ଓଡିଶା

odisha

ETV Bharat / state

ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

ଛତିଶଗଡ ମାଓ ଅପରେସନ ପରେ ଓଡିଶାରେ ଛନକା । ଓଡ଼ିଶା ମୁଁହା ହୋଇପାରନ୍ତି ହେବେ କି ଛତିଶଗଡି ମାଓବାଦୀ ? ଏମିତି କହିଲେ ପୂର୍ବତନ ପୋଲିସ ଡିଜି ସଞ୍ଜିବ ମାରିକ ।

By ETV Bharat Odisha Team

Published : 4 hours ago

Updated : 1 hours ago

ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ
ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ (ETV Bharat Odish)

ଭୁବନେଶ୍ବର:ଛତିଶଗଡ ମାଓ ଅପରେସନ ପରେ ସଫା ହୋଇଯିବେ କି ମାଓବାଦୀ । ଛତିଶଗଡ଼ରେ ୩୬ ମାଓବାଦୀ ନିପାତ ପରେ କ'ଣ ହେବ ଓଡ଼ିଶାର ସ୍ଥିତି । ମାଓବିରୋଧୀ ଅପରେସନକୁ ଜୋରଦାର କରିଛି ସୁରକ୍ଷାବଳ । ଛିତିଶଗଡ ଅପରେସନରୁ ବର୍ତ୍ତିବାକୁ ଓଡ଼ିଶା ମୁହାଁ ହେବେ, ନା ଏକାଠି ହୋଇ ଛତିଶଗଡ଼ରେ ଜବାବ ଦେବେ ମାଓବାଦୀ । ସେପଟେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି ମାଓବାଦୀଙ୍କ ପାଇଁ ଏବେ ବି ମୁଖ୍ୟସ୍ରୋତକୁ ଫେରିବାକୁ ସୁଯୋଗ ରହିଛି ।

  • 'ଏବେବି ସମୟ ଅଛି ମୁଖ୍ୟସ୍ରୋତକୁ ଫେରି ଆସନ୍ତୁ':

ଛତିଶଗଡ଼ରେ ୩୬ଜଣ ହାର୍ଡକୋର ମାଓବାଦୀ ନିପାତ ପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ । କେଭି କହିଛନ୍ତି,"ଭୁଲ ରାସ୍ତା ବାଛିଥିବା ଲୋକଙ୍କୁ କେନ୍ଦ୍ର ସରକାର ଏବେ ମୁଖ୍ୟସ୍ରୋତକୁ ଫେରିଆସିବାକୁ ସମୟ ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯିଏ ଦେଶରେ ବ୍ଲାକମେଲ କରିବ ବା ଆତଙ୍କ ସୃଷ୍ଟି କରିବ ତା’ ବିରୋଧରେ ଜିରୋ ଟଲେରାନ୍ସ ଗ୍ରହଣ କରାଯାଇଛି । ଯିଏ ସନ୍ତ୍ରାସବାଦୀଙ୍କ ସହ ସମ୍ପୃକ୍ତ ରହିବ ତାହା ବିରୋଧରେ କଡ଼ା ଜବାବ ଦିଆଯିବ । "

ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ (ETV Bharat Odisha)
  • ପୋଲିସ ପାଇଁ ଏକ ବଡ଼ ସଫଳତା:

ପୂର୍ବତନ ପୋଲିସ ଡିଜି ସଞ୍ଜିବ ମାରିକ କହିଛନ୍ତି,"ପୋଲିସ ପାଇଁ ଏହା ଏକ ବଡ଼ ସଫଳତା । କାରଣ ଯେଉଁଠି ଏହି ଅପରେସନ ହୋଇଛି, ତାହା ନକ୍ସଲବାଦର ରାଜଧାନୀ ଥିଲା । ସେ ସ୍ଥାନରେ ପୋଲିସ ପଶି ପାରୁନଥିଲା । ସେଠାରେ ମାଓବାଦୀ ଭଲ ସ୍ଥିତି ଜାହିର କରିଥିଲେ । ସଠିକ୍ ଖବର ପାଇ ପୋଲିସ ସେଠି ଏଭଳି ଅପରେସନ କରିଛି । ଯେଉଁସବୁ ହତିଆର ମିଳିଛି ଏସଏଲଆର, AK47, ଇନସାସ୍‌ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜଣାପଡୁଛି । ସେଠାରେ ବରିଷ୍ଠ କ୍ୟାଡ଼ର ମେମ୍ବର କ୍ୟାମ୍ପ କରି ରହୁଥିଲେ । ସେହି ଜାଗାରୁ ୮୦କି.ମି ଦୂର ଓଡିଶା ବର୍ଡର । ଅର୍ଥାତ୍ ଉମରକୋଟ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ ପ୍ରଭାବିତ ଅଞ୍ଚଳ ରହିଛି । ବିଶେଷ କରି ଓଡ଼ିଆ ନକ୍ସଲବାଦୀ ନାହାନ୍ତି, ଅଧିକାଂଶ ଛତିଶଗଡ଼ର ନକ୍ସଲ ଅଛନ୍ତି । ତେଣୁ ଓଡ଼ିଶା ପାଇଁ ଭଲ, ଏଭଳି ଆକ୍ରମଣ ପରେ ସେମାନଙ୍କର ସଂଗଠନ ଦୁର୍ବଳ ହେବ ।"

ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ (ETV Bharat Odisha)
  • ମେଳି କରିପାରନ୍ତି ମାଓବାଦୀ :

