ଓଡିଶା

odisha

ETV Bharat / state

ପିପିଲି IDBI ବ୍ୟାଙ୍କରେ ୩ କୋଟି ୭୦ ଲକ୍ଷ ଠକେଇ, ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ

EOW arrests IDBI Assistant Manager: ଠକେଇ ଅଭିଯୋଗରେ ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ । ୩ କୋଟି ୭୦ ଲକ୍ଷ ଠକେଇ ଅଭିଯୋଗରେ ବାନ୍ଧିଲା ଇଓଡବ୍ଲ୍ୟୁ । ଅଧିକ ପଢନ୍ତୁ

EOW arrests IDBI Assistant Manager
EOW arrests IDBI Assistant Manager

By ETV Bharat Odisha Team

Published : Mar 8, 2024, 2:11 PM IST

EOW arrests IDBI Assistant Manager

ଭୁବନେଶ୍ୱର/ନିମାପଡା:ଆଇଡିବିଆଇ ବ୍ୟାଙ୍କରେ ୩ କୋଟି ୭୦ ଲକ୍ଷ ଠକେଇ ମାମଲା । ପିପିଲି ଦାଣ୍ଡମୁକୁନ୍ଦପୁର IDBI ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ । ଛତିଶଗଡ଼ର ରାୟପୁରରୁ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) । ଇଓଡବ୍ଲ୍ୟୁର ଏକ ଟିମ୍ ଛତିଶଗଡ଼ର ରାୟପୁରରୁ ତାଙ୍କୁ ଗିରଫ କରି ଭୁବନେଶ୍ଵର ଆଣିଛି ।

ପିପିଲି ବ୍ଲକ କାର୍ଯ୍ୟାଳୟର ୨ଟି ଆକାଉଣ୍ଟ ଉକ୍ତ ବ୍ରାଞ୍ଚରେ ଥିଲା । ୨୦୧୮ ମସିହାରେ ବିଡିଓ ଅଫିସ୍ ପକ୍ଷରୁ ୭ଟି ଚେକ୍ (ସେଲ୍)ରେ ୩ କୋଟି ୭୦ ଲକ୍ଷ ଟଙ୍କା ବ୍ୟାଙ୍କକୁ ଦିଆଯାଇଥିଲା । ୨୦୨୨ ମସିହାରେ ଟଙ୍କା ଉଠାଇବା ସମୟରେ ଏଫ୍ଏଫ୍‌ଡି ନଥିବା କଥା ନଜରକୁ ଆସିଥିଲା । ଏନେଇ ଆଇଡିବିଆଇ ବ୍ୟାଙ୍କ୍ ଜିଏମ୍‌ଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ବ୍ୟାଙ୍କ୍ ପକ୍ଷରୁ ତଦନ୍ତ ବେଳେ ତନ୍ମୟ ଓ ତାର ସହଯୋଗୀଙ୍କ ମହା ଘୋଟାଲା ପଦାକୁ ଆସିଥିଲା । ତେବେ ଏନେଇ ଜିଏମ୍ ଗତ ଫେବ୍ରୁଆରୀ ୨୯ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଛତିଶଗଡ଼ର ରାୟପୁରରୁ ତନ୍ମୟଙ୍କୁ ଗିରଫ କରିଛି ।

ଇଓଡବ୍ଲୁର ସୂଚନା ମୁତାବକ, ଛତିଶଗଡରୁ ତନ୍ମୟ କୁମାର ମହାରଣାଙ୍କୁ ଗିରଫ କରାଯାଇଛି । ପରେ ରାୟପୁର କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ଟ୍ରାନଜିଟ୍‌ ରିମାଣ୍ଡରେ ଅଣାଯାଇଛି ଓଡ଼ିଶା । ୨୦୧୮ ମସିହାରେ ଜାଲିଆତି କରିଥିଲେ ଏହି ଗିରଫ ଅଭିଯୁକ୍ତ । ନିଜର କିଛି ସହଯୋଗୀଙ୍କ ଜରିଆରେ ଚଞ୍ଚକତା କରି ମୁଦ୍ରା ଲୋନ ଆଳରେ ନିଜର କିଛି ସମ୍ପର୍କୀୟଙ୍କ ନାଁରେ ଟଙ୍କା ହଡପ କରିଥିଲେ । ଏପରିକି ସବୁ ଟଙ୍କା ସମ୍ପର୍କୀୟଙ୍କ ଅଜାଣତରେ କାରବାର କରି ନିଜ ଆକାଉଣ୍ଟ ଜରିଆରେ ହଡ଼ପ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଲୋଭ ହେଲା କାଳ, ୫୦ କୋଟି ନେଇ ଦମ୍ପତ୍ତି ଚମ୍ପଟ

