ଓଡିଶା

odisha

ETV Bharat / state

ଆଳି ଫୁଟବଲ ଏକାଡେମୀ ବିବାଦ, ତର୍ଜମା ପରେ ଚୂଡାନ୍ତ ରୂପରେଖ କହିଲେ କ୍ରୀଡା ମନ୍ତ୍ରୀ - AUL FOOTBALL ACADEMY CONTROVERSY

ଆଳି ମିନି ଷ୍ଟାଡିୟମକୁ ଫୁଟବଲ ଏକାଡେମୀ କରିବା ନେଇ ବିବାଦ ଜୋରଦାର । ଘଟଣାସ୍ଥଳରେ ସ୍ଥିତି ପରଖିଲେ କ୍ରୀଡା ମନ୍ତ୍ରୀ ।

Aul Football Academy
Aul Football Academy (ETV Bharat Odisha)

By ETV Bharat Odisha Team

Published : Jan 27, 2025, 10:58 AM IST

କେନ୍ଦ୍ରାପଡା: ଆଳି ଫୁଟବଲ ଏକାଡେମୀ ଗୃହ ନିର୍ମାଣ ନେଇ ବିବାଦ । ଏହି ଗୃହ ନିର୍ମାଣ ହେଲେ ଫୁଟବଲ ଛଡା ଅନ୍ୟ କୌଣସି ଖେଳ ଏହି ପଡିଆରେ ହୋଇପାରିବ ନାହିଁ ବୋଲି ଅଭିଯୋଗ ଆସିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଳିର ପୂର୍ବତନ ବିଧାୟକ । ଅନ୍ୟପଟେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘଟଣାସ୍ଥଳକୁ ଆସି ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ଦାବି ଶୁଣିଛନ୍ତି ।

ଆଳି ଫୁଟବଲ ଏକାଡେମୀକୁ ବିରୋଧ:

Aul Football Academy (ETV Bharat Odisha)

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ହାଇସ୍କୁଲ ମିନି ଷ୍ଟାଡିୟମକୁ ଫୁଟବଲ ଏକାଡେମୀ କରିବା ନିମନ୍ତେ ପୂର୍ବ ସରକାର ଅର୍ଥ ଯୋଗାଇ ଦେବା ପରେ ଏକାଡେମୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁରହିଛି । କିନ୍ତୁ ଏକାଡେମୀ ଗୃହ ହେବା ଦ୍ୱାରା ଏହି ମିନି ଷ୍ଟାଡିୟମ ନିଜର ଗୌରବ ହରାଇ ବସିବ ବୋଲି ଆଳି କ୍ରୀଡା ବିକାଶ ପରିଷଦ ଓ ପୁରାତନ ଛାତ୍ର ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Aul Football Academy (ETV Bharat Odisha)

କ୍ରୀଡା ବିକାଶ ପରିଷଦ ପକ୍ଷରୁ ବୈଦ୍ୟନାଥ ମହାନ୍ତି ଅଭିଯୋଗ କରିଛନ୍ତି,"ମହିଳା ଫୁଟବଲର ଏନ୍ତୁଡ଼ିଶାଳ ଭାବେ ପରିଚିତ ଆଳି ହାଇସ୍କୁଲ ମିନି ଷ୍ଟାଡିୟମ । ଦୀର୍ଘ ୫୦ ବର୍ଷ ହେଲା ଏହି ପଡିଆରେ ପିଲାମାନେ ନିୟମିତ ଫୁଟବଲ, କ୍ରିକେଟ, ଭଲିବଲ ଆଦି ଖେଳ ଅଭ୍ୟାସ କରିଥାନ୍ତି ଏବଂ ଏଠାରେ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଥାଏ । କିନ୍ତୁ ଏକାଡେମୀ ଘୋଷଣା ପରେ ନିର୍ମାଣ କାର୍ଯ୍ୟ ଯୋଗୁଁ ଏବେ ସବୁ ଖେଳ ବନ୍ଦ ହୋଇଯାଇଛି । ଫୁଟବଲ ଏକାଡେମୀ ନାଁରେ ପଡିଆ ମଝିରେ ଗୃହ ନିର୍ମାଣ କରାଯିବା ସହିତ ସବୁଦିନ ପାଇଁ ଖେଳ ବନ୍ଦ ପାଇଁ ଉଦ୍ୟମ ହୋଇଛି ।"

