ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଜରୁରୀ ସୂଚନା ଦେଇଛନ୍ତି । ଆବେଦନ କରି ମଧ୍ୟ ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀ ବ୍ୟାଙ୍କକୁ ଗଲେ ହିଁ ଟଙ୍କା ପାଇପାରିବେ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି, ସେହି ଶାଖାକୁ ଯାଇ ‘NPCI’ ରି-ଆକ୍ଟିଭେଟ କରନ୍ତୁ । ଏହି ପ୍ରକ୍ରିୟା ପରେ ସରକାର ସୁଭଦ୍ରାର ଶେଷ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।
- 29 ଓ 30 ତାରିଖରେ ଆକ୍ଟିଭେଟ କରନ୍ତୁ: ଉପମୁଖ୍ୟମନ୍ତ୍ରୀ
ଆଜି ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କ ପାଖକୁ ଫୋନ ବା ମେସେଜ ଆସିଛି ସେମାନେ ବ୍ୟାଙ୍କକୁ ଯାଆନ୍ତୁ । ସମସ୍ତ ବ୍ୟାଙ୍କକୁ କୁହାଯାଇଛି ଓ ଆଲୋଚନା ହୋଇଛି । ସବୁ ହିତାଧିକାରୀଙ୍କ ପାଇଁ ଶେଷ ସୁଯୋଗ, ବ୍ୟାଙ୍କ ଯାଇ ତୁରନ୍ତ ଆକ୍ଟିଭ କରାନ୍ତୁ । ‘NPCI’ ଫେଲ ହେବା ଯୋଗୁଁ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିପାରିନାହିଁ, ସେମାନଙ୍କ ପାଇଁ ସ୍ପେଶାଲ ଡ୍ରାଇଭ୍ ହୋଇଛି । 29 ଓ 30 ତାରିଖରେ ବ୍ୟାଙ୍କରେ ଏହି ସ୍ପେଶାଲ ଡେସ୍କ ଓ ଟିମ୍ ବସିବେ । ବ୍ୟାଙ୍କମିତ୍ରମାନେ ମଧ୍ୟ ଉପସ୍ଥିତ ରହି ଆପଣଙ୍କୁ ସାହାଯ୍ୟ କରିବେ ।’’
- NPCI ଫେଲ କାରଣରୁ ଏପର୍ଯ୍ୟନ୍ତ 3 ଲକ୍ଷ ଆବେଦନକାରୀ ପାଇନାହାନ୍ତି ଟଙ୍କା
ସେହିପରି ସୁଭଦ୍ରା ଯୋଜନାର ଅପର୍ଯ୍ୟନ୍ତ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ 1କୋଟି 7ଲକ୍ଷ 23 ହଜାର 294 ଜଣ ଯୋଜନାରେ ପଞ୍ଜୀକୃତ । ସେମାନଙ୍କ ମଧ୍ୟରୁ ମୋଟ 80 ଲକ୍ଷ 29 ହଜାର 741 ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । NPCI ବିଫଳତା କାରଣରୁ ଏପର୍ଯ୍ୟନ୍ତ 3ଲକ୍ଷ 31 ହଜାର 188 ଜଣ ହିତାଧିକାରୀଙ୍କ ଖାତାକୁ ଯାଇନି ପଇସା ।
ଏହା ମଧ୍ୟ ପଢନ୍ତୁ:- |