୫ଲକ୍ଷ ଟଙ୍କା ଠକେଇ କରିଛି । ଏନେଇ ଲିଙ୍ଗରାଜ ଥାନା କେସ ନମ୍ବର‌-୧୭୯ରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ କବଜାରେ ଟୁର ଠକ, ଚାରିଧାମ ଯାତ୍ରା ଆଳରେ ଓ୍ବେବସାଇଟ ଖୋଲି ବୟସ୍କଙ୍କୁ ଠକୁଥିଲା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ହରିୟାଣାରେ ଚକମା ଦେବ କି ଫଳାଫଳ, ହ୍ୟାଟ୍ରିକ ବିଜୟ କରିବ କି ବିଜେପି ?

ଏହା ମଧ୍ୟ ପଢନ୍ତୁ :- ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଭୋଟ ଗଣତି ଜାରି; ପଲଟିଲା ଟ୍ରେଣ୍ଡ, ଆଗରେ BJP, ପଛରେ ପଡିଲା କଂଗ୍ରେସ

ଏହା ମଧ୍ୟ ପଢନ୍ତୁ :- ଆସିବ ହରିୟାଣା ଜମ୍ମୁ-କାଶ୍ମୀର ଜନାଦେଶ: ଉତ୍ସାହିତ କଂଗ୍ରେସ ଶିବିର, ରେଜଲ୍ଟ ଅପେକ୍ଷାରେ ପଦ୍ମ କ୍ୟାମ୍ପ

  • ପ୍ରଥମେ ବୁଲାଉଥିଲା, ପରେ ଠକୁଥିଲା

ଠକାମୀ ପାଇ ମଧ୍ୟ ସେ ନୂଆ ଟ୍ରିକ ଆପଣାଇ ଥିଲା ଅଭିଯୁକ୍ତ । ଏନେଇ‌ ଚିଟଫଣ୍ଡ କମ୍ପାନୀ ଭଳି ପ୍ରଥମେ ବିଶ୍ବାସ ଜିଣିବାକୁ ପ୍ରଥମେ କିଛି ଲୋକଙ୍କୁ ଟୁର-ଟ୍ରାଭେଲସରେ ବୁକିଂ କରି ବୁଲାଇଛି । ପରେ ବିଶ୍ବାସ ଜନ୍ମାଇ ବୁକିଂ କରାଇ ଅଗ୍ରୀମ ରାଶି ଗ୍ରହଣ କରିବା ଅଭିଯୁକ୍ତ ଧରା ଛୁଆଁ ଦେଉନଥିଲା । ଥାନାରେ ଅଭିଯୋଗ ହେବା ପରେ ଏବେ ସତ୍ୟ ସାମ୍ନାକୁ ଆସିଛି ।

ଚାରିଧାମ ଯାତ୍ରା ବୁଲାଇବା ଆଳରେ ଠକାମି, ରାଜଧାନୀରୁ ଧରାପଡ଼ିଲା ଠକ ଟୁର ଅପରେଟର (ETV Bharat Odisha)
  • ପତ୍ନୀଙ୍କ ନାଁରେ ଟଙ୍କା କାରବାର !

ଠକାମୀ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ସମସ୍ତ ଟଙ୍କା କାରବାର ନିଜ‌ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟରେ । ଏଥିରେ ଅଭିଯୁକ୍ତର ପତ୍ନୀର ଭୁମିକା କିଛି ରହିଛି କି ନାହିଁ, କିମ୍ବା ତାଙ୍କ ଅଜାଣତରେ ହୋଇଛି, ତାହା ପୋଲିସ ଯାଞ୍ଚ କରୁଛି ।

  • ଫରେନ ଟୁର ଅଫର୍ ଦେଉଥିଲା:-

କେବଳ ଦେଶ ଭିତରେ ନୁହେଁ ବରଂ ବିଦେଶ ଭ୍ରମଣର ଅଫର ମଧ୍ୟ ଦେଉଥିଲା । କୋୖଣସି ଅଫିସ ନଖୋଲି ହେଲ୍ପ-ଲାଇନ ନମ୍ବର ଜରିଆରେ ଗ୍ରାହକଙ୍କୁ ଯୋଗାଯୋଗ କରୁଥିଲା । ଯେଉଁଠି ଅନ୍ୟ ନାମିଦାମି ଟ୍ରାଭେଲସ ସଂସ୍ଥା ଅଧିକ ଟଙ୍କା ଚାର୍ଜ କରୁଥିଲେ, ଅଭିଯୁକ୍ତ ବେଶ କମ ଟଙ୍କାରେ ସେହି ସେବା ଯୋଗାଇଦେବା ନେଇ ଭରସା ଦେଉଥିଲା । ତାର ଏହି ଜାଲରେ କିଛି ବୟସ୍କ ବ୍ୟକ୍ତି ଶିକାର ମଧ୍ୟ ହୋଇଥିଲେ । ଏବେ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details