ଫୁଟବଲ ଏକାଡେମୀ ପାଇଁ ୮କୋଟି ଦେଇଥିଲେ ପୂର୍ବ ସରକାର:

ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି, "ଆଳି ହାଇସ୍କୁଲ ମିନି ଷ୍ଟାଡିୟମକୁ ଫୁଟବଲ ଏକାଡେମୀ ଘୋଷଣା କରି ପ୍ରାୟ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଯୋଗାଇ ଦେଇଛନ୍ତି ପୂର୍ବ ସରକାର । ଏହି ଏକାଡେମୀ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବନ୍ଦ କରିବା ନିମନ୍ତେ କିଛି ବ୍ୟକ୍ତି ଚକ୍ରାନ୍ତ ଚଳାଇଛନ୍ତି । ଏକାଡେମୀ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ପ୍ରକଳ୍ପ ବାବଦରେ ସଠିକ ତଥ୍ୟ ଅନୁଧ୍ୟାନ ନକରି ଏହି ପ୍ରକଳ୍ପକୁ ବିରୋଧ କରାଯିବା ନିଶ୍ଚିତ ଭାବେ ଆଳି ପାଇଁ କ୍ଷତିକର l ଖେଳୁଥିବା ମହିଳା ଫୁଟବଲ ଖେଳାଳିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି l ଯଦି ଏହି ପ୍ରକଳ୍ପ କାର୍ଯ୍ୟକୁ ରାଜନୈତିକ ଆକ୍ରୋଶ ରଖି ବନ୍ଦ କରି ଦିଆଯାଏ ତେବେ ଏହା ଆଳି ପାଇଁ ଏହା ଏକ ବିରାଟ କ୍ଷତି ।"

Aul Football Academy (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

କେନ୍ଦ୍ରାପଡ଼ାରେ ଶିଳ୍ପ ଭାଗ୍ୟ: କେବେ ହେବ ଷ୍ଟିଲ ପ୍ଲାଣ୍ଟ ଓ ଗ୍ରୀନ ଏମୋନିୟମ ପ୍ରୋଜେକ୍ଟ ?

କେନ୍ଦ୍ରାପଡା ଭତ୍ତା ଦୁର୍ନୀତି, ୬୫ ଜଣଙ୍କ ନାଁରେ ଏତଲା

ଷ୍ଟିଲ ପ୍ଲାଣ୍ଟ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି, ପ୍ରସ୍ତାବିତ ଜମିରେ କିଣାବିକା ଉପରେ ରୋକ

ମିିଳିଛି ଆବାସ ଯୋଜନା କାର୍ଯ୍ୟାଦେଶ, ନିର୍ମାଣ ହୋଇପାରୁନି ଘର

ରକ୍ତହୀନତାର ଗାଁ ! ୧୦ ଛୋଟ ପିଲା ଆକ୍ରାନ୍ତ, ରକ୍ତ ଯୋଗାଡ଼ ଚିନ୍ତାରେ ପରିବାର


ଆଳି ମିନି ଷ୍ଟାଡିୟମ ବୁଲି ଦେଖିଲେ କ୍ରୀଡ଼ା ମନ୍ତ୍ରୀ:

ଆଳିର ମିନି ଷ୍ଟାଡିୟମକୁ ଫୁଟବଲ ଏକାଡେମୀ ନ କରିବା ପାଇଁ ବାରମ୍ବାର ଦାବି ହେବା ପରେ ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଲୋକମାନଙ୍କ ଅଭିଯୋଗ ଶୁଣିବା ସହ ଅଞ୍ଚଳବାସୀଙ୍କ ଆଗ୍ରହକୁ ଗୁରୁତ୍ୱ ଦେଇ ବୈଷୟିକ ତର୍ଜମା କରି ଏକ ଚୁଡାନ୍ତ ରୂପରେଖ ତିଆରି କରାଯିବ ବୋଲିି କହିଛନ୍ତି କ୍ରୀଡା ମନ୍ତ୍ରୀ ।


ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details