ଓଡିଶା

odisha

ETV Bharat / state

ସହଯୋଗୀଙ୍କ ଦେହାନ୍ତରେ ଦିଲ୍ଲୀ ଗସ୍ତ ବାତିଲ କଲେ ମୁଖ୍ୟମନ୍ତ୍ରୀ, ଶେଷ ଦର୍ଶନ ପାଇଁ ଯିବେ କେନ୍ଦୁଝର - MOHAN MAJHI DELHI VISIT CANCELS

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ ବାତିଲ । ମୃତ ସହଯୋଗୀଙ୍କ ଶେଷ ଦର୍ଶନ ପାଇଁ କେନ୍ଦୁଝର ଯିବେ ।

ସହଯୋଗୀଙ୍କ ଦେହାନ୍ତରେ ଦିଲ୍ଲୀ ଗସ୍ତ ବାତିଲ କଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ଶେଷକୃତ୍ୟରେ ହେବେ ସାମିଲ
ସହଯୋଗୀଙ୍କ ଦେହାନ୍ତରେ ଦିଲ୍ଲୀ ଗସ୍ତ ବାତିଲ କଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ଶେଷକୃତ୍ୟରେ ହେବେ ସାମିଲ (ETV Bharat odisha)

By ETV Bharat Odisha Team

Published : Nov 25, 2024, 11:46 AM IST

Updated : Nov 25, 2024, 1:10 PM IST

ଭୁବନେଶ୍ବର/କେନ୍ଦୁଝର:ଜଣେ ସହଯୋଗୀଙ୍କ ଦେହାନ୍ତ କାରଣରୁ ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି (ସୋମବାର) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଦିଲ୍ଲୀ ଗସ୍ତ କରିଥାଆନ୍ତେ । ରାଜନୈତିକ ସହଯୋଗୀ ତଥା କେନ୍ଦୁଝର ଜିଲ୍ଲାର ‘ଭାରତୀୟ ଜନତା ପାର୍ଟି’ ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ କାରଣରୁ ମୁଖ୍ୟମନ୍ତ୍ରୀ ଗସ୍ତ ବାତିଲ କରିଛନ୍ତି । ସେ ନିରଞ୍ଜନଙ୍କ ଶେଷଦର୍ଶନ ଓ ଶେଷକୃତ୍ୟରେ ସାମିଲ ହେବା ପାଇଁ କେନ୍ଦୁଝର ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ପ୍ରାୟ ସାଢ଼େ 1ଟାରେ ବାହାରି କେନ୍ଦୁଝରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ନିରଞ୍ଜନ ଶତପଥୀ କେନ୍ଦୁଝର ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମୁଖ୍ୟମନ୍ତ୍ରୀଙ୍କର ଘନିଷ୍ଠ ସହଯୋଗୀ ଭାବେ ବେଶ ଜଣାଶୁଣା ଥିଲେ ।

  • କେନ୍ଦୁଝର ଗସ୍ତ କରି ଶେଷଦର୍ଶନ କରିବେ ମୁଖ୍ୟମନ୍ତ୍ରୀ:-

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ଥିଲା । ଏହା ପୂର୍ବରୁ ପୂର୍ବାହ୍ନରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ବିଳମ୍ବିତ ଅପରାହ୍ନରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥାନ୍ତେ । ପୂର୍ବାହ୍ନରେ ବିଧାନସଭା ପରିସରରେ ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଂଶଗ୍ରହଣ କରିଥିଲେ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତୃବୃନ୍ଦ ସାମିଲ ହୋଇଥିଲେ । ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- ସରିଲା ସର୍ବଦଳୀୟ ବୈଠକ, ଶୀତ ଅଧିବେଶନରେ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି

ସୁନ୍ଦରଗଡ଼କୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ:-

ଏହି ପରେ ଶାସକ ଦଳ ‘ଭାରତୀୟ ଜନତା ପାର୍ଟି’ର ବିଧାୟକ ଦଳ ବୈଠକ ଜାରି ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ସମସ୍ତ ଦଳୀୟ ବିଧାୟକ ଉପସ୍ଥିତ ରହିଛନ୍ତି । କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାୟ ୧ଟା ବେଳେ କେନ୍ଦୁଝର ଅଭିମୁଖେ ବାହାରିବେ । କେନ୍ଦୁଝର ଜିଲ୍ଲା ବଡ଼ହଳ ସ୍ଥିତ ନିରଞ୍ଜନ ଶତପଥୀଙ୍କ ବାସଭବନରେ ପହଞ୍ଚି ମଖ୍ୟମନ୍ତ୍ରୀ ତାଙ୍କ ଶେଷ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା, ପାଇଲେ ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ଅଭିବୃଦ୍ଧି ଯାତ୍ରାକୁ ସମୃଦ୍ଧ କରିବାକୁ ସିଙ୍ଗାପୁର ଗସ୍ତ ବଡ଼ ସୁଯୋଗ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଇଟିଭି ଭାରତ, ଭୁବନେଶ୍ବର ଓ କେନ୍ଦୁଝର

Last Updated : Nov 25, 2024, 1:10 PM IST

ABOUT THE AUTHOR

...view details