ଓଡିଶା

odisha

ETV Bharat / state

ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ

Devotees Crowd In Lokanath Temple:ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଲୋକନାଥ ପୀଠ । ଭୋର୍ 4ଟାରେ ମହାଦୀପ ଉଠିବା ନେଇ ସମୟ ନିର୍ଘଣ୍ଟ । ଅଧିକ ପଢନ୍ତୁ

20935072
20935072

By ETV Bharat Odisha Team

Published : Mar 8, 2024, 3:19 PM IST

ଉତ୍ସବ ମୁଖର ଲୋକନାଥ ପୀଠ

ପୁରୀ:ଆଜି ପବିତ୍ର ଜାଗର । ମହାଶିବରାତ୍ରୀରେ ଉତ୍ସବ ମୁଖର ରାଜ୍ୟର ଶୈବପୀଠ । ଏହି କ୍ରମରେ ପ୍ରସିଦ୍ଧ ଲୋକନାଥଙ୍କ ପୀଠରେ ଗହଳି ଦେଖାଯାଇଛି । ପ୍ରଭୁ ଲେକନାଥଙ୍କୁ ହଜାର ହଜାର ଭକ୍ତ ଦର୍ଶନ କରିଛନ୍ତି । ନୀତିକ୍ରାନ୍ତି ଆରମ୍ଭ ହୋଇଥିବା ବେଳେ ଭୋର୍ 4ଟାରୁ ଉଠିବ ମହାଦୀପ ।

ପୂର୍ବ ନିର୍ଦ୍ଧାରିତ ନୀତି କାନ୍ତି ଅନୁଯାୟୀ, ରାତ୍ର ଗୁରୁବାର ରାତି 12ଟା 30ରେ ଦ୍ବାର ଫିଟା ନୀତି ପରେ ପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ପୂଜା ସହିତ ଅନ୍ୟ ନିତିକାନ୍ତି ମଧ୍ୟ ଅନୁଷ୍ଠିତ ହେଇଥିଲା । ପରେ ରାତ୍ର 1ଟା 30ରୁ 2ଟା30 ମଧ୍ୟରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ପରେ 2ଟା 30 ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଧ୍ୟାନ ପୂଜା ନୀତି ଅନୁଷ୍ଠିତ ହୋଇଥଲା । ପରେ ପୁଣି 4ଟା 30ରୁ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । ତେବେ ଏହି ଦର୍ଶନ ରାତ୍ର 10ଟା ଯାଏଁ ଚାଲିବା ନେଇ ସୂଚନା ରହିଛି । ତେବେ ଆଜି ପବିତ୍ର ଜାଗର ଅବସରରେ ଶ୍ରୀ ଲୋକନାଥଙ୍କ ପୀଠରେ ହରିହର ଭେଟ ନୀତି ଅନୁଷ୍ଠିତ ହୋଇଥାଏ ।

ପ୍ରଭୁ ଲୋକନାଥଙ୍କ ନୀତିକ୍ରାନ୍ତି: ପବିତ୍ର ଜାଗର ପର୍ବରେ ଭକ୍ତଙ୍କ ଭଳି ମହାପ୍ରଭୁ ଶ୍ରଜଗନ୍ନାଥ ଶ୍ରୀ ମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଲୋକନାଥଙ୍କ ନିକଟକୁ ଆସିଥାନ୍ତି । ଏହା ବିଳମ୍ୱିତ ରାତିରେ ଅନୁଷ୍ଠିତ ହେଇଥାଏ । ଏହି ପରମ୍ପରା ଅନ୍ୟ କୌଣସି ଶୈବ ପୀଠରେ ଦେଖାଯାଏ ନାହିଁ । ପ୍ରଭୁ ଲୋକନାଥଙ୍କ ପୀଠରେ ଶୈବ ଓ ବିଷ୍ଣୁ ଭକ୍ତଙ୍କ ମିଳନ ଘଟିଥାଏ । ବିଭିନ୍ନ ଶୈବ ପୀଠରେ ଭକ୍ତ ପୂଜା ପାଇଁ ଦେଉଥିବା ଫୁଲ, ବେଲପତ୍ରକୁ ପୂଜା ପରେ କାଢି ଦିଆଯାଏ । ହେଲେ ପ୍ରଭୁ ଲୋକନାଙ୍କ ନିକଟରେ ଏହାକୁ କଡ଼ା ଯାଏ ନାହିଁ । ଏହା ବର୍ଷ ତମାମ ପଡ଼ି ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଶିବରାତ୍ରୀରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ, ରାତି ୧ଟାରେ ମହାଦୀପ

ଭକ୍ତଙ୍କ ଶ୍ରଦ୍ଧା, ଭକ୍ତିକୁ ପ୍ରଭୁ ନିଜ ପାଖରେ ଏକ ବର୍ଷ ଯାଏ ରଖିଥାନ୍ତି । ଭକ୍ତର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି ପ୍ରଭୁ ଲୋକନାଥ ବୋଲି ପୂଜକ ସନ୍ତୋଷ ପଣ୍ଡା କହିଛନ୍ତି । ସେପଟେ ପବିତ୍ର ଜାଗର ଅବସରରେ ପ୍ରଭୁ ଲୋକନାଥଙ୍କ ପ୍ରିୟ ଭୋଗ ଚୂଡାଘସା ଓ କଦଳୀ ଭୋଗ କରିଛନ୍ତି ହଜାର ହଜାର ଭକ୍ତ । ଶ୍ରୀକ୍ଷେତ୍ର ବାସିନ୍ଦାମାନେ ଏହି ସ୍ଵତନ୍ତ୍ର ପରମ୍ପରା ପାଳନ କରିଆସୁଛନ୍ତି । ଏହାକୁ ଭୋଗ କରିସାରିଲା ପରେ ନିଜ ବନ୍ଧୁ ବାନ୍ଧବ, ସାହି ପଡିଶାରେ ବାଣ୍ଟିବା ପରମ୍ପରା ରହିଛି ।

ସେପଟେ ପ୍ରସିଦ୍ଧ ଜାଗର ଯାତ୍ରା ଅବସରରେ ପ୍ରଭୁ ଲୋକନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦେଖି ପୁରୀ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳା, ଟ୍ରାଫିକ ପରିଚାଳନା , ପାଇଁ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ 85 ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ଅଛନ୍ତି । ଭକ୍ତଙ୍କୁ ବାରିକେଡରେ ଶୃଙ୍ଖଲିତ ଭାବେ ମନ୍ଦିର ଭିତରକୁ ପ୍ରଵେଶ କରିବାକୁ ଦିଆଯାଉଛି । ଦୀପ ଜାଳିବାକୁ ଥିବା ଭକ୍ତଙ୍କୁ ସୁରକ୍ଷିତ ଭାବେ ଦୀପ ଜାଳିବା ସଚେତନ କରାଯାଉଅଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନି ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରଯାଇଛି । ଭୋର୍ 4 ଟା ରେ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details