ଓଡିଶା

odisha

ETV Bharat / state

ଖଡଖାଇ ନଦୀରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - minor boy death - MINOR BOY DEATH

Body Of Minor Boy Recovered From River: ରାଇରଙ୍ଗପୁର ଖଡଖାଇ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ନାବାଳକଙ୍କ ମୃତ୍ୟୁ । ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

minor boy Drowned To Death In River
minor boy Drowned To Death In River

By ETV Bharat Odisha Team

Published : Apr 9, 2024, 9:20 AM IST

Updated : Apr 9, 2024, 1:27 PM IST

Body Of Minor Boy Recovered From River

ରାଇରଙ୍ଗପୁର:ରାଇରଙ୍ଗପୁରର ଖଡଖାଇ ନଦୀରେ ଅଘଟଣ । ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ନାବାଳକଙ୍କ ମୃତ୍ୟୁ । ମୃତ ନାବାଳକ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ୧୨ ନଂ ୱାର୍ଡ଼ ଇଚିଣ୍ଡାର ସେକ ଉସମାନ ଅଲି ଓ ସାଇଦା ବିବିଙ୍କ ପୁଅ ସେକ ଆଲମ । ଅନ୍ୟପଟେ ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ଇଚିଣ୍ଡାର ସେକ ଉସମାନ ଅଲି ଓ ସାଇଦା ବିବିଙ୍କ ୮ ବର୍ଷର ସାନ ପୁଅ ସେକ ଆଲମ ଗତ ରବିବାର ଦିନ ସକାଳ ପ୍ରାୟ ୧୦.୩୦ ସମୟରେ ଘର ପାଖ ପିଲାଙ୍କ ସହିତ ନିକଟସ୍ଥ ଖଡଖାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଘର ପାଖର ଦୁଇ ଜଣ ନାବାଳକ ଆଲମକୁ ନଦୀ ଗାଧୋଇ ଯିବା କହି ଘରୁ ଡାକି ନେଇଯାଇଥିବା କହିଛନ୍ତି ମୃତ ଆଲମର ମାଆ ସାଇଦା ବିବି । ହେଲେ ରବିବାର ଦିନ ଗାଧୋଇବାକୁ ଯାଇ ଆଲମ ଘରକୁ ଫେରି ନଥିଲେ । ଏନେଇ ଆଲମର ପରିବାର ଲୋକେ ପୁଅକୁ ବହୁତ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ । ସେପଟେ ଯେଉଁ ପିଲାମାନଙ୍କ ସହିତ ଆଲମ ଗାଧୋଇବାକୁ ଯାଇଥିଲା, ସେହି ପିଲାମାନଙ୍କ ପରିବାର ଲୋକେ ଆଲମ ବିଷୟରେ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇନଥିଲେ ।

ଏହା ମଧ୍ୟ ପଢନ୍ତୁ-ଜଗି ଥିଲା ଯମ, ଟାଣିନେଲା ନଦୀକୁ ! ଅଗ୍ନିଶମ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର

ତେବେ ବହୁ ଖୋଜାଖୋଜି ପରେ ଗତକାଲି(ସୋମବାର) ସକାଳ ସମୟରେ ଖଡଖାଇ ନଦୀରୁ ଆଲମର ମୃତଦେହ ଉଦ୍ଧାର କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଆଲମକୁ ହତ୍ୟା କରାଯାଇଥିବା ଆଲମର ପରିବାର ଲୋକେ ଅନୁମାନ କରି ଥାନାରେ ଅଭିଯୋଗ କରିଛନ୍ତି । ଆଲମର ଶରୀରରେ କ୍ଷତ ଚିହ୍ନ ରହିଥିବା ସହିତ ବେକରେ ଦାଗ ମଧ୍ୟ ରହିଥିବା କହିଛନ୍ତି ଆଲମର ମାଆ । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍କୁ ଡ଼କାଇଥିଲେ । ଉଭୟ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲକୁ ପଠାଯାଇଛି । ଆଜି ବ୍ୟବଚ୍ଛେଦ ପରେ ଆଲମର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଆଲମ ସହିତ ଗାଧୋଇବାକୁ ଯାଇଥିବା ଦୁଇ ଜଣ ନାବାଳକଙ୍କୁ ଥାନାକୁ ଡ଼ାକି ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ରିପୋର୍ଟ ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଥି ସହିତ କେଉଁ ପରିସ୍ଥିତିରେ ନାବାଳକ ଜଣକ ମୃତ୍ୟୁବରଣ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Apr 9, 2024, 1:27 PM IST

ABOUT THE AUTHOR

...view details