ଓଡିଶା

odisha

ETV Bharat / state

ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା; ରାସ୍ତା ପାର୍ ହେବାବେଳେ ବୃଦ୍ଧ ଦମ୍ପତିଙ୍କୁ ଦଳି ଦେଲା ଟ୍ରକ - Road accident - ROAD ACCIDENT

Road accident in Bhubaneswar: ଭୁବନେଶ୍ବର ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ପାର୍ ହେଉଥିବା ବେଳେ ବୃଦ୍ଧ ଦମ୍ପତିଙ୍କ ଉପରେ ମାଡିଗଲା ଟ୍ରକ । ଚାଲିଗଲା ଦୁହିଁଙ୍କ ଜୀବନ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : May 8, 2024, 1:05 PM IST

Updated : May 8, 2024, 2:39 PM IST

ଭୁବନେଶ୍ବର:ଅଧାରେ ରହିଲା ଘର ବାହୁଡା । ପୁରୀରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୃଦ୍ଧ ଦମ୍ପତିଙ୍କ ଉପରେ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଦୁହିଁଙ୍କ ଜୀବନ । ଆଜି (ବୁଧବାର) ସକାଳେ ଭୁବନେଶ୍ବରର ପଳାଶୁଣି ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ଦମ୍ପତି ହେଲେ ନଳିନୀ ପାଣିଗ୍ରାହୀ ଓ ସ୍ବାମୀ ଉମେଶ ପାଣିଗ୍ରାହୀ, ଘର ସୋନପୁରରେ । ଆଜି ସକାଳେ ଦୁହେଁ ପୁରୀରୁ ଫେରି ଘରକୁ ଯିବା ପାଇଁ ପଳାଶୁଣି ଛକରେ ଓହ୍ଲାଇଥିଲେ । ସେଠାରେ ଉଭୟ ରାସ୍ତା ପାର୍ ହେଉଥିବା ବେଳେ ଗୋଟିଏ ଟ୍ରକ ଧକ୍କା ଦେଇଥିଲା ।

ପୋଲିସର ସୂଚନା ମୁତାବକ, ମୃତ ଦମ୍ପତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ । ସେମାନଙ୍କ ଘର ସୋନପୁର ଉଲଣ୍ଡା ଅଞ୍ଚଳରେ । ସେମାନେ ଶ୍ରୀକ୍ଷେତ୍ର ଦର୍ଶନ ପାଇଁ ଯାଇଥିଲେ । ପୁରୀରୁ ଦର୍ଶନ ସାରି ଆଜି ଭୋର ପ୍ରାୟ ୫ଟା ସମୟରେ ପଳାଶୁଣି ଛକରେ ଓହ୍ଲାଇଥିଲେ । ଏଠି ସେମାନେ ରାସ୍ତା ପାର୍ ହେଉଥିବା ବେଳେ ବରମୁଣ୍ଡା ପଟୁ ଆସୁଥିବା ଗୋଟିଏ ଟ୍ରକ ଦୁହିଁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । ଡାକ୍ତରେ ହସ୍ପିଟାଲରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ଦମ୍ପତିଙ୍କ ପରିିବାର ଲୋକଙ୍କୁ ଖବର ଦିଆଯାଇଛି । ଦୁର୍ଘଟଣା ଘଟାଇ ଟ୍ରକଟି ଫେରାର୍ ହୋଇଯାଇଥିବା ବେଳେ ପୋଲିସେ ତାକୁ ଟ୍ରାକ କରୁଛି ।

ଏହା ମଧ୍ୟ ପଢନ୍ତୁ: କାଳ ସାଜିଲା କାଳବୈଶାଖୀ; ହାଇଦ୍ରାବାଦରେ କାନ୍ଥ ଭୁଶୁଡି ଓଡ଼ିଆ ଶ୍ରମିକଙ୍କ ସମେତ ୭ମୃତ - Heavy Rain In Hyderabad

ତେବେ ପଳାଶୁଣି ଛକରେ ଏପରି ଦୁର୍ଘଟଣା କରିଛି ନୂଆ ନୁହେଁ । ବାରମ୍ବାର ବାରମ୍ବାର ଏହିଭଳି ଘଟଣା ଅନେକ ସମୟରେ ଘଟୁଛି । ତେଣୁ ସେଠାରେ ଓଭରବ୍ରିଜଟିଏ ପାଇଁ ଲୋକେ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି । ବର୍ତ୍ତମାନ ଭୁବନେଶ୍ବରର ଅନେକ ଦୁର୍ଘଟଣା ସ୍ପଟରେ ଫୁଟ୍ ଓଭରବ୍ରିଜ କରାଯାଉଛି । ନୟାପଲ୍ଲୀ ଓ ବାଣୀବିହାର ପାଖରେ ଏହାର କାମ ସରିଥିବା ବେଳେ ପଳାଶୁଣି ନିକଟରେ ତ୍ବରିତ ଭିତ୍ତିରେ ଗୋଟିଏ ଓଭରବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ‌ ଲୋକେ ଦାବି କରୁଛନ୍ତି । କାରଣ ଏଠାରେ ଲୋକଙ୍କୁ ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯିବା ପାଇଁ ଏକ କିଲୋମିଟର ଅତିକ୍ରମ କରିବାକୁ ପଡୁଛି । ଓଭରବ୍ରିଜଟିଏ ନିର୍ମାଣ ହେଲେ ଦୁର୍ଘଟଣା ରୋକାଯାଇ ପାରିବ ବୋଲି ଲୋକେ ଆଶା କରିଛନ୍ତି ।

୬ ଏପ୍ରିଲ ୨୦୨୨ରେ ଏଠି ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ପଳାଶୁଣି ଛକରେ ସିରିଜ ଦୁର୍ଘଟଣାରେ ଜଣେ ଇଞ୍ଜିନିୟର ପ୍ରାଣ ହରାଇଥିଲେ । ସେତେବେଳେ ସେହି ଘଟଣାକୁ ପୋଲିସ ଓ‌ ପରିବହନ ବିଭାଗ ଅଧିକ ଗୁରୁତ୍ବ ଦେଇଥିଲା । ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଠିକ ସେହିପରି ୨୨ ମେ' ୨୦୨୨ରେ ମଧ୍ୟ ଏକ ଟ୍ରକ ଧକ୍କାରେ ଆଉ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ‌ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 8, 2024, 2:39 PM IST

ABOUT THE AUTHOR

...view details