ଭୁବନେଶ୍ବର: ଧାରଣାରତ ଦିବ୍ୟାଙ୍ଗ ବ୍ୟବସାୟୀଙ୍କ ଉପରେ ବିଏମସିର ଜୁଲୁମ । ଦାବି ପୂରଣ ପରିବର୍ତ୍ତେ ଧାରଣାରୁ ଉଠାଇ ନେଇଛି ବିଏମସି । ଏନଫୋର୍ସମେଣ୍ଟ ଟିମର ଉପସ୍ଥିତିରେ ଅତି ଦୟନୀୟ ଭାବେ ତାଙ୍କୁ ଧାରଣାରୁ ଉଠାଇ ନିଆଯାଇଥିବା ଅଭିଯୋଗ । ଏହାକୁ ନେଇ ଆନ୍ଦୋଳନରତ ଦିବ୍ୟାଙ୍ଗ ବ୍ୟବସାୟୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ଥାୟୀ ଭେଣ୍ଡିଂ ଜୋନ ଦାବିରେ ଗତ ଜାନୁଆରୀ 25ରୁ ଆନ୍ଦୋଳନ କରି ଆସୁଛନ୍ତି ଦିବ୍ୟାଙ୍ଗ ବ୍ୟବସାୟୀ ।
ସୂଚନା ଥାଉକି, ମାର୍କେଟ ବିଲଡ଼ିଙ୍ଗ ଠାରେ ଛୋଟ ବ୍ୟବସାୟ କରି ପରିବାର ପୋଷଣ କରୁଥିଲେ ଏମାନେ । କିନ୍ତୁ ତାଙ୍କୁ ସେଠାରୁ ମାର୍କେଟ ବିଲଡ଼ିଙ୍ଗର ବ୍ୟବସାୟୀ ସଂଘ ଉଠାଇ ଦେଇଥିଲେ । ସେନେଇ ସେମାନେ ଗତ 25 ତାରିଖ ଠାରୁ ଆନ୍ଦୋଳନରେ ବସିରହିଥିଲେ । ଆନ୍ଦୋଳନରେ ବସିବା ପାଇଁ ସେମାନେ ପୋଲିସ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ନେଇଥିଲେ । କିନ୍ତୁ ଗତକାଲି ତାଙ୍କୁ ବଳ ପୂର୍ବକ ସେଠାରୁ ଏକ ଘରୋଇ ସଂସ୍ଥା ଉଠାଇ ଦେଇଛନ୍ତି । ସେମାନଙ୍କୁ ପତିତ ଆଖ୍ୟା ଦେଇ ସେଠାରୁ ଉଠାଇ ଦିଆଯାଇଛି । ସେମାନଙ୍କୁ ବଳ ପୂର୍ବରୁ ସେଠାରୁ ଉଠାଇ ଦିଆଯାଇଛି । ସେପଟେ ସେମାନେ ଧାରଣାରେ ବସିଥିବା ବେଳେ ତାଙ୍କ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରିବା ପରିବର୍ତ୍ତେ ତାଙ୍କୁ ଏହି ଭଳି ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।