ଭୁବନେଶ୍ବର:ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ତଥା CBSE ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । ଛାତ୍ରଙ୍କ ତୁଳନାରେ ବାଜିମାତ କରିଛନ୍ତି ଛାତ୍ରୀ । CBSEରେ ଚଳିତ ବର୍ଷ ଦଶମ ଶ୍ରେଣୀ ପାସ ହାର ୯୩.୬୦ ପ୍ରତିଶତ ରହିଥିବା ବେଳେ ଗତ ବର୍ଷ ତୁଳନାରେ ଏହା ୦.୪୮ ପ୍ରତିଶତ ଅଧିକ ରହିଛି । ସେହିପରି ମଧ୍ୟ CBSE ଦ୍ୱାଦଶ ଶ୍ରେଣୀର ମଧ୍ୟ ରେଜଲ୍ଟ ପ୍ରକାଶ ପାଇଛି । ଯେଉଁଥିରେ ଛାତ୍ରୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ ଛାତ୍ରୀଙ୍କ ପାସ ହାର ୯୪.୭୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୨.୭୧ ପ୍ରତିଶତ ରହିଛି । ଅନ୍ୟପଟେ ତୃତୀୟ ଲିଙ୍ଗ ପାସ ହାର ରହିଛି ୯୧.୩୦ ପ୍ରତିଶତ ।
ଭୁବନେଶ୍ୱରର ସାଇ ଇଣ୍ଟାର ନ୍ୟାସନାଲ ସ୍କୁଲରେ CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟକୁ ନେଇ ଖୁସି ମାନାଇଛନ୍ତି ଛାତ୍ରଛାତ୍ରୀ । ଏହି ଇଂରାଜୀ ମାଧ୍ୟମିକ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି । ସ୍କୁଲର ପ୍ରିନ୍ସପାଲ ସମସ୍ତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମିଠା ବାଣ୍ଟି ଅଭିନନ୍ଦନ ଜଣାଇବା ସହ ଖୁସି ମନାଇଛନ୍ତି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଟପର ହୋଇଥିବା ଛାତ୍ରୀ ଆଦ୍ୟାସା ଶ୍ୟାମ କହିଛନ୍ତି ଯେ, ଚଳିତ ବର୍ଷ ସିଲାବସ ପେପରରେ ବହୁତ୍ କଷ୍ଟ ଥିଲା କିନ୍ତୁ ପରୀକ୍ଷାରେ ଭଲ ହୋଇଥିଲା । ଅଦ୍ୟାସା ରଖିଛନ୍ତି ମୋଟ ୯୯.୨୦ ପ୍ରତିଶତ । ମନସ୍ତତ୍ୱ ବିଜ୍ଞାନରେ ୧୦୦ ମାର୍କ ରକିଛନ୍ତି ଅଦ୍ୟାସା । ବର୍ତ୍ତମାନ ଆଦ୍ୟାଶା ଦିଲ୍ଲୀରେ ଥିବା ଏନଏନୟୁରେ ଲ' କରିବା ପାଇଁ ଯାଉଛନ୍ତି । ସେହିପରି ଆଉ ଜଣେ ଛାତ୍ର ଶାଶ୍ଵତ ବାଣିଜ୍ୟରେ ଟପର ହୋଇଛନ୍ତି । ଶାଶ୍ଵତ ଅର୍ଥନୀତିରେ ୧୦୦ ମାର୍କ ରଖିଛନ୍ତି । ସେ ଚାଟାର୍ଡ ଆକାଉଣ୍ଟାଣ୍ଟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ନେଇଛନ୍ତି । ସେପଟେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରିନ୍ସପାଲ କହିଛନ୍ତି ଯେ, ପିଲାଙ୍କର ରେଜଲ୍ଟ ଭଲ ହୋଇଛି ୧୦୦ ପ୍ରତିଶତ ରେଜଲ୍ଟ ହୋଇଛି । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ପିଲାଙ୍କର ଭଲ ରେଜଲ୍ଟ ହୋଇପାରିଛି ।
ଅନ୍ୟପଟେ ଓଡିଏମ୍ ଇଂରାଜୀ ମାଧ୍ୟମିକ ସ୍କୁଲର ମଧ୍ୟ ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିଛନ୍ତି । ଦଶମ ଶ୍ରେଣୀ ଛାତ୍ର ଆୟୁଷ ପଟ୍ଟନାୟକ କହିଛନ୍ତି ଯେ, ୯୯ ପ୍ରତିଶତ ରେଜଲ୍ଟ ହୋଇଛି । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ଲୋକଙ୍କ ସହଯୋଗରେ ଭଲ ରେଜଲ୍ଟ ହୋଇଛି । ଆଗକୁ ଜେଇଇ ପାଇଁ ଆହୁରି ଧ୍ୟାନ ରହିବ । ସେହିପରି ଆଉ ଜଣେ ଛାତ୍ର ଅଙ୍କିତ୍ ସାମନ୍ତରାୟ କହିଛନ୍ତି ଯେ, ପରୀକ୍ଷାରେ ୯୮ ପ୍ରତିଶତ ରେଜଲ୍ଟ ହୋଇଛି । ପ୍ରଶ୍ନ ପତ୍ର ଭଲ ଥିଲା । ଆଗକୁ ଜେଇଇ ପାଇଁ ଧ୍ୟାନ ଦେବି । ଶିକ୍ଷକ ଶିକ୍ଷୟତ୍ରୀମାନେ ଏବଂ ପରିବାର ବର୍ଗ ମଧ୍ୟ ପରୀକ୍ଷା ସମୟରେ ବହୁତ ସହଯୋଗ କରିଛନ୍ତି । ଦିନକୁ ୮ ଘଣ୍ଟା ପାଠ ପଢୁଥିବା କହିଛନ୍ତି ଅଙ୍କିତ ।