ଓଡିଶା

odisha

ETV Bharat / state

ଠକ ବ୍ୟାଙ୍କ ମ୍ୟାନେଜର ଗିରଫ, ୨.୩ କୋଟି ଠକେଇ ଅଭିଯୋଗ - CUTTACK MONEY LAUNDERING CASE

କଟକର ଜଣେ ମହିଳାଙ୍କଠୁ ୨.୩ କୋଟି ଟଙ୍କା ଠକେଇ ଘଟଣାରେ ଏକ ଘରୋଇ ବ୍ୟାଙ୍କର ରିଲେସନସିପ ମ୍ୟାନେଜର କ୍ଷୀରୋଦ କୁମାର ସାହୁ ଗିରଫ ।

BANK RELATIONSHIP MANAGER ARRESTED
BANK RELATIONSHIP MANAGER ARRESTED (ETV Bharat Odisha)

By ETV Bharat Odisha Team

Published : Dec 1, 2024, 2:54 PM IST

କଟକ: ଗିରଫ ହେଲେ ଠକ ବ୍ୟାଙ୍କ ରିଲେସନସିପ ମ୍ୟାନେଜର । କୋଟି କୋଟି ଟଙ୍କା ଠେକେଇ ଘଟଣାରେ ବାନ୍ଧିଲା କ୍ରାଇମବ୍ରାଞ୍ଚ । କଟକର ଜଣେ ମହିଳାଙ୍କଠୁ ୨.୩ କୋଟି ଟଙ୍କା ଠକେଇ ଘଟଣାରେ ଉକ୍ତ ବ୍ୟାଙ୍କର ରିଲେସନସିପ ମ୍ୟାନେଜର କ୍ଷୀରୋଦ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।

ନଜର ପକାନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ...

BANK RELATIONSHIP MANAGER ARRESTED (ETV Bharat Odisha)

କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ଅନୁଯାୟୀ, ଅଭିଯୋଗକାରିଣୀଙ୍କ କଟକ ବାଦାମବାଡ଼ି ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କରେ ଦୁଇଟି ଆକାଉଣ୍ଟ ରହିଥିଲା । ହେଲେ ସ୍ୱାମୀଙ୍କ ଦେହାନ୍ତ ପରେ ମହିଳା ତାଙ୍କ ଆକାଉଣ୍ଟକୁ ମିଶାଇ ନିଜ ନାଁରେ ଗୋଟିଏ ଆକାଉଣ୍ଟ କରିବା ପାଇଁ ବ୍ୟାଙ୍କ ଯାଇଥିଲେ । ହେଲେ ଏହି ସମୟରେ ରିଲେସନସିପ ମ୍ୟାନେଜର ଚତୁରତାର ସହ ଉକ୍ତ ମହିଳାଙ୍କୁ କଥାରେ ଫସାଇ ମୋବାଇଲ ନମ୍ବର ପରିବର୍ତ୍ତନ କରିବା ସହ ବିଭିନ୍ନ ସମୟରେ ଦସ୍ତଖତ ମଧ୍ୟ କରାଇଥିଲେ । ଯାହା ଫଳରେ ବ୍ୟାଙ୍କରେ ଜମା ରାଶି ସମ୍ପର୍କରେ ଅବଗତ ହୋଇପାରୁନଥିଲେ ମହିଳା । ଏହାର ସୁଯୋଗ ନେଇ ଜମା ରାଶିରୁ ବାରମ୍ବାର ଟଙ୍କା ଉଠାଇ କୋଟି କୋଟି ଟଙ୍କା ହଡ଼ପ କରିଥିଲେ ରିଲେସନସିପ ମ୍ୟାନେଜର କ୍ଷୀରୋଦ ।

୩୭ଟି ଚେକ୍‌ ବୁକ୍ ଜବତ...

ଗିରଫ ସମୟରେ ଅଭିଯୁକ୍ତ ଆକାଉଣ୍ଟରେ ଥିବା ୨୦ଲକ୍ଷ ଟଙ୍କା ଫ୍ରିଜ କରାଯାଇଥିବା ବେଳେ ୩୨ଟି ଏଟିଏମ୍‌ କାର୍ଡ, ୫ଟି ପାସ୍‌ବୁକ୍‌, ୩୭ଟି ଚେକ୍‌ ବୁକ୍‌, ୨ ମୋବାଇଲ ଫୋନ୍‌, ସିମ୍‌କାର୍ଡ, ଲାପ୍‌ଟପ୍‌ ଓ ଦସ୍ତଖତ ଥିବା ଚେକ୍‌ ଜବତ କରାଯାଇଛି । ଅଭିଯୁକ୍ତ ଜଣକ ବିଭିନ୍ନ ଘନିଷ୍ଠ ଲୋକଙ୍କ ନାମରେ କୋଟିଏ ଟଙ୍କାରୁ ଅଧିକ ବୀମା କ୍ରୟ କରିଥିବା ତଦନ୍ତରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ...ଜଙ୍ଗଲ ମଝିରେ ଚାଲିଥିଲା ଜୁଆ ଆଡ୍ଡା, ୬ ଜଣ ଗିରଫ

ଏହା ମଧ୍ୟ ପଢନ୍ତୁ ...ଆଣ୍ଟିକ ସାମଗ୍ରୀ ଝୁମର କିଣିବା ନାଁରେ ୧୯ ଲକ୍ଷ ଠକେଇ

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ଜାଲରେ ମାଇନିଂ ଅଫିସର ପଦ୍ମନାଭ ହୋତା, ଜବତ ହେଲା ଏତିକି ସମ୍ପତ୍ତି

କ୍ଷୀରୋଦକୁ ଗିରଫ କଲା କ୍ରାଇମବ୍ରାଞ୍ଚ:

ଏହାପରେ ମହିଳା ଜଣଙ୍କ ବ୍ୟାଙ୍କରେ ଜମାରାଶି ବିବରଣୀ ପାଇବା ପାଇଁ ଯିବା ସମୟରେ ଆକାଉଣ୍ଟରୁ ୨.୩ କୋଟି ଟଙ୍କା ଉଠିଥିବା ଜାଣିବାକୁ ପାଇଥିଲେ । ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣକ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ । କ୍ରାଇମ୍‌ବାଞ୍ଚର ସାଇବର ସେଲ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଉକ୍ତ ବ୍ୟାଙ୍କ କର୍ମଚାରୀ କ୍ଷୀରୋଦ କୁମାର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଏହିସହ ମାମଲାର ଅଧିକ ତଦନ୍ତ ଜାରି ରିଖିଛି କ୍ରାଇମବ୍ରାଞ୍ଚ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details