ଭୁବନେଶ୍ୱର:ଆରମ୍ଭ ହୋଇଛି ସଂସଦ ବଜେଟ ଅଧିବେଶନ । ଆସନ୍ତାକାଲି ୨୦୨୫- ୨୬ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଧନୀ, ମଧ୍ୟବିତ୍ତ, ଗରିବ ସମସ୍ତଙ୍କ ନଜର ରହିଛି ଏହି ବଜେଟ ଉପରେ । ଅନ୍ୟପଟେ ବଜେଟ ଉପସ୍ଥାପନ ଥିବାରୁ ଶନିବାର ହୋଇଥିଲେ ସୁଦ୍ଧା ଆସନ୍ତାକାଲି ଷ୍ଟକ ମାର୍କେଟ ଖୋଲା ରହିବ ।
କାଲି ଖୋଲା ରହିବ ଷ୍ଟକ ମାର୍କେଟ:
ଭାରତରେ ଷ୍ଟକ୍ ଏକ୍ସଚେଞ୍ଜ ସାଧାରଣତଃ ଶନିବାର ଏବଂ ରବିବାର ବନ୍ଦ ହୋଇଥାଏ । କେନ୍ଦ୍ରୀୟ ବଜେଟ ହେତୁ ଆସନ୍ତାକାଲି ଅର୍ଥାତ ଶନିବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ଖୋଲା ରହିବ । ସାଧାରଣ ବାଣିଜ୍ୟ ପାଇଁ ଉଭୟ ଏକ୍ସଚେଞ୍ଜ ସକାଳ ୯ଟା ୧୫ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ।
କଣ କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ:
ଅର୍ଥନୀତି ବିଶେଷଜ୍ଞ ରାଜୀବ ସାହୁ କହିଛନ୍ତି, "୨୦୨୫-୨୬ ବଜେଟ ଆସନ୍ତାକାଲି ଉପସ୍ଥାପନ କରାଯିବ । ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିଛି । ଅର୍ଥନୈତିକ ସର୍ଭେ ଅନୁଯାୟୀ ଆମ ସ୍ଥିତି କଣ, କେଉଁ କ୍ଷେତ୍ରରେ ଆମର ପ୍ରଦର୍ଶନ କିଭଳି ରହିଛି, କେଉଁ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି, କେଉଁଠି କେଉଁଠି ସମସ୍ୟା ରହିଛି ସେ ସମ୍ବନ୍ଧରେ ଜାଣିପାରିବା ।"
'ଷ୍ଟାର୍ଟ- ଅପ' ବଜେଟରେ ପ୍ରାବଧାନ ରହିବାର ଆବଶ୍ୟକ:
ସେ ଆଉ ମଧ୍ୟ କହିଛନ୍ତି," ବୈଦେଶିକ ମୁଦ୍ରା ଭଣ୍ଡାର (ଫରେନ ଏକ୍ସଚେଞ୍ଜ ରିଜର୍ଭ) କମୁଛି । ଫରେନ ଏକ୍ସଚେଞ୍ଜ ରେଟ ବା ରୁପି ଦୁର୍ବଳ ହେଉଛି । ଆମର ମୁଦ୍ରାସ୍ପୀତି ଅଧିକ ହେଉଛି ଯାହା ଆକଳନରୁ ବାହାରେ ରହିଛି । ନିଯୁକ୍ତି କ୍ଷେତ୍ରରେ ଆଶାନୁରୂପ ଉନ୍ନତି ହୋଇପାରୁ ନାହିଁ । ବେରୋଜଗାରୀ ବଢି ବଢି ଚାଲିଛି । ଉତ୍ପାଦନ କ୍ଷେତ୍ରରେ ବିଗତ କିଛି ବର୍ଷ ହେଲା ଆଶାନୁରୂପ ଫଳ ମିଳିନାହିଁ । ଘରୋଇ ବିନିଯୋଗ ଆଶାନୁରୂପ ଫଳ ଦେଇପାରିନାହିଁ । ଷ୍ଟାର୍ଟ- ଅପକୁ ନେଇ ବଜେଟରେ ପ୍ରାବଧାନ ରହିବାର ଆବଶ୍ୟକ ରହିଛି ।"
ଗ୍ରାମାଞ୍ଚଳର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଫୋକସର ଆବଶ୍ୟକ: