ଓଡିଶା

odisha

ETV Bharat / state

କଣାସରେ ଝାଡ଼ାବାନ୍ତି ଆତଙ୍କ, ୧୦ ଦିନରେ ୨୦ରୁ ଅଧିକ ଆକ୍ରାନ୍ତ - DIARRHEA BREAK OUT IN KANASHA

ଦୟାନଦୀର ଦୂଷିତ ପାଣି ସାଜୁଛି କାଳ । କଣାସରେ ବ୍ୟାପୁଛି ଝାଡାବାନ୍ତି । ଗାଁରେ ମେଡିକାଲ କ୍ୟାମ୍ପ କରି ଚିକିତ୍ସା କରିବାକୁ ଗ୍ରାମବାସୀଙ୍କ ଦାବି ।

diarrhea break out in Kanasha
diarrhea break out in Kanasha (ETV Bharat Odisha)

By ETV Bharat Odisha Team

Published : Jan 15, 2025, 6:16 AM IST

ନିମାପଡା:ଚିନ୍ତା ବଢାଉଛି ଝାଡାବାନ୍ତି ରୋଗ । ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ । ପାଖାପାଖି ୧୦ ଦିନ ହେବ ୨୦ରୁ ଊର୍ଦ୍ଧ୍ବ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏବେସୁଦ୍ଧା ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଥିବା ବେଳେ ଡାକ୍ତରୀ ଟିମ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କଣାସରେ ବ୍ୟାପୁଛି ଝାଡାବାନ୍ତି:

diarrhea break out in Kanasha (ETV Bharat Odisha)

ପୁରୀ ଜିଲ୍ଲାର କଣାସ, ଗଡ଼ିଶା ଗଦା ଓ ଗୋପୀନାଥପୁର ଅଞ୍ଚଳରେ ଝାଡାବାନ୍ତି ଭୟ । ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଗ୍ରାମରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରାୟ ୧୦ ଦିନ ମଧ୍ୟରେ ଏହି ରୋଗରେ ପୀଡିତ ହୋଇ ୨୦ରୁ ଅଧିକ ଜଣ ଗ୍ରାମ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନେକ ଆକ୍ରାନ୍ତ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ଏବେସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିଶେଷ କରି ଦୟାନଦୀର ଦୂଷିତ ପାଣିକୁ ବ୍ୟବହାର କରିବାରୁ ଏହି ରୋଗ ବ୍ୟାପୁଥିବା କୁହାଯାଇଛି । ତେବେ 8 ଦିନ ତଳେ କଣାସ ବ୍ଲକ ଗଡିଶାଗଦା ସାରଥି ପ୍ରଧାନ ଓ ସଚଳା ସାହୁଙ୍କ ମୃତ୍ୟୁ ହୋଇଥିଲା ।

diarrhea break out in Kanasha (ETV Bharat Odisha)

'ଦୟାନଦୀର ଦୂଷିତ ଜଳରୁ ବ୍ୟାପୁଛି ଝାଡାବାନ୍ତି':

ଏନେଇ ସରପଞ୍ଚଙ୍କ ପ୍ରତିନିଧି କହିଛନ୍ତି ପଦ୍ମନାଭ ବେହେରାକହିଛନ୍ତି , "ଭୁବନେଶ୍ବରର ବର୍ଜ୍ୟବସ୍ତୁ, ଅଳିଆ ଆବର୍ଜନା ଦୟା ନଦୀରେ ମିଶୁଥିବାରୁ ଏଠାକାର ପାଣି ଦୂଷିତ ହୋଇଯାଇଛି । ଚର୍ମ ରୋଗ, କିଡନୀ ରୋଗ, ହଇଜା ରୋଗରେ ବ୍ୟାପିବାରେ ଲାଗିଛି । କେବଳ ମେଡିସିନ ଦେଲେ ଏଠାରେ ଚଳିବନି ବରଂ ମେଡିକାଲ ଷ୍ଟାଫ କ୍ୟାମ୍ପ କଲେ ଏଠାରେ ଚିକିତ୍ସା ହୋଇପାରିବ । ଏଠାରେ ମେଡିକାଲ କ୍ୟାମ୍ପ କରିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛୁ ।"

ଗାଁରେ ପହଞ୍ଚିଲେ ଡାକ୍ତରୀ ଟିମ

ଅନ୍ୟପଟେ ଆଜି(ମଙ୍ଗଳବାର) ଗାଁରେ ଡାକ୍ତରୀ ଟିମ ପହଞ୍ଚି ଆକ୍ରାନ୍ତଙ୍କୁ ଔଷଧ ଯୋଗାଇ ଦେଇଥିବା ବେଳେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀର ଦୂଷିତ ପାଣି ବୋଲି କହିଛନ୍ତି । ଏନେଇ ଡାକ୍ତର ବିଶ୍ୱରଞ୍ଜନ ଜେନା କହିଛନ୍ତି, " ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଦୂଷିତ ପାଣି ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ରୋଗୀଙ୍କୁ ପାଣି ଫୁଟାଇ ପିଇବାକୁ ସଚେତନ କରାଉଛନ୍ତି ।

diarrhea break out in Kanasha (ETV Bharat Odisha)

ABOUT THE AUTHOR

...view details