ପୁରୀ:ଦିନକୁ ଦିନ ଅଶାନ୍ତ ହୋଇପଡୁଛି ପୁରୀ । କେତେବେଳେ ବନ୍ଧୁକ ଗର୍ଜୁଛି ତ ଆଉ କେତେବେଳେ ବୋମା ଫୁଟୁଛି । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଭୁଦାନ ଛକରେ ଏକ ବାଇକ ମରାମତି ଦୋକାନ ଉପରେ ବୋମାମାଡ଼ ହୋଇଛି । ଏହି ବୋମାମାଡ଼ରେ ବାଇକ ଗ୍ୟାରେଜରେ କାର୍ଯ୍ୟ କରୁଥିବା 2 ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଜଣେ ଯୁବକ ଏହି ବାଇକ ମରାମତି ବୋମାମାଡ଼ କରିଥିବା ପୋଲିସ କହିଛି । ଦୋକାନ ମାଲିକ ବାଲିଘାଟର ସୁବ୍ରତ ଦକ୍ଷୀତଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ବୋମାମାଡ଼ରେ ଗ୍ୟାରେଜର ଦୁଇ କର୍ମଚାରୀ ଅଭିଜିତ ଚିନ୍ନରା ଓ ଗୁନା ନାୟକ ଆହତ ହୋଇଛନ୍ତି । ତେବେ ପୋଲିସର ସୂଚନା ମୁତବାକ ବୋମାମାଡ କରିଥିବା ଯୁବକ କିଛି ଦିନ ତଳେ ସୁବ୍ରତଙ୍କ ଦୋକାନରେ ନିଜ ବାଇକ ମରାମତି କରିଥିଲେ । ସେତେବେଳେ କିଛି ଟଙ୍କା ତାଙ୍କର ବାକି ଥିଲା । ଗ୍ୟାରେଜ ମାଲିକ ଏହି ବାକି ଟଙ୍କା ମାଗିବାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ବୋମାମାଡ ହେଇଛି ।
ଏହା ମଧ୍ୟ ପଢନ୍ତୁ: ବ୍ୟବସାୟୀଙ୍କ ଗାଡି ଉପରକୁ ବୋମା ମାଡ, ଜଳିଗଲା ଗାଡ଼ି ସାଙ୍ଗକୁ 80ହଜାର ଟଙ୍କାର ସାମଗ୍ରୀ