୨୦୨୬ ସୁଧା ମାଓବାଦୀ ମୂଳପୋଛ ଅପରେସନକୁ ଦେଖିଲେ, ଆଗକୁ ମାଓବିରୋଧୀ କାର୍ଯ୍ୟକ୍ରମ ଭୟଙ୍କର ହେବାକୁ ଯାଉଛି । ତେବେ ଛତିଶଗଡରୁ ଆରମ୍ଭ ହୋଇଥିବା ଏହି ମାଓବିରୋଧୀ ଅଭିଯାନ ପରେ ଏକ ପ୍ରକାର ମାଓବାଦୀଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ମାଓବାଦୀ ଅପରେସନ ବିରୋଧରେ ଏକାଠି ହୋଇ ଲଢେଇ କରିବେ‌ ନା ସେଠାରୁ ଛତ୍ରଭଙ୍ଗ ଦେବେ । କାରଣ ଯେଭଳି ଅପରେସନ ଚାଲିଛି ପୋଲିସକୁ ସାମ୍ନା କରିବାକୁ ମାଓବାଦୀଙ୍କୁ ବହୁତ ଭାରି ପଡିବ । କାରଣ କେନ୍ଦ୍ରୀୟ ଫୋର୍ସ ଓ‌ ରାଜ୍ୟ ପୋଲିସ ମିଳିତ ଭାବେ ଅପରେସନ ଜାରି ରହିଛି ।

  • ଓଡ଼ିଶା ମୁଁହା ହେବେ କି ମାଓବାଦୀ ?

କାରଣ ଏବେ ଓଡ଼ିଶାରେ ସାଢେ ଚାରି ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ହଟାଯାଇଛି ।କୋରାପୁଟରୁ ୨ବାଟାଲିୟନ ବିଏସଏଫ୍ ଓ ସାଢ଼େ ଦୁଇ ବାଟାଲିୟନ ସିଆରପିଏଫକୁ ହଟାଯାଇ ଅନ୍ୟତ୍ର ପଠାଯାଇଛି । ତେଣୁ ଏକ ପ୍ରକାର ଫାଙ୍କା ସ୍ଥିତିରେ କେନ୍ଦ୍ରୀୟ ସୁରକ୍ଷା ବଳ ରହିଛି । ଏହାର ମୋଉକା ନେଇ ଛିତିଶଗଡରୁ ଓଡ଼ିଶା ଫେରିପାରନ୍ତି କିଛି ମାଓବାଦୀ । ଅର୍ଥାତ୍ ଯେଉଁ ମାଓବାଦୀ ଓଡ଼ିଶାରେ ସକ୍ରିୟ ଅଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଛତିଶଗଡି ମାଓବାଦୀ ।

ଏହା ମଧ୍ୟ ପଢନ୍ତୁ...ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

ଏହା ମଧ୍ୟ ପଢନ୍ତୁ...ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

ଏହା ମଧ୍ୟ ପଢନ୍ତୁ...Naxal Free Operation: ପୋଲିସ DGଙ୍କ ବଡ଼ ବୟାନ '2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ହେବ ଓଡ଼ିଶା' - DG YB Khurania on NAXAL OPERATION

4ଟି ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ରହିଛି !

ଦେଖିବାକୁ ଗଲେ ଓଡ଼ିଶାର ମୋଟ ମାଓ ପ୍ରଭାବିତ ୧୧ଜିଲ୍ଲାରୁ ଏବେ ମାତ୍ର ୪ଟି ଜିଲ୍ଲା ମାଓପ୍ରଭାବିତ ରହିଛି । ଯାହାକି ପୂର୍ବରୁ ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀ କହିଥିଲେ । ରାୟଗଡା ଟପ୍ ,କନ୍ଧମାଳ , ବୋଦ୍ଧ ଓ କଳାହାଣ୍ଡିରେ ମାଓବାଦୀ ସକ୍ରିୟ ଗତିବିଧି ଦେଖିବାକୁ ମିଳିଛି । ହେଲେ ମାତ୍ର ୨୩୦ଜଣ ମାଓବାଦୀ ଏବେ ଓଡ଼ିଶାରେ ଥିବା ଚିହ୍ନଟ କରାଯାଇଛି । ଯେଉଁମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅର୍ଥାତ୍ ୨୦୦ ମାଓବାଦୀ ଛତିଶଗଡର ରହିଛନ୍ତି । ତେଣୁ ଏବେ ସ୍ଥିତି ଦେଖିଲେ ଓଡ଼ିଶା ଷ୍ଟେଟ୍ କମିଟି ଭାବରେ କିଛି ମାଓବାଦୀ ସକ୍ରିୟ ରହିଛନ୍ତି ।

  • ୩ ଜଣ ମାଓବାଦୀ ନିହତ, ୮ ଆତ୍ମସମର୍ପଣ :

ଚଳିତବର୍ଷ ମଧ୍ୟ ଓଡ଼ିଶାରେ ଏକାଧିକ ଅପରେସନ ଜାରି ରହିଛି । ଏସଓଜି, ଡିଭିଏଫ ଓ ରାଜ୍ୟ ପୋଲିସର ଜିଲ୍ଲା ପୋଲିସବଳ ମଧ୍ୟ ସୋର୍ସ ଆକ୍ଟିଭ କରି ଅପରେସନ ଜାରି ରଖିଛନ୍ତି । ବର୍ଷ ଆରମ୍ଭରୁ ଅନେକ ଅପରେସନରେ ୩ଜଣ ମାଓବାଦୀ ନିହତ ମଧ୍ୟ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ୮ଜଣ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ପାଖାପାଖି ୮ଜଣ ମାଓବାଦୀ ମଧ୍ୟ ଗିରଫ ହୋଇଛନ୍ତି । ଏକାଧିକ ମାଓ କ୍ୟାମ୍ପ ଠାବ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago

ABOUT THE AUTHOR

...view details