ଭୁବନେଶ୍ୱର:ପ୍ରବାସୀ ଭାରତୀୟ ଦିବସ ପାଇଁ ପୁଣି ଆରମ୍ଭ ହେବ 'ଏକାମ୍ର ଉତ୍ସବ', ଜମିବ ଖାଦ୍ୟ ଓ ପାର୍କ ଉତ୍ସବ, ଆଲୋକରେ ସଜେଇ ହେବ ଭୁବନେଶ୍ୱର । ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଛି 'ଏକାମ୍ର ଉତ୍ସବ' । ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ ।
ଜାନୁଆରୀ 5ରୁ ଏକାମ୍ର ଉତ୍ସବ:
ପ୍ରବାସୀଙ୍କୁ ମନୋରଞ୍ଜନ କରିବା ପାଇଁ ବିଡ଼ିଏର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ଏକାମ୍ର ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି । ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ, ଫ୍ଲୀ ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଏଥର ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଏକାମ୍ର ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିବା ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତଥର ହେବନାହିଁ । ସେହି ସ୍ଥାନରେ ଆଦିବାସୀ ମେଳା କରାଯାଉଥିବା ବେଳେ ପ୍ରବାସୀ ଭାରତୀୟ ଦେଖିବେ ଆଦିବାସୀ କଳା ସଂସ୍କୃତି ପରମ୍ପରା ଓ ଖାଦ୍ୟ ସମ୍ଭାରର ଝଲକ ।
ଡବଲ ଡେକର ବସରେ ବୁଲିବେ ଅତିଥୀ:
ନାଚ ଗୀତ ନୁହେଁ ପ୍ରବାସୀ ଦେଖିବେ ଓଡ଼ିଆ ଜନଜାତିଙ୍କ ଚଳଣି ଆଉ ଖାଇବେ ତାଙ୍କ ପାରମ୍ପରିକ ଓ ଖାଦ୍ୟ । ଏନେଇ ଜାନୁଆରୀ ୨୬ରେ ହେବାକୁ ଥିବା ଆଦିବାସୀ ମେଳା ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ କରାଯାଉଛି । ଚଳିତ ବର୍ଷ ଏକାମ୍ର ଉତ୍ସବ ପାଇଁ ୩.୫ ରୁ ୪ କୋଟିର ବ୍ୟୟ ଅଟକଳ ରଖାଯାଇଛି ବୋଲି କହିଛନ୍ତି ବିଡିଏ ଭିସି । ଏଥିସହ ଏକାମ୍ର ଉତ୍ସବରେ ପ୍ରବାସୀ ଭାରତୀୟ ଅତିଥିଙ୍କୁ ବୁଲାଇବା ଡବଲ ଡେକର ବସର ସୁବିଧା କରାଯାଇଛି । ୬ଟି ଡବଲ ଡେକର ବସରେ ୨୮ ଟି ପର୍ଯ୍ୟଟନସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ । ୩ଟି ସହର କଟକ, ପୁରୀ ଓ ଖୋର୍ଦ୍ଧାରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବେ ପ୍ରବାସୀ ଭାରତୀୟ । ଏଥିପାଇଁ ୩ଟି ସ୍ୱତନ୍ତ୍ର ରୁଟରେ ବୁଲିବା ପାଇଁ ବ୍ୟବସ୍ଥା ହୋଇଥିବା କହିଛନ୍ତି ଭିସି ।
ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ଼କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ । ଏହି ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଅନ୍ତର୍ଜାତୀୟ ଖାଦ୍ୟର ଷ୍ଟଲମାନ ରହିବ । ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳିବ । ହାରୋ ପକ୍ଷରୁ ୧୪ଟି ଷ୍ଟଲ ଲାଗିବ । ଫୁଡ ଫେଷ୍ଟିଭାଲରେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ସମ୍ଭାର ଦେଖିବାକୁ ମିଳିବ । ବିଭିନ୍ନ ଓଡ଼ିଆ ଖାଦ୍ୟକୁ ଖାଇବେ ଅତିଥି ।
ପାର୍କ ଉତ୍ସବ:
ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ୱରର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲ କଲାମ ପାର୍କ ଭଳି ୫ ଗୋଟି ପ୍ରମୁଖ ପାର୍କରେ ଏହି ଉତ୍ସବ ଆୟୋଜିତ ହେବ । ଏହି ଅବସରରେ ଓଡ଼ିଶାର ସଂସ୍କୃତି, ସୃଜନଶୀଳତା ସହ ସଭିଙ୍କ ସ୍ୱାସ୍ଥ୍ୟ ଓ ମନୋରଞ୍ଜନର ନେଇ ବଡ଼ ମାହୋଲ ତିଆରି ହେବ । ସକାଳ ୬ଟା୩୦ରୁ ୯ଟା ପର୍ଯ୍ୟନ୍ତ ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ୱାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ।
ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଏହି ତାଲିମ କାର୍ଯ୍ୟଗୁଡିକର ପରିଚାଳନା କରାଯିବ । ସେହିପରି ଅପରାହ୍ନ ୩:୩୦ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେବ ।ଏଥିରେ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସୃଜନଶୀଳତାକୁ ନେଇ ଉତ୍ସବ ଚାଲିବ । ଓଡ଼ିଶାର ଲୋକକଳା, ଓଲିଉଡ଼ ସେଲିବ୍ରିଟିଙ୍କ ସହ ଆଳାପ ଏବଂ ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି ନାନା କାର୍ଯ୍ୟଶାଳାମାନ ଆୟୋଜିତ ହେବ । ସେହିପରି ଖ୍ୟାତନାମା କଳାକାରଙ୍କ ଦ୍ୱାରା ଲାଇଭ ସଂଗୀତ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଚିକମିକ ଆଲୁଅରେ ଝଲସିବ ରାଜଧାନୀ:
ନଗରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମବି ଛକ, ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରର୍ସ ପାର୍ଶ୍ଵ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଚିକମିକ୍ ଆଲୋକରେ ଝଲସିବ । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀର ୮ କିଲୋମିଟର ରାସ୍ତାର ସୁନ୍ଦର ଭାବରେ ଆଲୋକୀକରଣ କରାଯାଇଛି । ଆସନ୍ତା ୫ରୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ରହିବ ।
ଫ୍ଲି ମାର୍କେଟ: