ଓଡିଶା

odisha

ETV Bharat / state

ଖୋର୍ଦ୍ଧାର ଏକ ପରିତ୍ୟକ୍ତ ସ୍ଥାନରୁ ଛତିଶଗଡ଼ ମହିଳା ଉଦ୍ଧାର, ଦୁଇ ଅଟକ - ବାଲିପାଟଣାରୁ ଛତିଶଗଡ ମହିଳା ଉଦ୍ଧାର

Chhattisgarh Woman Rescued From Balipatana: ଛତିଶଗଡ଼ର ଜଣେ ମହିଳାଙ୍କୁ ରାଜଧାନୀ ଉପକଣ୍ଠ ବିଶୁନିଆପଡ଼ାରୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣାରେ ବାଲିପାଟଣା ପୋଲିସ ଦୁଇ ଜଣଙ୍କ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ପରିତ୍ୟକ୍ତ ସ୍ଥାନରୁ ଅଚିହ୍ନା ମହିଳାହଙ୍କୁ ଉଦ୍ଧାର କଲା ପୋଲିସ ,ଦୁଇ ଅଟକ
ପରିତ୍ୟକ୍ତ ସ୍ଥାନରୁ ଅଚିହ୍ନା ମହିଳାହଙ୍କୁ ଉଦ୍ଧାର କଲା ପୋଲିସ ,ଦୁଇ ଅଟକ

By ETV Bharat Odisha Team

Published : Feb 18, 2024, 10:29 AM IST

ପରିତ୍ୟକ୍ତ ସ୍ଥାନରୁ ଅଚିହ୍ନା ମହିଳାହଙ୍କୁ ଉଦ୍ଧାର କଲା ପୋଲିସ ,ଦୁଇ ଅଟକ

ନିଆଳି: ରାଜଧାନୀ ଉପକଣ୍ଠରୁ ଜଣେ ମହିଳାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ମହିଳା ଜଣକ ଛତିଶଗଡ଼ ରାଜ୍ୟର ହୋଇଥିବା ସୂଚନା ମିଳିଛି । ବାଲିପାଟଣା ଥାନା ପୁରଣ ପଧାନ ପଞ୍ଚାୟତ ଅନ୍ତର୍ଗତ ବିଶୁନିଆପଡ଼ା ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ ପରିବାରକୁ ଖବର ଦେଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ବାଲିପାଟଣା ପୋଲିସ ।

ସୂଚନାଯୋଗ୍ୟ, ଶନିବାର ସକାଳେ ବାଲିପାଟଣା ଥାନା ପୁରଣ ପଧାନ ପଞ୍ଚାୟତ ଅନ୍ତର୍ଗତ ବିଶୁନିଆପଡ଼ା ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରେ ଜଣେ ଅଚିହ୍ନା ମହିଳାଙ୍କୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏହାପରେ ଲୋକେ ୧୧୨ କଣ୍ଟ୍ରୋଲ ରୁମକୁ ଫୋନ୍ କରିଥିଲେ । କିଛି ଘଣ୍ଟା ପରେ ପିସିଆର୍ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଞ୍ଚିବା ପୂର୍ବରୁ ଉକ୍ତ ମହିଳାଙ୍କୁ ନେବା ପାଇଁ ଜଣେ ମହିଳା ଓ ଜଣେ ପୁରୁଷ ଏକ ଅଟୋରେ ପହଞ୍ଚିଥିଲେ । ଆଉ ଅଟୋ ସାହାଯ୍ୟରେ ସେହି ମହଳାଙ୍କୁ ନେବା ପାଇଁଁ ଚେଷ୍ଟା କରୁଥିଲେ । ଏହି ସମୟରେ କିଛି ଗ୍ରାମବାସୀ ବିରୋଧ କରିଥିଲେ । ଉକ୍ତ ମହିଳାଙ୍କୁ ପୋଲିସ ଜିମା ଦିଆଯିବ ବୋଲି ଅଡ଼ି ବସିଥିଲେ ।

ସେପଟେ ଆସିଥିବା ଦୁଇ ବ୍ୟକ୍ତିଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏହା ପରେ ପୋଲିସରେ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେଇଥିଲା । ତେବେ ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଛତିଶଗଡ଼ ରାଜ୍ୟର ବୋଲି ବାଲିପାଟଣା ଥାନା ଆଇଆଇସି କହିଛନ୍ତି । ତାଙ୍କ ସ୍ବାମୀଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ପରିବାରକୁ ନିଶ୍ଚିହ୍ନ କରିଦେଲା ଗ୍ୟାସ ଟ୍ରାଜେଡି ! ପରିବାର ବର୍ଗଙ୍କୁ ହରାଇ ଜୀବନ ହାରିଲା ନାବାଳକ

ପରିବାର ଲୋକେ ପହଞ୍ଚିଲା ପରେ ହିଁ ସତ କ'ଣ ପଦାକୁ ଆସିବ ବୋଲି କହିଛି ପୋଲିସ । ଏହାସହ ମହିଳାଙ୍କୁ ନେବାକୁ ଆସିଥିବା ଦୁଇ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କଲେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି । ସେପଟେ ଛତିଶଗଡ଼ ରାଜ୍ୟର ବହୁ ଶ୍ରମିକ ଇଟାଭାଟିରେ କାର୍ଯ୍ୟ କରୁଛନ୍ତି । ଉକ୍ତ ମହିଳା ଜଣକ କେଉଁ ଇଟାଭାଟିରେ ନିୟୋଜିତ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ତାଙ୍କୁ ଏକ ସରକାରୀ ସ୍ଵୀକୃତି ପ୍ରାପ୍ତ ଅନୁଷ୍ଠାନରେ ରଖାଯାଇଥିବା ସୂଚନା ମିଳିଛି ।



ଇଟିଭି ଭାରତ, ନିଆଳି

ABOUT THE AUTHOR

...view details