ଓଡିଶା

odisha

ETV Bharat / state

ହିଂସ୍ର ସାଜିଲା ଗଜରାଜ, ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ଦନ୍ତା - ELEPHANT ATTACK

ହିଂସ୍ର ସାଜିଲା ଗଜରାଜ । ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ । ଘଟଣାସ୍ଥଳରେ ତଦନ୍ତ କରୁଛି ବନ ବିଭାଗ ।

Elephant Attack Kills Elderly Couple in Kalahandi
Elephant Attack Kills Elderly Couple in Kalahandi (ETV Bharat Odisha)

By ETV Bharat Odisha Team

Published : Feb 2, 2025, 3:58 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆତଙ୍କ । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ସେପଟେ ବାରାମ୍ବାର ହାତୀ ଆକ୍ରମଣ ଫଳରେ ଧନଜୀବନ ନଷ୍ଟ ହେଉଥିବାରୁ ବନ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ ।

ଦଳିଦେଲା ଦନ୍ତା:

ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ଦନ୍ତା (ETV Bharat Odisha)

କଳାହାଣ୍ଡି ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ବନାଥପୂର ରେଞ୍ଜ ଅନ୍ତର୍ଗତ ଲାଞ୍ଜିଗଡ ସେକ୍ସନର କାଦୋମାଳି ଗାଁ ଭିତରକୁ ବିଳମ୍ବିତ ରାତିରେ ହାତୀପଲ ପଶି ଆସିଥିଲେ । ଗାଁରେ ଅନେକ ଚାଷ ନଷ୍ଟ କରିବା ସହିତ ମୁଗାନ ମାଝୀଙ୍କ ଘର ବାହାରେ ରଖା ଯାଇଥିବା ହରଡ ଡ଼ାଲିକୁ ଖାଇବା ସହିତ ଘର ଭାଙ୍ଗି ଦେଇଥିଲେ । ଭୟରେ ମୁଗାନ ମାଝୀ ଓ ତାଙ୍କ ସ୍ତ୍ରୀ ଗାଦ ମାଝୀ ଘର ଛାଡ଼ି ଯାଉଥିବା ଵେଳେ ହାତୀଙ୍କ ହାବୁଡରେ ପଡ଼ିଯାଇଥିଲେ । ହାତୀ ବୃଦ୍ଧ ଦମ୍ପତିଙ୍କୁ ଦଳି ଦେଇଥିବା ବେଳେ ଶରୀରକୁ ଖଣ୍ଡ ବିଖଣ୍ଡ କରି ଫିଙ୍ଗି ଦେଇଥିଲା । ସକାଳୁ ସକାଳୁ ଗ୍ରାମବାସୀଙ୍କଠାରୁ ଖବର ପାଇ ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

elephant terror in Kalahandi (ETV Bharat Odisha)

ବନ ବିଭାଗକୁ ଦାୟୀ କଲେ ଗ୍ରାମବାସୀ:

ଏନେଇ ସ୍ଥାନୀୟ ବାସିନ୍ଦା ବ୍ରିଟିଶ କୁମାର କହିଛନ୍ତି, "ଆଜି କଳାହାଣ୍ଡି ଜିଲ୍ଲାରେ ହେଉ ଅବା ଯେଉଁ ଜାଗାରେ ହାତୀ ଆକ୍ରମଣ କରିଛି ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ବନ ବିଭାଗ ଦାୟୀ । ବନ ବିଭାଗ କର୍ମଚାରୀ ହାତୀଙ୍କ ଚଳ ପ୍ରଚଳକୁ ନେଇ ସୂଚନା ଦେଉନାହାନ୍ତି । ଯେଉଁଭଳି ଭାବରେ ହାତୀ ଲୋକଙ୍କ ଜୀବନ ନେଇଛି ତାହା ପରେ କ୍ଷତିପୂରଣ ଦେଇଦେବା ବଡ଼ କଥା ନୁହେଁ । ଆଦିବାସୀଙ୍କ ଜୀବନକୁ କ'ଣ ଟଙ୍କା ସହିତ ତୁଳନା କରୁଛନ୍ତି କି ? ବନଖଣ୍ଡ ଅଧିକାର ଠିକ୍ ଭାଵରେ ନିଜ ଦାୟିତ୍ବ ତୁଲାଉ ନାହାନ୍ତି । ହାତୀ କେଉଁ ବିଟ ଅଞ୍ଚଳରୁ କେଉଁ ବିଟ ଅଞ୍ଚଳକୁ ଯାଉଛି ସେନେଇ ସ୍ଥାନୀୟ ବାସିନ୍ଦାମାନଙ୍କୁ ସୂଚନା ଦେବାକଥା । କିନ୍ତୁ ତାହା କରାଯାଉ ନାହିଁ ।"

elephant terror in Kalahandi (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

ନାବାଳିକାକୁ ଦଳି ଦେଲା ଦନ୍ତା, ହିନ୍ଦୋଳ -ଗୁଡ଼ିଆକାଟେଣି ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଦନ୍ତା ନେଲା ଜୀବନ: ହାତୀ ଆକ୍ରମଣରେ ପୁଅ ମୃତ, ମା’ ଗୁରୁତର

ହାତୀ ଆତଙ୍କ: ଘର ଭାଙ୍ଗିଲେ ୧୧ ଟିକିଆ ହାତୀପଲ

ଏନେଇ ସ୍ଥାନୀୟ ଫରେଷ୍ଟର ପଦ୍ମଲୋଚନ ଶବର କହିଛନ୍ତି, "ଖବର ପାଇ ଆମେ ଘଟଣାସ୍ଥଳକୁ ଆସିଛୁ । ତଦନ୍ତ ଚାଲିଛି । ଯାହା ସେମାନେ କ୍ଷତିପୂରଣ ପାଇବା କଥା ସେ ସବୁ ତାଙ୍କ ପରିବାରକୁ ମିଳିବ । ଅମର ଟିମ୍ ସବୁ ବେଳେ ପାଟ୍ରୋଲିଂ କରୁଛନ୍ତି । ସୂଚନା ମଧ୍ୟ ଲୋକଙ୍କୁ ଦିଆଯାଉଛି । ବର୍ତ୍ତମାନ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି ।"

elephant terror in Kalahandi (ETV Bharat Odisha)
ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details