ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

‘ମାଣ୍ଡିଆ’ ନେବ କି ଛତୁଆ ସ୍ଥାନ ? ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ - Odisha Govt to provide millet

Millet instead of Chhatua: ଆଗକୁ ଛତୁଆ ବଦଳରେ ଆସିପାରେ ମାଣ୍ଡିଆ । ଆଗକୁ ମାଣ୍ଡିଆ ନେଇପାରେ ଛତୁଆର ଜାଗା । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ, ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଚାର ହେବ । ଅଧିକ ପଢନ୍ତୁ

Millet instead of Chhatua
Millet instead of Chhatua (ETV Bharat Odisha)

ଭୁବନେଶ୍ବର: "ଛତୁଆ ବଦଳରେ ପିଲାଙ୍କୁ ମାଣ୍ଡିଆ ମିଳିବ । ଛତୁଆର ମାନକୁ ଆମେ ନିରୀକ୍ଷଣ କରୁଛୁ । ଅପପୁଷ୍ଟି ରୋଗକୁ ଦମନ କରିବା ପାଇଁ ଆମେ ଛୁଆଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗେଇ ଦବୁ । ଛତୁଆ ବଦଳରେ ପିଲାଙ୍କୁ ମାଣ୍ଡିଆ ଦବୁ," ବୋଲି ଆଜି (ସୋମବାର) କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟ ପ୍ରଭାତୀ ପରିଡା ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ମାସ 2024 ପାଳନ ଉତ୍ସବରେ ଯୋଗ ଦେଇ କହିଛନ୍ତି । ସଠିକ ପୋଷଣ ମାଧ୍ୟମରେ ମା’ ଓ ଶିଶୁଙ୍କ ବିକାଶ ଆମ ସରକାରଙ୍କର ପ୍ରାଥମିକତା ବୋଲି କହିଛନ୍ତି ପ୍ରଭାତୀ ପରିଡା ।

Deputy chief minister Pravati Parida (ETV Bharat Odisha)

‘ବିଭାଗୀୟ ମନ୍ତ୍ରୀଙ୍କୁ ଘାରିଛି ଛୁଆଙ୍କ ଛତୁଆ ଚିନ୍ତା, ମାଣ୍ଡିଆ ସାଜିପାରେ ଛତୁଆର ବିକଳ୍ପ’

ବିଭାଗୀୟ ମନ୍ତ୍ରୀଙ୍କୁ ଘାରିଛି ଛୁଆଙ୍କ ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆ ସ୍ଥାନ । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେଣୁ ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତୀ ପରିଡା । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ମୁଣ୍ଡଉଥିବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟ ମନ୍ତ୍ରୀ । ଏହାସହ ସବୁଆଡେ ଛତୁଆ ନୁହଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବା କଥା ବି କହିଛନ୍ତି । କାରଣ ରାଜ୍ୟର କିଛି ଅଞ୍ଚଳରେ ଛତୁଆକୁ ଛୁଆ ପସନ୍ଦ କରୁନାହାଁନ୍ତି ବୋଲି ତଥ୍ୟ ମିଳିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେହିପରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ଆଗକୁ ଛତୁଆ କେଳେଙ୍କାରୀ ହେବ ନାହିଁ । ଏଥିପାଇଁ ପୃଷ୍ଟିକର ଛତୁଆ କେମିତି ତିଆରି ହେବ ,ସେ ନେଇ କନକ୍ଲେଭ କରାଯାଇ ଅନୁଭବୀ ବ୍ୟକ୍ତି ନିଷ୍ପତ୍ତି ନେବେ । ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ ।"

ଏହା ବି ପଢନ୍ତୁ-Odisha Assembly: ନିମ୍ନମାନର ଛତୁଆ ନେଇ ଗୃହରେ ଉଦବେଗ, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି - LOW QUALITY Chhatua

ଏହା ବି ପଢନ୍ତୁ- ଛତୁଆ ପ୍ୟାକେଟରୁ ବାହାରୁଛି ଚୋକଡ, କାଠିକୁଟା, ଉଚ୍ଚସ୍ତରୀୟ ତଦନ୍ତ ଦାବି - Low quality chhatua

