ଭୁବନେଶ୍ବର:ଦାୟିତ୍ବ ଗ୍ରହଣ କଲେନବ ନିଯୁକ୍ତ ରାଜ୍ୟ ନିର୍ବାଚନ ଅୟୋଗ।ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଧୁସୂଦନ ପାଢ଼ୀ ଆଜି ରାଜ୍ୟ ନିର୍ବାଚନ ଅୟୋଗ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟର ଅଷ୍ଟମ ନିର୍ବାଚନ ଆୟୋଗ ଭାବେ ସେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ସହ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ ପରିଚାଳନା କରିବା ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି ।
'ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ'
ରାଜ୍ୟ ନିର୍ବାଚନ ଆୟୋଗ ଭାବେ ଦାଇତ୍ୱ ନେଇଛନ୍ତି ପୂର୍ବତନ ପ୍ରଶାସକ ମଧୁସୂଦନ ପାଢ଼ୀ । ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ ଆୟୋଗ ମଧୁସୂଦନ ପାଢ଼ୀ କହିଛନ୍ତି, "ରାଜ୍ୟ ସରକାର ମୋତେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ଠିକ ଭାବେ ତୁଲାଇବା ଲାଗି ସରକାର ଓ ଲୋକଙ୍କ ଅପେକ୍ଷା ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହି ଦାୟିତ୍ୱ ସଠିକ ଭାବେ ତୁଲାଇ ପାରିବି ବୋଲି ଆଶା ରହିଛି । ନୂଆ କରି ଦାୟିତ୍ୱ ନେଇଛି, ଏହାକୁ ସୁଚାର ରୂପେ ପରିଚାଳନା ବଡ଼ ଆହ୍ବାନ ରହିବ । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଅଛି । ଯେକୌଣସି ନିର୍ବାଚନ ସବୁବେଳେ ଆହ୍ୱାନ ନେଇ ଆସେ । ତୃଣମୂଳ ସ୍ତରରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦାୟିତ୍ୱ ଅଧିକ ।"
'ସ୍ୱଚ୍ଛତା ଏବଂ ନିରପେକ୍ଷତାକୁ ଅଧିକ ଗୁରୁତ୍ବ':
ସେ ଆହୁରି ମଧ୍ୟ କହିଛନ୍ତି, "ସମସ୍ତ ନିର୍ବାଚନ ପୂର୍ବରୁ ପଞ୍ଚାୟତର ସୀମା ନିର୍ଦ୍ଧାରଣ ହୁଏ । ରାଜ୍ୟ ସରକାର ଯଦି ଚାହିଁବେ, କରିବେ । ଲୋକ ସଂଖ୍ୟା ଅନୁସାରେ ସୀମା ନିର୍ଦ୍ଧାରଣ ହୁଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥିରେ କିଛି ବଡ଼ କଥା ନାହିଁ । ରାଜନୈତିକ ବୟାନବାଜି, ଆଲୋଚନା ଏବଂ ପର୍ଯ୍ୟାଲୋଚନା ରହିବ । କିନ୍ତୁ ସେଥିରେ ଆମେ ପ୍ରଭାବିତ ହେବାର ନାହିଁ । ସାଧାରଣ ସମସ୍ୟା ରହିଲେ, ତାହାକୁ ଆମେ ଗୁରୁତ୍ୱର ସହ ନେବୁ । ସେ ଅନୁସାରେ ଆମର ପଦକ୍ଷେପ ରହିବ । ସ୍ୱଚ୍ଛତା, ନିରପେକ୍ଷତା ଓ ସୁଚାରୁରୂପେ କାର୍ଯ୍ୟ କରିବା ଲକ୍ଷ୍ୟ ରହିବ । 30 ବର୍ଷର ପ୍ରଶାସନିକ ଅଧିକାରୀ ଭାବେ ଉପ ଜିଲ୍ଲାପାଳ, ଜିଲ୍ଲାପାଳ, ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ ପରିଚାଳନା କରିଛି । ଅଧିକାରୀ ଭାବେ କାର୍ଯ୍ୟ କରିଛୁ କିନ୍ତୁ କମିଶନ ଭାବେ ଦାଇତ୍ୱ ଅଲଗା ।"
କଣ ରହିବ ବଡ଼ ଚ୍ୟାଲେଞ୍ଜ ?