ସୂଚନା ମୁତାବକ ୨୦୧୮ ମସିହାରେ ତତ୍କାଳୀନ ପିପିଲି ବ୍ଲକର ବିଡିଓ ପିପିଲି ଆଇଡିବିଆଇ ବ୍ରାଞ୍ଚରେ FFDରେ ଟଙ୍କା ବାନ୍ଧିବାକୁ ୩ କୋଟି ୭୦ ଲକ୍ଷର ସେଲଫ ଚେକ୍ ବ୍ୟାଙ୍କକୁ ଦେଇଥିଲେ । ସରକାରୀ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ସହ ତାର ସୁଧ ମିଳବା ପାଇଁ ସେଭିଂ ରଖାଯାଇଥିଲା । ହେଲେ ୨୦୨୨ରେ ସେହି ଟଙ୍କା ବିଷୟରେ‌ ଯାଞ୍ଚ ବେଳେ ଜାଣିବାକୁ ପାଇଲେ ପିପିଲି ବିଡିଓଙ୍କ ନାଁରେ କୌଣସି ସରକାରୀ ଟଙ୍କା ନାହିଁ ବରଂ ଚଞ୍ଚକତା କରି ଟଙ୍କା ହଡ଼ପ କରାଯାଇଛି । ଏନେଇ‌ ବ୍ୟାଙ୍କର ଉପରିସ୍ଥ କର୍ମଚାରୀମାନଙ୍କୁ ପଚାରଉଚରା ପାଇଁ ନିର୍ଦ୍ଦେଶ ପରେ ତଦନ୍ତ ସମୟରେ ବ୍ୟାଙ୍କର କିଛି କର୍ମଚାରୀ ଏପରି ହଡ଼ପ କରିଥିବା ଜଣାପଡିଥିଲା ।

ସରକାରୀ ଟଙ୍କା ଜାଲିଆତି ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ପରେ ଏହାର ତନାଘନା ଆରମ୍ଭ ହୋଇଥିଲା । ପିପିଲି ଆଇଡିବିଆଇ ବ୍ରାଞ୍ଚରେ ଆସେଟ ଅଫିସର ଭାବେ କାମ କରୁଥିବା ତନ୍ମୟ ମହାରଣା ଏଭଳି ଜାଲିଆତିର ଷଡ଼ଯନ୍ତ୍ର କରିଥିବା ତଦନ୍ତ ପରେ ଜଣାପଡିଥିଲା । ନିଜର କିଛି ଅଧିକାରୀଙ୍କ ଜରିଆରେ ଏଭଳି ଟଙ୍କାକୁ ନିଜର କିଛି ବନ୍ଧୁ ପରିଜନ ଓ ସମ୍ପର୍କୀୟଙ୍କ ନାଁରେ ସେମାନଙ୍କ ଅଜାଣତରେ ଆକାଉଣ୍ଟ ଖୋଲି ମୁଦ୍ରା ଲୋନର ସ୍କିମରେ ୧୦ ଲକ୍ଷ ଲେଖାଏଁ କରି ସବୁ ଟଙ୍କା ହଡପ କରିଛନ୍ତି । ଏପରିକି ସେହିସବୁ ଟଙ୍କାକୁ ପରେ ନିଜର ଆକାଉଣ୍ଟକୁ ବାଇପାସ୍ କରିଛନ୍ତି । ଏନେଇ ଆଇଡିବିଆଇ ବ୍ୟାଙ୍କର ବର୍ତ୍ତମାନର ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି । ପରେ ଏହା ପଛର ଷଡଯନ୍ତ୍ରକାରୀ ଓ ଏହି ଜାଲିଆତିରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ନିମାପଡା/ଭୁବନେଶ୍ୱର

ABOUT THE AUTHOR

...view details