ଓଡିଶା

odisha

ETV Bharat / state

ହସ୍ପିଟାଲ ଅଗ୍ନିକାଣ୍ଡ: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର - CUTTACK HOSPITAL FIRE - CUTTACK HOSPITAL FIRE

Cuttack Hospital Fire Breaks out: ପୁରୀଘାଟରେ ଥିବା ଘରୋଇ ହସ୍ପିଟାଲରେ ହଠାତ ନିଆଁ ଲାଗିଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଛି । ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

Fire Breaksout
Fire Breaksout (ETV Bharat Odisha)

By ETV Bharat Odisha Team

Published : Jul 13, 2024, 4:44 PM IST

Updated : Jul 13, 2024, 6:50 PM IST

କଟକ: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ । ପୁରୀଘାଟରେ ଥିବା ଘରୋଇ ହସ୍ପିଟାଲରେ ହଠାତ ନିଆଁ ଲାଗିଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ । ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଶେଷ ହୋଇଥିବା ଜଣାପଡ଼ିଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Fire Breaksout (ETV Bharat Odisha)

ସେ କହିଛନ୍ତି, "ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉଥିବା ସଂସ୍ଥା ଏସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ।" ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନି ନିରାପତ୍ତା ଜନିତ ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ସେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଉଭୟ ହସ୍ପିଟାଲରେ ୪୦ ରୁ ଅଧିକ ରୋଗୀ ଓ୍ବାର୍ଡ ଓ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ସ୍ଥାନୀୟ ଲୋକମାନଙ୍କ ପ୍ରୟାସ ଫଳରେ ହସ୍ପିଟାଲର ତୃତୀୟ ମହଲାରୁ ସିଡି ଲଗାଇ କିଛି ଗୁରୁତର ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ଅନ୍ୟ ହସ୍ପିଟାଲର ଦ୍ବିତୀୟ ମହଲାରୁ ମଧ୍ୟ କିଛି ରୋଗୀଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିଲେ ।

ଜିଲ୍ଲାପାଳ କହିଛନ୍ତି, "ନର୍ସିଂହୋମରେ ମୋଟ 45 ଜଣ ରୋଗୀ ଚିକିତ୍ସିତ ହେଉଥିଲେ । 17 ଜଣ ରୋଗୀଙ୍କୁ ଏସସିବି ମେଡିକାଲ ଓ 17 ଶିଶୁଙ୍କୁ ଶିଶୁଭବନ ସ୍ଥାନାନ୍ତର କରାଯାଇଛି । ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, "ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ତଦନ୍ତ ହେବ । କଟକରେ ସମସ୍ତ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ ଓ ଡେଡଲାଇନ ଦିଆଯିବ ।" ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଥିବା କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରାଥମିକ ସ୍ତରରେ ହସପିଟାଲରୁ ଧୂଆଁ ବାହାରିବା ମାତ୍ରେ ବହୁତ ଜୋର ଶବ୍ଦ ଶୁଭିଥିଲା । ତେଣୁ ଉଇଣ୍ଡୋ ଏସି କିମ୍ବା କୌଣସି ବିଦ୍ୟୁତ ଯନ୍ତ୍ରାଂଶ ଫାଟି ଯାଇଥିବା ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...ହୁହୁ ହୋଇ ଜଳିଗଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ - School BUS CATCHES FIRE

ସୂଚନା ମୁତାବକ, ପାଖାପାଖି ଥିବା ୨ଟି ହସ୍ପିଟାଲରେ ନିଆଁ ଲାଗିଥିଲା । ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ତଦାରଖ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ କଟକ ଜିଲ୍ଲାପାଳ ଓ ମେୟର । ଅଗ୍ନିକାଣ୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ତେବେ ହସ୍ପିଟାଲରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ହେଉଥିଲା ନା ନାହିଁ ଏନେଇ ତଦନ୍ତ କରାଯିବ । ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ଖବର ନାହିଁ । ଶିଶୁମାନଙ୍କୁ ନିକଟସ୍ଥ ଶିଶୁ ଭବନ ଓ ଅନ୍ୟମାନଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ, କଟକ

Last Updated : Jul 13, 2024, 6:50 PM IST

ABOUT THE AUTHOR

...view details