ବିଶେଷକରି ଛତୁଆ ର ମାନ କୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ବିଧାନସଭାରେ ସବୁ ବିଧାୟକ ମତ ରଖିବା ସହ ବାଚସ୍ପତି ୫ ବର୍ଷର ତଥ୍ୟ ମାଗିଥିଲେ । ସେହି ଛତୁଆର ମାନ ଯେଉଁମାନେ ଦେଖୁଛନ୍ତି ଆଜି ସେମାନେ ଏଠାରେ ଉପସ୍ଥିତ ଅଛନ୍ତି । ତେଣୁ ଆଗକୁ କିଭଳି ପିଲାଙ୍କ ଖାଇବା ଭଲ ହେବ ସେଥିରେ ଅପପୃଷ୍ଟି ନ ରହିବ ତା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ । ବିଧାନସଭାରେ ବିଧାୟକଙ୍କ ଉଦବେଗ ଉପରେ କ୍ରିୟାନ୍ୱୟନ କରିବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ । ତେଣୁ ପୃଷ୍ଟିଯୁକ୍ତ ଛତୁଆ ପିଲାଙ୍କୁ ଯୋଗାଇବା ପାଇଁ ଏକ କନକ୍ଳେଭ ହେବ ଯେଉଁଥିରେ ନ୍ୟୁଟ୍ରିସିଆନ ଲୋକମାନେ ଏଥିରେ ମତ ଦେବେ । ଛତୁଆରେ କେତେ ପରିମାଣର ପୋଷଣର ମାନ ଅଛି ବା ଏହାର ପ୍ରତିବଦଳରେ ଆଉ କେଉଁ ଖାଦ୍ୟରମାନ ଅଛି ଯାହାକୁ ଖାଇଲେ ପିଲାମାନେ ଅପପୃଷ୍ଟି ମୁକ୍ତ ହେବେ ଏନେଇ ଏକ କନକ୍ଳେଭ ହେବ । ତାର ରିପୋର୍ଟ ଆସିଲା ପରେ ପିଲାଙ୍କ ପୁଷ୍ଟିକର ଖାଦ୍ୟରେ କଣ ରହିବ ତାର ନିଷ୍ପତ୍ତି ହେବ ।

ଏହା ବି ପଢନ୍ତୁ-Subhadra Yojana: ପ୍ରତି ଘରେ ପହଞ୍ଚିବ ସୁଭଦ୍ରା ରଥ, ଗଣେଶ ପୂଜାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Subhadra Awareness Van

ଏହା ବି ପଢନ୍ତୁ- ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ; ଅଙ୍ଗନବାଡିର ଭିତ୍ତିଭୂମି ବିକାଶ, ସଦସ୍ୟଙ୍କୁ ଗୁଣବତ୍ତା ତାଲିମ ଓ ବୀମା ସୁବିଧା - DEPUTY CM PRAVATI PARIDA

ଏହାସହ ଆଞ୍ଚଳିକ ଭାବେ ଖାଦ୍ୟର ପୁଷ୍ଟିସାରର ରକ୍ତ ହୀନତାର ତାରତମ୍ୟ ରହିଛି । ତାକୁ ଦୂରୀକରଣ ପାଇଁ ଜିଲ୍ଲାସ୍ତରର ଅଧିକାରିଣୀଙ୍କୁ ନିର୍ଦେଶ ଦେଇଛି ଯେ ଉତ୍ତମ ଓ ସୁଷମା ଖାଦ୍ୟ ଯୋଗାଇବା ପାଇଁ । ତେଣୁ ଆଞ୍ଚଳିକ ଭାବେ ତଳସ୍ତରରୁ ଯାହା ମତ ଆସିବ ଖାଦ୍ୟ ତତ୍ୱ ଉପରେ ଯେଉଁମାନେ ଗବେଷଣା କରୁଛନ୍ତି ତାଙ୍କ ମତ ନିଆଯିବ । ସେହିଅନୁସାରେ ଓଡ଼ିଶାରେ ଉତ୍ତମ ଓ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଯୋଗାଇ ଦିଆଯିବ । ଯାହାଦ୍ୱାରା ଓଡିଶା ଏକ ଅପପୃଷ୍ଟି ମୁକ୍ତ ରାଜ୍ୟ ଭାବେ ଘୋଷଣା ହେବ । ଆଗକୁ ଯଦି ଛତୁଆ ବଦଳରେ ମାଣ୍ଡିଆ ଦିଆଯିବ ଏଥିପାଇଁ ମଧ୍ୟ କିଛି ଅସୁବିଧା ନାହିଁ ଏଥିପାଇଁ ରାଜ୍ୟରେ ମିଶନ ଶକ୍ତି ଅଛି ଆଉ ମାଣ୍ଡିଆ ଉତ୍ପାଦ ବି ଅଛି ଏଥିପାଇଁ ଲୋକେ ଅଛନ୍ତି । ଏହାକୁ ସରକାର ଗୁରୁତର ସହ ନେଇଛନ୍ତି ସୁଷମା ଖାଦ୍ୟ ଯେଭଳି ପିଲାଙ୍କୁ ମିଳିବ ତାହା ସରକାରଙ୍କ ଦାୟିତ୍ୱ ବୋଲି ରାଜ୍ୟ ସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଭାତୀ ପରିଡା ।

ବିଧାନସଭାରେ ଉଠିଥିଲା ଅପମିଶ୍ରିତ ଛତୁଆ ଝଡ-

ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନର ପ୍ରଶ୍ନକାଳରେ ଗୃହରେ ଉଠିଥିଲା ନିମ୍ନ ମାନର ଛତୁଆ ପ୍ରସଙ୍ଗ । ଓଡ଼ିଶାରେ ନିମ୍ନମାନର ଛତୁଆ ଦିଆଯାଉଥିବାନେଇ ଗୃହରେ ଉଦବେଗ । ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଛତୁଆର ମାନ ଯାଞ୍ଚ ପାଇଁ ତଦାରଖ ଓ ମାତୃ କମିଟି ଗଠିତ ହୋଇଛି । ଗଠିତ କମିଟି ଛତୁଆର ମାନ ଯାଞ୍ଚ କରୁଛି ବୋଲି ଉତ୍ତର ରଖିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ABOUT THE AUTHOR

...view details