ଭବାନୀପାଟଣା:କେନାଲରେଭାସୁଛି ନିଖୋଜ କାନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କୁସୁମଖୁଣ୍ଟି ଡିଭିଜନରେ ଗତ ୨ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟକରୀ ଆସୁଥିଲେ ଭବାନୀ ଶଙ୍କର ମହନ୍ତ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହୋଇଥିବା ବେଳେ କୁସୁମ ଖୁଣ୍ଟି ଠାରେ ସରକାରୀ କ୍ଵାଟରରେ ନିଜ ପରିବାର ସହ ରହି ଆସୁଥିଲେ । ହେଲେ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ଯାହାକୁ ନେଇ ପରିବାର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କନିଷ୍ଠ ଯନ୍ତ୍ରୀଙ୍କୁ ଖୋଜିବାରେ ଲାଗିଥିଲା ପୋଲିସ । ହେଲେ ତାଙ୍କର କୌଣସି ପତ୍ତା ମିଳୁନଥିଲା ।
ଆଜି ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟସ୍ରୋତ ସୁନାମାଲ ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ସେପଟେ କେନାଲ ନିକଟରେ ବାଇକ୍ ଛିଡା ହୋଇଥିବା ବେଳେ ମୋବାଇଲ ଓ ପର୍ସ ମଧ୍ୟ ପଡ଼ି ରହିଛି । ଓଡ୍ରାଫ ଟିମର ସହାୟତାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ....ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା