ଭୁବନେଶ୍ବର: ସ୍ପାରେ ଚାଲିଥିଲା କି ସେକ୍ସ ରାକେଟ୍ ? ରାଜଧାନୀର ଏକ ସ୍ପା ସେଣ୍ଟରରୁ ଜଣେ ଯୁବତୀ ଉଦ୍ଧାର । ରୋଜଗାର ଦେବା ବାହାନରେ ଯୁବତୀଙ୍କୁ କରୁଥିଲେ କି ଅନୈତିକ କାର୍ଯ୍ୟରେ ବ୍ୟବହାର । ଭୁବନେଶ୍ବର ରବି ଟକିଜ ଡାଇମଣ୍ଡ ସ୍ପାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ଘଟଣାରେ ରାଜ ପଟ୍ଟନାୟକ ଓ ପ୍ରତିଭାରାଣୀ ରାଉତ ନାମକ ଦୁଇ ଜଣଙ୍କୁ ଗିରଫ କରିଛି ବଡଗଡ ପୋଲିସ ।
ଅଭିଯୋଗକାରିଣୀ ସୂଚନା ମୁତାବକ, ସେ ଦୀପା ଏବଂ ଖୁସି ନାମକ ଦୁଇଜଣ ଯୁବତୀଙ୍କୁ ଯୋଗାଯୋଗ କରି ଭୁବନେଶ୍ୱର ଆସିଥିଲେ ।ତେବେ ରବି ଟକିଜ ଡାଇମଣ୍ଡ ସ୍ପାରେ ରିସେପ୍ସନରେ କାମ କରିବା ସହ ମାସକୁ ୧୦ହଜାର ଟଙ୍କା ଦରମା ଦେବାକୁ କୁହାଯାଇଥିଲା ।ହେଲେ ପରବର୍ତ୍ତୀ ମସୟରେ ତାଙ୍କୁ ଅନୈତିକ କାର୍ଯ୍ୟ କରିବା ପାଇଁ ବଧ୍ୟ କରାଯାଇଥିଲା ।ଏପରି କଲେ ଆଗକୁ ବଢିବା ସହ ଅଧିକ ଟଙ୍କାର ପ୍ରଲୋଭୋନ ଦିଆଯାଇଥିଲା । ହେଲେ ସେ କୌଶଳ କ୍ରମେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ତାଙ୍କ ଭାଇର ସାଙ୍ଗ ପହଞ୍ଚି ପୋଲିସ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ ।
ସ୍ପାରେ ଚାଲୁଛି କ'ଣ?
ସ୍ପା ସର୍ଭିସ ଆଳରେ ଚାଲୁଛି କି ସେକ୍ସ ରାକେଟ । ଭୁବନେଶ୍ୱର ରବି ଟକିଜ ଛକରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀର ସ୍ପାରେ କିଭଳି ଚାଲିଛି କାରବାର ସେନେଇ ଉଠିଛି ପ୍ରଶ୍ନ ? ସ୍ପା ସର୍ଭିସ ଆଳରେ ଯୁବତୀ ମାନଙ୍କୁ ନେଇ ଏପରି ଖରାପ କାମରେ ନିୟୋଜିତ କରାଯାଉଛି କି ? ନିରିହ ଓ ଗରିବ ଯୁବତୀ ମାନଙ୍କୁ ଆଣି ଏପରି ନିୟୋଜିତ କରାଯାଉଛି କି ? ରାଜଧାନୀରେ ଅନେକ ସ୍ପା ସେଣ୍ଟର ଛୁତୁ ଫୁଟିଲା ଭଳି ଖୋଲିଛି ।
ପୁର୍ବରୁ ଧରାପଡ଼ିଥିଲା ସେକ୍ସ ରାକେଟ୍ :
ଗତ ବର୍ଷ ଡିସେମ୍ବର ୧ ତାରିଖରେ ଖାରବେଳ ନଗର ଥାନା ଅଞ୍ଚଳରୁ ସତ୍ୟନଗରରେ ଧରାପଡ଼ିଥିଲା ଏକ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ । ଯେଉଁଠି ଶିବାଜୀ ଓ୍ବେଲସ ନାମକ ସ୍ପା ସେଣ୍ଟରରେ ବିହାର ଓ ଝାରଖଣ୍ଡରୁ ଯୁବତୀ ଆଣି ସେକ୍ସ ରାକେଟ ଚଳାଇଥିଲେ ଦଲାଲ । ଅର୍ଥାତ୍ ବାହାରେ ସ୍ପା ସେଣ୍ଟର ଓ ଭିତରେ ସେକ୍ସ ରାକେଟ ।