ବ୍ରହ୍ମପୁର:ତତ୍କାଳୀନ ଇନ୍ଦିରା ଗାନ୍ଧି ସରକାର ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହାକୁ ବିରୋଧ କରି ଜୁନ 25କୁ କଳା ଦିବସ ଭାବେ ପାଳନ କରି ଆସୁଛି ବିଜେପି । ସେହିକ୍ରମରେ ଗତକାଲି (ମଙ୍ଗଳବାର) ଦିନ ବ୍ରହ୍ମପୁରରେ ମଧ୍ୟ ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଇଛି । ଯେଉଁଥିରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯେତେବେଳେ ସେହି ଘୋଷଣା ହୋଇଥିଲା ମୁଁ ସେହି ସମୟରେ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ ପ୍ରତିନିଧି ଭାବରେ କାମ କରୁଥିଲି । ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ମୁଁ ଫୋନ୍ କରି ଜର୍ଜ ଫର୍ଣ୍ଣାଣ୍ଡିଜକୁ ଅବଗତ କରାଇଥିଲି ।
ସେ ଆହୁରୀ ମଧ୍ୟ କହିଥିଲେ ଯେ, ଦେଶରେ ୧୯୭୫ ଜୁନ୍ ୨୫ ତାରିଖରେ ଲାଗୁ କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି । ହେଲେ ୨୪ ତାରିଖରେ ବ୍ରହ୍ମପୁର ଗ୍ରସ୍ତରେ ଆସିଥିଲେ ଜର୍ଜ ଫର୍ଣ୍ଣାଣ୍ଡିଜ୍ । ଗୋପାଳପୁର ଠାରେ ତାଙ୍କର ରହିଥିବା ଶ୍ୱଶୁର ଘରେ ସେ ରହିଥିବା ବେଳେ ସେହି ସମୟରେ ଏହି ଖବର ଜଣେ ଗଣମାଧ୍ୟମ ପ୍ରତିନିଧି ଭାବରେ ସେହି ସମୟରେ ପହଞ୍ଚାଇଥିଲେ ବୋଲି କହିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଏହି ସମୟରେ ଉକ୍ତ ଆନ୍ଦୋଳନର ତୁଙ୍ଗ ନେତା ଭାବରେ ଜର୍ଜ ଫର୍ଣ୍ଣାଣ୍ଡିଜ୍ ରହିଥିବା ବେଳେ ସେ ଉକ୍ତ ଖବର ପାଇଁ କେଉଁ ଆଡେ ଚାଲିଯାଇଥିଲେ । ହେଲେ ତା ପରଦିନ ବ୍ରହ୍ମପୁରରେ ବୈଠକ ହେବ ବୋଲି ପ୍ରଚାର ହୋଇଥିଲା ହେଲେ ସେ ଆଉ ଆସିନଥିଲେ ବୋଲି କହିଛନ୍ତି ରାମଚନ୍ଦ୍ର । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଜର୍ଜ ଫର୍ଣ୍ଣାଣ୍ଡିଜ୍ ସେହି ଜରୁରୀ ପରିସ୍ଥିତି ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଦେଶରେ ସେହି ସମୟର ସେହି ନିଷ୍ପତ୍ତିକୁ ନେଇ ବିରୋଧ କରି ଦେଶରେ ଜୟପ୍ରକାଶ ନାରାୟଣଙ୍କ ଠାରୁ ଆରମ୍ଭ କରି ମୋରାଜ ଦେଶାଇ, ବିଜୁ ପଟ୍ଟନାୟକ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଭଳି ପ୍ରମୁଖ ନେତା ଗିରଫ ହୋଇଥିସେ।