ବୌଦ୍ଧ:ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ପାପ ପେଡ଼ି ପୁସ୍ତିକା ଉନ୍ମୋଚନ କରିଛି ଜିଲ୍ଲା ରାଜ୍ୟ ବିଜେପି । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଅସାଧୁ ଉପାୟ ଅବଲମ୍ବନ କରି ଅର୍ଥ ଉପରେ ଭରସା କରୁଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେଡି ସରକାରଙ୍କ ଅପାରଗତାକୁ ନେଇ ବିଜେପି ପକ୍ଷରୁ ପାପ ପେଡ଼ି ପୁସ୍ତିକା ଉନ୍ମୋଚନ କରାଯାଇଛି । କେନ୍ଦ୍ରର ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ଉପଲବ୍ଧି ସହିତ ରାଜ୍ୟର ପଚିଶ ବର୍ଷର ବିଜେଡି ସରକାର ବିରୋଧରେ ଜିଲ୍ଲା ବିଜେପି ପାପ ପେଡ଼ି ପୁସ୍ତିକା ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିଛି । ବିଜେଡି ପରାଜୟ ଭୟରେ ଅର୍ଥକୁ ମାଧ୍ୟମ କରିଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରକାଶଥାଉକି, ବିଜେଡି ନେତ୍ରୀ ଜଣକ ରାଜ୍ୟ ବିଜେଡି ଦଳର ଉପସଭାନେତ୍ରୀ ଅପୂର୍ବା ଅପରୂପାଙ୍କ ଗାଡିରୁ ଗତ 13 ତାରିଖ ଦିନ 2 ଲକ୍ଷ ଟଙ୍କା ଜବତ ହୋଇଥିଲା ।
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛି । ଆସନ୍ତା 20 ତାରିଖରେ ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇ ପାରିବ ସେନେଇ ଜିଲ୍ଲା ବିଜେପି ପକ୍ଷରୁ ସମସ୍ତଙ୍କୁ ଆହ୍ବାନ ଦିଆଯାଇଥିଲା । ତେବେ ଗତ ଚାରିଦିନ ତଳେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରୁ ବିଜେଡି ନାରୀନେତ୍ରୀଙ୍କ ଠାରୁ ପୁଳା ପୁଳା ଟଙ୍କା ଫ୍ଲାଇଙ୍ଗ ସ୍କ୍ୱାର୍ଡ ହାତରେ ଧରାପଡ଼ିଥିଲେ ମଧ୍ୟ ତାହାକୁ ଚପାଇ ଦିଆଯାଇଥିବା ଜିଲ୍ଲା ବିଜେପି ସଭାପତି ଅଭିଯୋଗ କରିଛନ୍ତି ।