ଓଡିଶା

odisha

ETV Bharat / state

ଛାତ୍ରଛାତ୍ରୀ ଆଣିଲେ ସମସ୍ୟା ସମାଧାନର ସୂତ୍ର

କୋରାପୁଟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା । ସାମିଲ ହେଲେ 14ଟି ବ୍ଲକର 161ଟି ସରକାରୀ ଆବାସିକ ବିଦ୍ୟାଳୟର କୁନି ବୈଜ୍ଞାନିକ ।

KORAPUT SCIENCE EXHIBITION
KORAPUT SCIENCE EXHIBITION (ETV Bharat Odisha)

By ETV Bharat Odisha Team

Published : Nov 29, 2024, 8:32 PM IST

କୋରାପୁଟ:ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତଃର୍ନିହିତ କଳାକୁ ପ୍ରସ୍ଫୁଟିତ କରିବା ପାଇଁ ସୁନାବେଢା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଶିଶୁ ମହୋତ୍ସବ ସରଗିଫୁଲ ।ଏହି ଅବସରରେ ଗତ ଗୁରୁବାର ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଆୟୋଜନ ହୋଇଥିଲା ।ଏଥିରେ କୋରାପୁଟ ଜିଲ୍ଲାର 14ଟି ବ୍ଲକର 161ଟି ସରକାରୀ ଆବାସିକ ବିଦ୍ୟାଳୟର କୁନି ବୈଜ୍ଞାନିକ ସାମିଲ ହୋଇ ସେମାନଙ୍କ ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତାଧାରା ପ୍ରକଳ୍ପକୁ ପ୍ରଦର୍ଶିତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଡିଡ଼ବ୍ଲ୍ୟୁଓ ସୁନୀଲ କୁମାର ତାଣ୍ଡି ।

ବାତ୍ୟା ଆଶ୍ରୟ ସ୍ଥଳୀରେ ଶୀତଳଭଣ୍ଡାର:

KORAPUT SCIENCE EXHIBITION (ETV Bharat Odisha)

ଓଡିଶାରେ ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଆସୁଛି ।ଏହି ସମୟରେ ପ୍ରଭାବିତ ପରିବାରଙ୍କୁ ବିସ୍ଥାପିତ କରାଯାଉଥିବା ବେଳେ ଦୀର୍ଘ ଦିନ ଆଶ୍ରୟ ସ୍ଥଳୀରେ ରହିବାକୁ ପଡ଼ୁଛି । ସେମାନେ ନିଜ ଖାଦ୍ୟପେୟ ସଂରକ୍ଷଣ କରିବା କଷ୍ଟକର ହୋଇପଡେ । ତେଣୁ ଏହି ସମସ୍ୟାକୁ ଆଖିରେ ରଖି ସୁନାବେଡାର ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟର ଛାତ୍ରୀ ସଶ୍ମିତା ଖେମୁଣ୍ଡୁ ବାତ୍ୟା ଆଶ୍ରୟ ସ୍ଥଳୀରେ ଶୀତଳଭଣ୍ଡାର ଓ ଉଷ୍ମତା ଗୃହ ନିର୍ମାଣ ପ୍ରକଳ୍ପ ପ୍ରଦର୍ଶିତ କରିଛନ୍ତି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଛି ।

ଆରାମଦାୟକ ଆମ୍ବୁଲାନ୍ସ:

KORAPUT SCIENCE EXHIBITION (ETV Bharat Odisha)

ସେହିପରି ସୁବାଇ ଆବାସିକ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ପ୍ରିୟଦର୍ଶିନୀ ଭୂମିକମ୍ପ, ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସଂକେତ ସୂଚାଇବା ପାଇଁ ଏକା ସରଳ ଯନ୍ତ୍ରର ପ୍ରଦର୍ଶନୀ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । କୋରାପୁଟ ଜିଲ୍ଲାର ଗାଁ ଗଣ୍ଡାରେ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଭିତରେ ଥାଇ ମଧ୍ୟ ରୋଗୀ ପୀଡା ଅନୁଭବ କରିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ମହାଦେଇପୁଟ ଆବାସିକ ବିଦ୍ୟାଳୟର ଛାତ୍ରୀ ମିଲି ଖରା ଏକ ଆରାମଦାୟକ ଆମ୍ବୁଲାନ୍ସ ପ୍ରକଳ୍ପକୁ ପ୍ରଦର୍ଶିତ କରିଛନ୍ତି ।

ଏମିତି କହିଲେ DWO:

KORAPUT SCIENCE EXHIBITION (ETV Bharat Odisha)

ଏନେଇ DWO ସୁନୀଲ କୁମାର ତାଣ୍ଡି କହିଛନ୍ତି,"ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବୈଜ୍ଞାନିକ ଚେତନାକୁ ପ୍ରୋତ୍ସାହନ କରିବାର ଏହା ଏକ ଉତ୍କୃଷ୍ଟ ମାଧ୍ୟମ । ବିଜ୍ଞାନ କେବଳ ଏକ ବିଷୟ ନୁହେଁ ବରଂ ଅନ୍ୟ ସମସ୍ତ ବିଷୟକୁ ପଢ଼ି ସଠିକ ଭାବେ ବୁଝିବାର ମାଧ୍ୟମ ହୋଇଥିବା ଯୋଗୁଁ ବର୍ତ୍ତମାନ ନୂତନ ଶିକ୍ଷା ନୀତିରେ ଏହି ଦିଗ ପ୍ରତି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି । "

ଏହା ମଧ୍ୟ ପଢନ୍ତୁ ...୨୦ ପ୍ରକଳ୍ପକୁ ମୋହନ ସରକାରଙ୍କ ମଞ୍ଜୁରୀ, ୧.୩୭ ଲକ୍ଷ କୋଟି ନିବେଶ, ୭୪୦୦୦ ନିଯୁକ୍ତି

ଏହା ମଧ୍ୟ ପଢନ୍ତୁ ...ଔଷଧୀୟ ବୃକ୍ଷ ବିହନ ସଂରକ୍ଷଣ ପାଇଁ ପ୍ରୟାସ, ଦେଓମାଳିରେ ଖୋଲିଲା ସଂରକ୍ଷଣ କେନ୍ଦ୍ର

KORAPUT SCIENCE EXHIBITION (ETV Bharat Odisha)

ସେହିପରି ବିଜ୍ଞାନ ଶିକ୍ଷକ ଉଦୟ କୁମାର ଜେନା କହିଛନ୍ତି,"ଏହିପରି ପ୍ରଦର୍ଶନୀ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ସୃଜନତାର ବୃଦ୍ଧି କରିବା ଦିଗରେ ସହାୟତା ପ୍ରଦାନ କରିବ । ବିଜ୍ଞାନ ପ୍ରଦର୍ଶନୀକୁ ପିଲାଙ୍କ ପାଇଁ କୌତୁକ ଓ ଆନନ୍ଦ ଭରା କରିବା ପାଇଁ ପିଲାମାନେ ବ୍ୟବହାର କରିବା ପାଇଁ ଟେଲିସକୋପ,ବାଇନାକୁଲାର, ମାଇକ୍ରୋସ୍କୋପ ଭଳି ବିଭିନ୍ନ ବୈଜ୍ଞାନୀକ ଉପକରଣ ପ୍ରଦର୍ଶନୀ କରାଯାଉଛି ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details